Odisha Elections 2024
Posted inରାଜ୍ୟ

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୯ ସରପଞ୍ଚ ପ୍ରାର୍ଥୀ

କୁଜଙ୍ଗ,୮ା୬(ସ୍ବ.ପ୍ର.): ଜୁଲାଇ ୩ ତାରିଖରେ ହେବାକୁ ଥିବା ଢିଙ୍କିଆ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି। ୨୩ ଓ୍ବାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ୨୨ଟି ଓ୍ବାର୍ଡ ପାଇଁ ୪୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୯ ନଂ. ଓ୍ବାର୍ଡଟି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହି ବର୍ଗର କେହି ପ୍ରାର୍ଥୀ ନ ଥିବାରୁ ନାମାଙ୍କନପତ୍ର ଦାଖଲ ହୋଇନାହିଁ। ସେହିପରି ଏହି ସମ୍ବେଦନଶୀଳ ପଞ୍ଚାୟତରେ ୯ ଜଣ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ପୂର୍ବତନ ସମିତିସଭ୍ୟ କିଶୋର କୁମାର ପରିଡ଼ା, ପୂର୍ବତନ ସମିତି ସଭ୍ୟ ପ୍ରକାଶ ଜେନା, ପ୍ରଳୟ ବିଶ୍ୱାଳ, ତିଳୋତ୍ତମା ପରିଡ଼ା, ଶୁଭାଶିଷ ସୁଭରଞ୍ଜନ ଲେଙ୍କା, ସୁରେଶ ଚନ୍ଦ୍ର ଦାସ, ମୀରା ବିଶ୍ୱାଳ, ପୂର୍ବତନ ନାଏବ ସରପଞ୍ଚ ମମତା ନାୟକ ଓ ରଞ୍ଜନ ବର୍ଦ୍ଧନ। ପ୍ରାର୍ଥୀମାନେ ଏରସମା ଏବିଡିଓ ବିଜୟକେତନ ଚୌଧୁରୀ, ଦୀପକ ଓଝା, ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଜିଆର୍‌ଏସ୍‌ ନନ୍ଦିତା ଦାସ ପ୍ରମୁଖଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ। ସୂଚନାଯୋଗ୍ୟ, ପୋସ୍କୋ ଗଣ୍ଡଗୋଳ ଯୋଗୁ ଏହି ପଞ୍ଚାୟତରେ ନିର୍ବାଚନ ହୋଇପାରୁ ନ ଥିଲା। ପରିସ୍ଥିତି ଶାନ୍ତ ପଡ଼ିବା ପରେ ଏଠାରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଅନ୍ୟ ପଞ୍ଚାୟତଗୁଡିକ ତୁଳନାରେ ଭିନ୍ନ ସମୟରେ ଏହି ପଞ୍ଚାୟତରେ ନିର୍ବାଚନ ହେବାରୁ ଏହାର କାର୍ଯ୍ୟକାଳ ଅନୁଯାୟୀ ଅଲଗା ଭାବେ ନିର୍ବାଚନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ...

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri