ଦୋକାନୀ-ଉଚ୍ଛେଦକାରୀ ଦଳର ଖଣ୍ଡଯୁଦ୍ଧ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜବରଦଖଲ ବଢ଼ିଚାଲୁଥିବା ବେଳେ ଜବରଦଖଲକାରୀଙ୍କ ଦାଦାଗିରି ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। ହେଲେ ଏବେ ଜବରଦଖଲକାରୀଙ୍କ ଦାଦାଗିରି ଚରମସୀମାରେ ପହଞ୍ଚିଛି। କିଛିଦିନ ତଳେ ବାମ ସମାନ୍ତରାଳ (ଲେଫ୍ଟ ପାରାଲାଲ ରୋଡ୍‌) ରାସ୍ତା ପାର୍ଶ୍ୱରୁ ବେଆଇନ ଜବରଦଖଲ ହଟାଇବା ପାଇଁ ଉଚ୍ଛେଦକାରୀ ଦଳ ଯାଇଥିବା ବେଳେ ସେମାନଙ୍କୁ ବସ୍ତିବାସିନ୍ଦା ବିରୋଧ କରିଥିଲେ। ସେଭଳି ସ୍ଥିତି ଶୁକ୍ରବାର ସମ୍‌ ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଛି। ଉଚ୍ଛେଦ ପାଇଁ ଯାଇଥିବା ଅଧିକାରୀ ଏବଂ ଅନ୍ୟମାନଙ୍କୁ ହସ୍ପିଟାଲ ସମ୍ମୁଖ ରାସ୍ତା ପାର୍ଶ୍ୱସ୍ଥ ଦୋକାନୀମାନଙ୍କ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି। ଆବଶ୍ୟକ ଅନୁଯାୟୀ ପୋଲିସ ଫୋର୍ସ ନ ଥିବାରୁ ଉଚ୍ଛେଦ ଅଧିକାରୀ ଓ ଦୋକାନୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଦୀର୍ଘ ସମୟ ଧରି ଦୋକାନୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏପରି କି ସେହି ରାସ୍ତା ଦେଇ ଚଳାଚଳ କରୁଥିବା ଗାଡ଼ିକୁ ଲୁହା ପାଇପ୍‌ରେ ଭଙ୍ଗାରୁଜା କରିଥିଲେ। ଏଥିଯୋଗୁ ସେଠାରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜୋନାଲ କମିଶନରଙ୍କ ଦ୍ୱାରା କଳିଙ୍ଗ ଷ୍ଟୁଡିଓ ଛକରୁ ସମ୍‌ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ମିଳିତ ଉଚ୍ଛେଦ ଟିମ୍‌କୁ ଗତ ୧୪ ତାରିଖରେ ଚିଠି ସଂଖ୍ୟା ୧୩୯୮/ସିଏରେ ପତ୍ର ଲେଖାଯାଇଥିଲା। ଉକ୍ତ ଚିଠିକୁ ଭିତ୍ତିକରି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉଚ୍ଛେଦ ଅଧିକାରୀ-୨ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ମିଳିତ ଉଚ୍ଛେଦ ଟିମ୍‌ ଶୁକ୍ରବାର ପୂର୍ବାହ୍ନରେ ଷ୍ଟୁଡିଓ ଛକରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ଅପରାହ୍ନ ସୁଦ୍ଧା ରାସ୍ତା ପାର୍ଶ୍ୱସ୍ଥ ୧୪୬ ଅସ୍ଥାୟୀ ଓ ବେଆଇନ ନିର୍ମାଣ ସମେତ ଦୋକାନ ଭଙ୍ଗାଯାଇଥିଲା। ତେବେ ପରେ ସମ୍‌ ହସ୍ପିଟାଲ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବାରୁ ଏହାକୁ ସ୍ଥାନୀୟ ଦୋକାନୀମାନେ ବିରୋଧ କରିଥିଲେ। ବିନା ନୋଟିସ୍‌ରେ କାହିଁକି ଉଚ୍ଛେଦ କରୁଛ, ପ୍ରଥମେ ଥଇଥାନ କର ତା’ ପରେ ଭାଙ୍ଗିବ ବୋଲି କହି ହୋହଲ୍ଲା କରିଥିଲେ। ତେବେ ଅଧିକାରୀମାନେ କିଛି ନ ଶୁଣି ଜବରଦଖଲ ହଟାଇବାରୁ ଦୋକାନୀମାନେ ମାରପିଟ୍‌ ଆରମ୍ଭ କରିଦେଇଥିଲେ। ଫଳରେ ଅଧିକାରୀ ମାନଙ୍କ ସମେତ ସାଧାରଣ ଲୋକ ବି ଏହାର ଶିକାର ହୋଇଥିଲେ। ମାରପିଟ୍‌ରେ କେତେଜଣ ଲୋକଙ୍କ କାର କାଚ୍‌ ଓ ବାଇକ୍‌ ଭାଙ୍ଗିଯାଇଛି। ମାତ୍ର ଏ ନେଇ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ଏହି ଉଚ୍ଛେଦରେ ବିଏମ୍‌ସି ଏବଂ ବିଡିଏର ଗୋଟିଏ ଲେଖାଏ ଜେସିବି ବ୍ୟବହୃତ ହୋଇଥିଲା। ୧ ପ୍ଲାଟୁନ୍‌ ଏପିଆର୍‌ ଫୋର୍ସ ସହ ଖଣ୍ଡଗିରି ଥାନା ଏସ୍‌ଆଇ ସସ୍ମିତା ଧଳ, ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ଏବଂ ଅନ୍ୟ ସ୍କ୍ବାଡ୍‌ ଉପସ୍ଥିତ ଥିଲେ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୩ତାରିଖ ପରେ ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ସାଲିଆ ସାହିରେ ଗୌଡ ବସ୍ତି, ବୀରବସ୍‌ ବସ୍ତି, ଶ୍ରୀକ୍ରିଷ୍ଣାନଗର ବସ୍ତି ଓ ଲକ୍ଷ୍ମୀପୁର ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବ। ତା’ ପରେ ବିଧାନସଭା ଅଧିବେଶନ ବସୁଥିବାରୁ ଆବଶ୍ୟକ ପୋଲିସ ଫୋର୍ସ ମିଳିବା କଷ୍ଟକର ହୋଇଯିବ। ସେଥିପାଇଁ ଏପ୍ରିଲ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପାଖାପାଖି ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ସମ୍‌ ହସ୍ପିଟାଲ ସାମ୍ନାରେ ଥିବା ଅସ୍ଥାୟୀ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ ବୋଲି ମିଳିତ ଉଚ୍ଛେଦ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri