ଆଧାର ଲିଙ୍କ୍‌ ଆଳରେ ୩.୫୪ ଲକ୍ଷ ଠକେଇ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ କରାଇ ଦେବାକୁ କହି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ହଡପ କରାଯାଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲା ରାଜକନିକା ଥାନା ମଝିସାହିର ସ୍ବାମୀ ବିଭୂ ପ୍ରସାଦ ନାୟକ(୨୬) ଓ ସ୍ତ୍ରୀ ରେଖାରାଣୀ ନାୟକ(୨୪)। ଦୁହେଁ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ରୁହନ୍ତି। ପୋଲିସ ବୁଧବାର ସେମାନେ କରିଥିବା ନୟନ କମ୍ୟୁନିକେଶନ କେନ୍ଦ୍ର କମ୍ପ୍ୟୁଟର ଓ ୮ ହଜାର ଟଙ୍କା ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦମ୍ପତିଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଅଭୀଯୁକ୍ତ ଦ୍ୱୟଙ୍କୁ ଝାରପଡା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ମୁତାବକ, ଖଣ୍ଡଗିରି ଥାନା ଭରତପୁର ଜିଏ କଲୋନୀ ପ୍ଲଟ ନଂ. ୫୮ରେ ରୁହନ୍ତି ରାଜକନିକା ଥାନା ମଝିସାହିର ସ୍ବାମୀ ବିଭୁପ୍ରସାଦ ଓ ସ୍ତ୍ରୀ ରେଖାରାଣୀ। ଗୋଟିଏ ଘରକୁ ଭଡାରେ ନେଇ ବିଭୂପ୍ରସାଦ ଓ ତାଙ୍କ ସ୍ତ୍ରୀ ରେଖାରାଣୀ ନୟନ କମ୍ୟୁନିକେଶନ ନାଁରେ ସାଇବର ପଏଣ୍ଟ ଚଳାଇଥିଲେ। ବିଭିନ୍ନ ବ୍ୟାଙ୍କ ପାସ୍‌ବୁକ୍‌ଧାରୀମାନଙ୍କ ଆକାଉଣ୍ଟରେ ସେ ଆଧାର ଲିଙ୍କ୍‌ ସହ ଅନ୍ୟାନ୍ୟ କାମ କରୁଥିଲେ। ଗତ ମାସରେ ଚନ୍ଦକା ଦାସପୁର ଗ୍ରାମର ମାଲ୍ୟବନ୍ତ ସ୍ବାଇଁ(୭୦)ବ୍ୟାଙ୍କରେ ଆଧାର ଲିଙ୍କ୍‌ କରିବା ପାଇଁ ବିଭୂପ୍ରସାଦଙ୍କ ପାଖକୁ ଆସିଥିଲେ। ପରେ ବିଭୂପ୍ରସାଦ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଣି ଆଧାର ଲିଙ୍କ କରିବା ବେଳେ ଏକ ଓଟିପି ଆସିଥିଲା। ଗୁପ୍ତ ଓଟିପି ନମ୍ବରକୁ ମାଲ୍ୟବନ୍ତ ବିଭୂପ୍ରସାଦଙ୍କୁ ଜଣାଇ ଦେଇଥିଲେ। ତା’ର କିଛି ସମୟ ପରେ ବିଭୂପ୍ରସାଦ ଉକ୍ତ ଓଟିପିଙ୍କୁ ବ୍ୟବହାର କରି ମାଲ୍ୟବନ୍ତଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୪ ହଜାର ଟଙ୍କା ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଥିଲେ। ମାଲ୍ୟବନ୍ତଙ୍କ ମୋବାଇଲକୁ ଟଙ୍କା କଟିବା ମେସେଜ ଆସିବା ପରେ ସେ ବିଭୂପ୍ରସାଦଙ୍କୁ କହିଥିଲେ। ହେଲେ ସେ କହିଥିଲେ, ମୁଁ କିଛି କରିପାରିବି ନାହିଁ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୧୪୪/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଠକେଇରେ ସମ୍ପୃକ୍ତ ଦମ୍ପତିଙ୍କ ବିଷୟରେ ଜଣାପଡିବା ପରେ ସେମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri