ଅନ୍ଧାରକୁ ଡରନ୍ତି କ୍ୟାଟ୍ରିନା

ବଲିଉଡ୍‌ର ଆଗଧାଡିର ଅନ୍ୟତମ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଚଳିତବର୍ଷ ଇଦ୍‌ ଅବସରରେ ତାଙ୍କ ଅଭିନୀତ ‘ଭାରତ’ ରିଲିଜ ହୋଇଛି। ଗୋଟିଏ ଜିନିଷକୁ ନେଇ ତାଙ୍କ ମନରେ ଭୟ ରହିଛି। ସେ କାହାକୁ ବେଶି ଭୟ କରନ୍ତି ଜାଣନ୍ତି ? ଅନ୍ଧାରକୁ। ତାଙ୍କ ବ୍ୟକ୍ତିଗତ ହେଉ ଅବା ଅଭିନୟ ଜୀବନରେ ଅନେକ ରୋଚକ କଥା ରହିଛି। କ୍ୟାଟ୍ରିନାଙ୍କୁ ଯେତେବେଳେ ମାତ୍ର ୧୪ବର୍ଷ ସେତେବେଳେ ସେ ମଡେଲିଂ ଆରମ୍ଭ କରିଥିଲେ। ନିକଟରେ ସେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି। ହଂକଂରେ ଜନ୍ମିତା ଏହି ଅଭିନେତ୍ରୀଙ୍କର ପ୍ରକୃତ ନାମ ହେଲା କ୍ୟାଟ୍ରିନା ଟୋରକୁଟ୍ଟେ। ‘ବୁମ୍‌’ ସିନେମାର ପ୍ରଯୋଜିକା ଅୟେଶା ଶ୍ରଫ ତାଙ୍କ ନାମକୁ ପରିବର୍ତ୍ତନ କରି କ୍ୟାଟ୍ରିନା କୈଫ ରଖିଥିଲେ। ବମ୍ବେ ଆସି ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ କିଛି ବର୍ଷ ଲଣ୍ଡନରେ ରହିଥିଲେ। ୨୦୦୪ରେ ସେ ‘ମାଲେଶ୍ୱରୀ’ ଟାଇଟଲବିଶିଷ୍ଟ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରି ପାରିଶ୍ରମିକ ଭାବରେ ୭.୫ ମିଲିୟନ ପାଇଥିଲେ। ସେ ସମୟରେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କର ଏହା ଥିଲା ସର୍ବାଧିକ ପାରିଶ୍ରମିକ। ସେ ସ୍ପଷ୍ଟ ଭାବରେ ହିନ୍ଦୀ କହିପାରନ୍ତି ନାହିଁ। ଫଳରେ ତାଙ୍କର ପ୍ରାୟ ଅଧିକାଂଶ ଫିଲ୍ମରେ ଭଏସ ଡବିଂ କରାଯାଇଥାଏ। ସେ ନାଚିଥିବା ସୁପରହିଟ୍‌ ଗୀତ ‘ଚିକନି ଚମେଲି’ର ଶୁଟିଂ ଦଶ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଚିତ୍ର ଆଙ୍କିବାକୁ କ୍ୟାଟ୍ରିନା ଭଲ ପାଆନ୍ତି। ଜଣେ ପରିଚିତା ଚେସ୍‌ ଖେଳାଳି ଭାବରେ ତାଙ୍କର ସୁଖ୍ୟାତି ରହିଛି। ଜଣେ ବ୍ୟକ୍ତିଙ୍କର ମାନସିକତାକୁ ସେ ସାଙ୍ଗେ ସାଙ୍ଗେ ଅନୁଧ୍ୟାନ କରି ଜାଣିପାରନ୍ତି। ସଲମାନ ଖଁାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବେଶ୍‌ କିଛି ବର୍ଷ ହେଲା ଚର୍ଚ୍ଚାରେ ଅଛନ୍ତି କ୍ୟାଟ୍ରିନା। ଏହାପୂର୍ବରୁ ତାଙ୍କ ନାମ ସହ ରଣବୀର କପୁରଙ୍କ ନାମକୁ ଯୋଡା ଯାଇଥିଲା। ହେଲେ ଏହି ପ୍ରେମରେ କେବେଠାରୁ ବ୍ରେକଅପ ହୋଇସାରିଛି। ବାନ୍ଦ୍ରାରେ କ୍ୟାଟ୍ରିନା ଏକ ଭଡ଼ା ଘରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନରେ ଜନ୍ମଦିନ ପାଳନ କରୁଛନ୍ତି ପଳାତକ ବିଜୟ ମାଲ୍ୟା, ଲଳିତ ମୋଦି ଦେଲେ ବିଶେଷ ପାର୍ଟି

ଲଣ୍ଡନ,୧୮।୧୨: ପୂର୍ବତନ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଅଧ୍ୟକ୍ଷ ଲଳିତ ମୋଦି ଲଣ୍ଡନରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ...

IND vs SA 4th T20I: ଭରରତ-ସାଉଥ ଆଫ୍ରିକା ମ୍ୟାଚ ରଦ୍ଦ ହେଲେ ବୁଡ଼ିଯିବ କି ଦର୍ଶକଙ୍କ ଟିକେଟ ଟଙ୍କା? ଜାଣନ୍ତୁ କ’ଣ ରହିଛି BCCIର ନିୟମ

ନୂଆଦିଲ୍ଲୀ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଗୋଟିଏ ବି ବଲ ଖେଳି ନଯାଇ ବାତିଲ କରାଯାଇଥିଲା। ଘନ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri