ଗୋଟିଏ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ଏସବୁ ଅଭିନେତା

ବଲିଉଡ୍‌ର କିଛି ଅଭିନେତାଙ୍କୁ ଗୋଟିଏ ଫିଲ୍ମରେ ଭିନ୍ନଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ବୁଧବାର ରିଲିଜ ହୋଇଥିବା ଫିଲ୍ମ ‘ଭାରତ’ରେ ସଲମାନଙ୍କୁ ୧୮ ବର୍ଷର ଲୁକ୍‌ଠାରୁ ଆରମ୍ଭ କରି ୭୦ ବର୍ଷ ବୃଦ୍ଧ ଭୂମିକାରେ ଦେଖିବାକୁ ମିଳିଛି। ସଲମାନ ଏକା ନୁହନ୍ତି, ତାଙ୍କ ପୂର୍ବରୁ ବଲିଉଡ୍‌ର ଅନେକ ଅଭିନେତା ଗୋଟିଏ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ଅମିତାଭ ବଚ୍ଚନ : ୧୯୭୩ ମସିହାରେ ଏହି ଟ୍ରେଣ୍ଡ ପ୍ରଥମେ ଆରମ୍ଭ କରିଥିଲେ ଅମିତାଭ। ଫିଲ୍ମ ‘ବନ୍ଧେ ହାଥ୍‌’ ରେ ସେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଏହି ଫିଲ୍ମରେ ଅମିତାଭ ଶାନ୍ତ ସରଳ କବି ଭୂମିକାରେ ନଜର ଆସିଥିବାବେଳେ ଏକ ଚୋର ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।

ହ୍ରିତିକ୍‌ ରୋଶନ : ୨୦୦୬ରେ ମଲ୍‌ଟି ଷ୍ଟାର ଫିଲ୍ମ ‘ଧୂମ-୨’ରେ ହ୍ରିତିକ୍‌ଙ୍କୁ ଏକ ଚୋର ଭୂମିକାରେ ଦେଖିବାକୁ ମିଳିଥିଲା। ଚୋରି କରିବା ପାଇଁ ସେ ଭିନ୍ନ ଭିନ୍ନ ରୂପ ବଦଳାଉଥିଲେ। ଏହି ଅଭିନୟ ପାଇଁ ହି୍ରିତିକ୍‌ଙ୍କୁ ବେଶ୍‌ ତାରିଫ୍‌ କରାଯାଇଥିଲା। ଏହି ଲୁକ୍‌ଗୁଡ଼ିକ ମଧ୍ୟ ସେତେବେଳେ ଦର୍ଶକଙ୍କ ପସନ୍ଦ ଆସିଥିଲା।

ରଣବୀର କପୁର : ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ସଞ୍ଜୁ’ରେ ରଣବୀର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିରେ ରଣବୀରଙ୍କୁ ସଞ୍ଜୟଙ୍କ ୫ଟି ଅବତାରରେ ଦେଖିବାକୁ ମିଳିଥିଲା। ସମସ୍ତ ଲୁକ୍‌ ପାଇଁ ରଣବୀରଙ୍କୁ ବହୁ ପ୍ରଶଂସା ମିଳିଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମଧ୍ୟ ମିିଳିଥିଲା।

ବିବେକ ଓବରାୟ : କିଛିଦିନ ତଳେ ରିଲିଜ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ଫିଲ୍ମରେ ବିବେକଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ସେତେ ଭଲ ପ୍ରଦର୍ଶନ କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri