ବ୍ରହ୍ମପୁର ଅଫିସ,୧୮ା୨ – ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ (ଏଜେଣ୍ଟ)ଙ୍କୁ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପ୍ରଦାନକୁ ନେଇ ସୋମବାର ପୁଣି ଅସନ୍ତୋଷ ଦେଖାଦେଇଛି । ଟଙ୍କା ପ୍ରଦାନରେ ତାରତମ୍ୟକୁ ନେଇ ବ୍ରହ୍ମପୁର ଶାଖା କାର୍ଯ୍ୟାଳୟଠାରେ ସଂସ୍ଥା କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କ ମଧ୍ୟରେ ମୁହଁ।ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବରୁ ମାସିକ ଇନ୍କମ ସ୍କିମ (ଏମଆଇଏସ) ଟଙ୍କା ପ୍ରଦାନରେ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ବେଳେ ଏବେ ମାଚ୍ୟୁରିଟି ଟଙ୍କା ପ୍ରଦାନରେ ମଧ୍ୟ ପାତରଅନ୍ତର କରାଯାଉଥିବା ଏଜେଣ୍ଟ ଅଭିଯୋଗ କରିଛନ୍ତି।
ଗତ ଜୁଲାଇ ୧୭ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଆଲୋଚନା ଓ ସାହାରା ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରକାରେ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଉଛି । ଏଜେଣ୍ଟକୁ ଦିଆଯାଉଥିବା ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କାର ଯଥେଷ୍ଟ ଅଧିକ ଟଙ୍କା କାର୍ଯ୍ୟାଳୟର ୪ ଜଣ ସିନିୟର ଏଜେଣ୍ଟଙ୍କୁ ସଂସ୍ଥା ପ୍ରଦାନ କରୁଥିଲା। ପରେ ସେମାନଙ୍କ ଟଙ୍କାର ପରିମାଣ ସଂସ୍ଥା ହ୍ରାସ କରିଥିଲା। ଏହା ପ୍ରତିବାଦରେ ଉକ୍ତ ୪ ସିନିୟର ଏଜେଣ୍ଟ ୮ ଦିନ ଧରି ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲେ। ସୋମବାର ଅନ୍ୟ ଏଜେଣ୍ଟମାନେ କାର୍ଯ୍ୟାଳୟକୁ ଆସିବାରେ ସମ୍ପୃକ୍ତ ୪ ସିନିୟର ଏଜେଣ୍ଟ ସଂସ୍ଥା ସହ ସଲାସୁତୁରା କରି ଅଧିକ ମାଚ୍ୟୁରିଟି ଟଙ୍କା ହାତଉଥିବା ସାମ୍ନାକୁ ଆସିଥିଲା। ତେଣୁ ସମସ୍ତଙ୍କୁ ସମାନ ମାଚ୍ୟୁରିଟି ଟଙ୍କା ପ୍ରଦାନ କରିବାକୁ ଏଜେଣ୍ଟମାନେ ଦାବି କରିବା ସହ ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ସଂସ୍ଥା କର୍ତ୍ତୃପକ୍ଷ-ଏଜେଣ୍ଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଖବରପାଇ ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ମଙ୍ଗଳବାର ସମସ୍ତ ଏଜେଣ୍ଟଙ୍କ ସହ ଆଲୋଚନା କରାଯାଇ ସମସ୍ତଙ୍କୁ ସମାନ ଭାବେ ଜମାକାରୀଙ୍କ ମାଚ୍ୟୁରିଟି ପ୍ରଦାନ କରିବା ଦିଗରେ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶାଖା ପରିଚାଳକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତ ଶାନ୍ତ ପଡିଥିଲା ।
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
Archives


