Posted inଜାତୀୟ

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର। ଏଥିସହ ଜାତୀୟ ନିରାପତ୍ତାକୁ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟି ଗଠନ କରାଯାଇଛି। ମୋଦି ଏହି ୩ କମିଟିର ଅଧ୍ୟକ୍ଷ ରହିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।
ଭାରତର ଅର୍ଥନୀତି ଧିମା ହୋଇଯାଇଥିବାବେଳେ ବେକାରି ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ବିକାଶ ହାର ବଢ଼ାଇବା ଓ ନୂଆ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ୨ଟି ନୂଆ କ୍ୟାବିନେଟ କମିଟି ଗଠନ କରିଛନ୍ତି। ସେ ଏହି ଦୁଇଟି କମିଟିର ଅଧ୍ୟକ୍ଷ ରହିବେ। ନିବେଶ ଏବଂ ଅଭିବୃଦ୍ଧି
ସଂକ୍ରାନ୍ତ ୫ ଜଣିଆ କ୍ୟାବିନେଟ କମିଟିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରହିଛନ୍ତି। ସେହିପରି ନିଯୁକ୍ତି ଏବଂ ଦକ୍ଷତା ବିକାଶ ସଂକ୍ରାନ୍ତ ଅନ୍ୟ ଏକ ୧୦ ଜଣିଆ କ୍ୟାବିନେଟ କମିଟିରେ ଶାହ, ସୀତାରାମନ, ଗୋୟଲଙ୍କ ସମେତ କୃଷି ଏବଂ କୃଷି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ‘ନିଶଙ୍କ’, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରମୁଖଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ଦେଶର ଆର୍ଥିକ ବିକାଶ ହାର ୫.୮%କୁ ହ୍ରାସ ପାଇଛି। ଏଥିସହି ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ଏହା ୬.୮%କୁ କମିଛି, ଯାହା କି ୫ ବର୍ଷର ସର୍ବନିମ୍ନ ସ୍ତର କୁହାଯାଉଛି। ପୂର୍ବରୁ ଏହି ଅବଧିରେ ଦେଶର ଜିଡିପି ୭.୨% ରହିବ ବୋଲି ସରକାର ପୂର୍ବାନୁମାନ କରିଥିଲେ, ଯାହା ଭୁଲ୍‌ ବୋଲି ପ୍ରମାଣିତ ହୋଇଛି।
ସେହିପରି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍‌) ମଧ୍ୟ ଗଠନ କରାଯାଇଛି। ଜାତୀୟ ନିରାପତ୍ତା ଓ ବହିର୍ବ୍ୟାପାର ପ୍ରସଙ୍ଗଗୁଡ଼ିକର ପରିଚାଳନା ନିମନ୍ତେ ଗଠିତ ଏହି କମିଟିରେ ମୋଦି ଅଧ୍ୟକ୍ଷ ଥିବାବେଳେ ରାଜନାଥ, ସୀତାରାମନ ଓ ଶାହଙ୍କ ସମେତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସଦସ୍ୟ ଭାବେ ଅଛନ୍ତି। କେନ୍ଦ୍ରରେ ନୂଆ ସରକାର ଗଠନ ହେଲେ ଏଭଳି କ୍ୟାବିନେଟର ଗଠନ ବା ପୁନର୍ଗଠନ କରାଯାଇଥାଏ।
:


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିଙ୍କୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

ଏହା ମୋର ଶେଷ ନିର୍ବାଚନ, ଭୋଟିଂ ପରେ ଦିଗବିଜୟ ସିଂଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ୭ ମେ’ରେ ଜାରି ରହିଛି। ମଙ୍ଗଳବାର ମୋଟ ୯୩ ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ...

ସିବିଆଇ ମାମଲାରେ ସିସୋଡିଆଙ୍କୁ ଝଟକା

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ମଦ ନୀତି ପ୍ରସଙ୍ଗରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ବଡ ଝଯକା ଲାଗିଛି।...

‘ବାସ୍ତୁ ଅନୁଯାୟୀ ସଠିକ ଭାବରେ ନିର୍ମାଣ ହୋଇନାହିଁ’, ରାମ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ ରାମଗୋପାଳ ଯାଦବ

ଲକ୍ଷ୍ନୌ,୭।୫: ବରିଷ୍ଠ ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ରାମ ମନ୍ଦିର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ରାମ ମନ୍ଦିର ଉପରେ ମନ୍ତବ୍ୟ...

ଗୋଟିଏ କି ଦୁଇଟି ନୁହେଁ ୧୪ ଆସନରେ କାହିଁକି ପ୍ରାର୍ଥୀ ବଦଳାଇଲେ ମାୟାବତି

ଲକ୍ଷ୍ନୌ,୭।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ବହୁଜନ ସମାଜ ପାର୍ଟି (ବିଏସପି)...

‘ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ’, ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ଏମିତି କହିଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୭।୫: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri