ପରୀକ୍ଷା ପ୍ରସ୍ତୁତି : ପିଲାଙ୍କୁ ରଖନ୍ତୁ ଷ୍ଟ୍ରେସ୍‌ ଫ୍ରି

ଏବେ ଆରମ୍ଭ ହୋଇଯାଇଛି ପରୀକ୍ଷା ଋତୁ। ଏହି ସମୟରେ କେବଳ ପିଲା ନୁହନ୍ତି, ପରୀକ୍ଷାକୁ ନେଇ ଶଙ୍କା ଆଶଙ୍କା ମଧ୍ୟରେ ମା’ ବାପା ବି ରହିଥାଆନ୍ତି। ତେବେ ଏହାକୁ ଏକ ବୋଝ ବୋଲି ନ ଭାବି ପିଲାମାନେ କିପରି ଚାପମୁକ୍ତ (ଷ୍ଟ୍ରେସ୍‌ ଫ୍ରି) ରହିବେ ସେ ନେଇ ଜାଣିରଖନ୍ତୁ କିଛି ଟିପ୍ସ…

ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ପିଲାଙ୍କ ଉପରେ ଚାପ ପକାଇବା ଆଜିକାଲି ମା’ବାପାଙ୍କର ଏକ ସାଧାରଣ କଥା। ମାତ୍ର ଏହା ଆଦୌ ଠିକ୍‌ ନୁହେଁ। ବରଂ ପିଲା ପାଠପଢ଼ା ପାଇଁ ଯେତିକି ପ୍ରସ୍ତୁତି କରିଛି ତାହାକୁ ଠିକ୍‌ ଭାବେ ପରୀକ୍ଷାରେ ପରିପ୍ରକାଶ କରିବାକୁ ଉତ୍ସାହିତ କରିବା ହିଁ ମା’ବାପାଙ୍କ ପ୍ରଥମ କର୍ତ୍ତବ୍ୟ। କାରଣ ବେଳେବେଳେ ପରୀକ୍ଷା ଭୟରେ ପ୍ରସ୍ତୁତି କରିଥିବା ପାଠ ବି ପିଲା ଭୁଲିଯାଆନ୍ତି। ଆପଣ ଚାହିଁଲେ ଏହି ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆଣିପାରିବେ।
ପ୍ରୋତ୍ସାହିତ କରନ୍ତୁ:
ପରୀକ୍ଷା ସମୟରେ ପିଲାମାନେ ନର୍ଭସ ହେବା ସ୍ବାଭାବିକ କଥା। ହେଲେ ମା’ବାପା ଚାହିଁଲେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଭଳି କିଛି କଥା କହି ସେମାନଙ୍କର ମନରୁ ଏଭଳି ଭୟ ଦୂରକରିପାରିବେ। ପରୀକ୍ଷା ସମୟରେ ପିଲା ସହ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯାଆନ୍ତୁ। ରାସ୍ତାରେ ଯିବା ସମୟରେ ପିଲାକୁ ଉତ୍ସାହିତ କରନ୍ତୁ। ରିଲାକ୍ସ ରହିବାକୁ କୁହନ୍ତୁ। ପରିଣାମର ଚିନ୍ତା ଆଦୌ ନ କରି ବରଂ ଉତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟାକର- ଏଭଳି କିଛି କଥା କୁହନ୍ତୁ। ଏହା ସେମାନଙ୍କ ଟେନ୍‌ସନ କିଛି ମାତ୍ରାରେ ଦୂରକରିପାରିବ।
ଭଲ ସାଙ୍ଗ ହୁଅନ୍ତୁ:
ମା’ବାପାଙ୍କ କର୍ତ୍ତବ୍ୟ ତୁଲାଇବାକୁ ଯାଇ ବେଳେବେଳେ କେତେକେ ପିଲାମାନଙ୍କର ପ୍ରକୃତ ସ୍ବଭାବ ବିଷୟରେ ଜାଣିପାରନ୍ତି ନାହିଁ। ଅତ୍ୟଧିକ ମାଡ଼ କିମ୍ବା ଗାଳିକଲେ ପିଲା ଭୟଭୀତ ହୋଇ ଅନେକ କଥା ପ୍ରକାଶ କରି ନ ଥାନ୍ତି। ଯଦି ଆପଣଙ୍କ ପିଲା ଟେନ୍‌ସନରେ ଅଛି, ତେବେ ତା’ର ପ୍ରକୃତ କାରଣ ବୁଝନ୍ତୁ। ମା’ବାପାଙ୍କ ପରି ତାଗିଦ କରି ନୁହେଁ ବରଂ ସାଙ୍ଗ ଭଳି ବ୍ୟବହାରକରି ପଚାରନ୍ତୁ।
ତୁଳନା କରନ୍ତୁ ନାହିଁ:
ପ୍ରତିଟି ପିଲାଙ୍କ ସ୍ବଭାବ ଭିନ୍ନ ରହିଥାଏ। ଯେଉଁ ପିଲା ପାଠପଢ଼ାର କୌଣସି ଗୋଟିଏ ବିଷୟରେ ଏକ୍ସପର୍ଟ ସେ ହୁଏତ ନୃତ୍ୟ କିମ୍ବା ସଙ୍ଗୀତ ଆଦିରେ ଭଲ ପ୍ରଦର୍ଶନକରି ନ ପାରେ। ସାମାନ୍ୟ ପାଠପଢ଼ା କରୁଥିବା ପିଲାଠାରୁ ୯୦ ପ୍ରତିଶତ ମାର୍କ ରଖିବା ଆଶା କରିବା ଆଦୌ ଠିକ୍‌ ନୁହେଁ। ତେଣୁ ଆପଣଙ୍କ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏହାଦ୍ୱାରା ପିଲା ଉପରେ ମାନସିକ ଚାପ ପଡ଼ିଥାଏ। ବରଂ ତାକୁ ଏପରି ଉପଦେଶ ଦିଅନ୍ତୁ, ଯାହାକୁ ପାଥେୟକରି ସେ ଭଲ ମାର୍କ ରଖିପାରିବା ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
ଗ୍ରୁପ୍‌ ଷ୍ଟଡିକୁ ଗୁରୁତ୍ୱ ଦିଅନ୍ତୁ:
ଆପଣଙ୍କ ପିଲା କେଉଁ ସବ୍‌ଜେକ୍ଟରେ ଦୁର୍ବଳ ରହିଛି ତାହା ପ୍ରଥମେ ଜାଣନ୍ତୁ। ଏ ସମ୍ପର୍କରେ ତା’ର ଶିକ୍ଷକ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। ଏଥିପାଇଁ ପିଲାର ସାଙ୍ଗସାଥୀଙ୍କୁ ବି ଘରକୁ ଆଣିପାରନ୍ତି। ସାଙ୍ଗସାଥୀଙ୍କ ସହ ଯଦି ସେ ଗଣିତ ଭଳି ସବ୍‌ଜେକ୍ଟର ପ୍ରୋବ୍ଲେମ୍‌ ସମାଧାନକରେ କିମ୍ବା ୩ ଘଣ୍ଟା ପାଠପଢ଼ା ଭିତରେ ଅଧଘଣ୍ଟା ଖେଳକୁଦ କରେ, ତେବେ ରୋକ ଲଗାନ୍ତୁ ନାହିଁ।
ଟିଭି ସାଉଣ୍ଡ କମ୍‌ କରନ୍ତୁ :
ପିଲାର ପାଠପଢ଼ା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ। ପଢ଼ିବା ସମୟରେ ଟିଭି ସାଉଣ୍ଡ କମ୍‌ କରନ୍ତୁ। ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ, ଲାପ୍‌ଟପ୍‌, ଟ୍ୟାବ୍‌ ଆଦି ବିଭିନ୍ନ ଅପ୍ସନ୍‌ ରହିଛି, ଆପଣଙ୍କ ପରିବାର ସଦସ୍ୟ ଚାହିଁଲେ ଏଥିରେ ଭରପୂର ମନୋରଞ୍ଜନ ଉଠାଇପାରିବେ।
ବିଶ୍ରାମ ଦିଅନ୍ତୁ:
ପରୀକ୍ଷା ପ୍ରସ୍ତୁତି ସମୟରେ ବିଶ୍ରାମନେବା କିଛି ଜଣଙ୍କ ପାଇଁ ଅଜବ ଲାଗିପାରେ ସତ, କିନ୍ତୁ ଏହି ସମୟରେ ମସ୍ତିଷ୍କକୁ ବିଶ୍ରାମଦେବା ଜରୁରୀ। ପରୀକ୍ଷା ଟେନ୍‌ସନରୁ ମୁକ୍ତି ପାଇବା ପାଇଁ କିଛି ସମୟ ରେଷ୍ଟ୍‌ ନେବା ସହ ମଜାଦାର କଥାବାର୍ତ୍ତା ବା କାର୍ଯ୍ୟକଳାପରେ ବ୍ୟସ୍ତ ରୁହନ୍ତୁ। ପିଲାକୁ ଏକ୍ସରସାଇଜ୍‌ କରିବାକୁ ପଠାଇବା ସହ କିଛି ସମୟ ଟିଭି ଦେଖିବାକୁ ଅନୁମତି ଦିଅନ୍ତୁ। ଏହାଦ୍ୱାରା ତା’ ମନ ହାଲ୍‌କା ହେବା ସହ ପାଠ ପଢ଼ିବାକୁ ଆହୁରି ଆଗ୍ରହ ସୃଷ୍ଟି ହେବ।
ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ଧ୍ୟାନ:
ପରୀକ୍ଷା ପ୍ରସ୍ତୁତିର ବ୍ୟସ୍ତତା ଭିତରେ ରହି ଅନେକ ପିଲା ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ତେଣୁ ଏହି ସମୟରେ ପିଲାକୁ ପ୍ରୋଟିନ୍‌ ଭରା ଖାଦ୍ୟ ସହ ଏନର୍ଜି ଡ୍ରିଙ୍କ୍‌ ପିଇବାକୁ ଦିଅନ୍ତୁ। ୭ ରୁ ୮ ଘଣ୍ଟା ଶୋଇବାକୁ କୁହନ୍ତୁ। ଜଙ୍କ୍‌ ଫୁଡ୍‌ ବଦଳରେ ଆଣ୍ଟି ଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ, ଡ୍ରାଏ ଫ୍ରୁଟ୍‌ସ ଏବଂ ସନ୍ତୁଳିତ ଆହାର ଖାଇବାକୁ ଦିଅନ୍ତୁ।
କୌଣସି ପେପର ଖରାପ
ହୋଇଥିଲେ..
ସମୟ କିମ୍ବା ପ୍ରାକ୍ଟିସ ଅଭାବରୁ ପରୀକ୍ଷାରେ କେତେଜଣ ପିଲାଙ୍କର କୌଣସି ବିଷୟ ଖରାପ ହେବା ଅବା ପରୀକ୍ଷା ହଲ୍‌ରେ ପ୍ରଶ୍ନର ଉତ୍ତର ଭୁଲିଯିବା ସାଧାରଣ କଥା। ଆପଣଙ୍କ ପିଲା ପରୀକ୍ଷାରେ କୌଣସି ପେପରରେ ଖରାପ କରିଥିଲେ ସେ ସମ୍ପର୍କରେ ବାରମ୍ବାର ପଚାରନ୍ତୁ ନାହିଁ। ବରଂ ପରବର୍ତ୍ତୀ ପେପରର ପ୍ରସ୍ତୁତି ପାଇଁ ତାକୁ ସହଯୋଗ କରନ୍ତୁ।

କ’ଣ କରନ୍ତି ଏମାନେ…
ପାଠପଢ଼ା ସହ ଖାଦ୍ୟପେୟକୁ ଗୁରୁତ୍ୱ ଦିଏ : ମିନତି ମହାରଣା,
ଚକେଇସିଆଣି, ଭୁବନେଶ୍ୱର
ପିଲାର ପରୀକ୍ଷା ସମୟରେ ପାଠପଢ଼ା ସହ ଖାଦ୍ୟପେୟ ଓ ଶୋଇବା ପ୍ରତି ଧ୍ୟାନ ଦେଇଥାଏ। ପାଠପଢ଼ାର ମଝିରେ ଆଉଟ୍‌ଡୋର ଗେମ୍‌ ଖେଳିବାକୁ କହିଥାଏ। କାରଣ ପାଠପଢ଼ାକୁ ନେଇ ପିଲା ଯଦି ବେଶି ସିରିୟସ୍‌ ହୁଏ, ତେବେ ପ୍ରସ୍ତୁତି କରିଥିବା ପାଠ ବି ଭୁଲିଯିବ।
ପରୀକ୍ଷା ପୂର୍ବରୁ ପ୍ରସ୍ତୁତି କରିଦିଏ
:ବନବାସିନୀ ବେହେରା,
ରଣହତା, ଜଗତ୍‌ସିଂହପୁର
ପରୀକ୍ଷା ସମୟରେ ପାଠପଢ଼ାକୁ ନେଇ ପିଲାକୁ ବେଶି ଚାପ ଦିଏ ନାହିଁ। ପୂର୍ବରୁ ଠିକ୍‌ ଭାବେ ପାଠପଢ଼ାର ପ୍ରସ୍ତୁତି କରିଥିଲେ ପରୀକ୍ଷା ସମୟରେ ବେଶି ଚାପ ପଡ଼ିବ ନାହିଁ। କାରଣ ଟେନ୍‌ସନ ହେଲେ ପୂର୍ବରୁ ପ୍ରସ୍ତୁତି କରିଥିବା ପାଠ ବି ପରୀକ୍ଷାରେ ପିଲା ଭୁଲିଯିବେ। ପାଠପଢ଼ା ସହ ଉତ୍ତମ ଖାଦ୍ୟପେୟ ଓ ଶୋଇବାକୁ ବି ମୁଁ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri