ବ୍ରହ୍ମପୁର ଅଫିସ,୭ା୨-ଗଞ୍ଜାମ ଜିଲା ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ପାଇଁ ହୋଇଥିବା ସର୍ଭେର ୧୦ ବର୍ଷ ପୂରିଛି। କେନ୍ଦ୍ର ଦ୍ୱିତୀୟ ଉପା ସରକାର ଏବଂ ଏନ୍ଡିଏ ସରକାରଙ୍କ ପ୍ରଥମ ପାଳିରେ ଅଣଦେଖା କରାଯାଇଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨୦୨୦-୨୧ ବର୍ଷର ବଜେଟରେ ମଧ୍ୟ ଏଥିପାଇଁ ବରାଦ ହୋଇନାହିଁ। ତେଣୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ରାୟଗଡ଼ା ଜିଲା ପ୍ରତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି। ଗଜପତି ଓ ଗଞ୍ଜାମ ଜିଲାରେ ରେଳ ବିକାଶ ପ୍ରତି ଆଖି ବୁଜି ଦିଆଯାଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଲୋକ ସଭା ଆସନରୁ ୨୦୦୪ ନିର୍ବାଚନରେ କଂଗ୍ରେସରୁ ଏମ୍ପି ହୋଇଥିଲେ ଚନ୍ଦ୍ରଶେଖର ସାହୁ। ପ୍ରଥମ ଉପା ସରକାରରେ ସେ ମନ୍ତ୍ରୀ ପଦ ପାଇଥିଲେ। ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଭାବିତ କରାଇ ୨୫୮ କିଲୋମିଟର ଦୈର୍ଘ୍ୟ ଏହି ନୂଆ ରେଳପଥ ନିର୍ମାଣ ପାଇଁ ପ୍ରୟାସ କରିଥିଲେ। ୨୦୦୯ ଫେବୃୟାରୀ ୨୮ରେ ସର୍ଭେ କାର୍ଯ୍ୟ ନିମନ୍ତେ ଗୋପାଳପୁର ସମୁଦ୍ର ବେଳାଭୂମି ପାର୍ଶ୍ୱରେ ସେ ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତକତ୍ାଳୀନ ପୂର୍ବତଟ ରେଲବାଇ ମୁଖ୍ୟ ପ୍ରଶାସନିକ ଅଫିସର ଏସ୍କେ ବାହମନିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଦେଶର ଏକ ନାମିଦାମୀ ଘରୋଇ ଉଦ୍ୟୋଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ଭେ ଶେଷ ହୋଇ ରେଳପଥ ବୋର୍ଡକୁ ରିପୋର୍ଟ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ବାବଦରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ୨୦୦୯ ନିର୍ବାଚନ ପ୍ରକ୍ରିୟା ଯୋଗୁ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା। ସେହି ନିର୍ବାଚନରେ ସାହୁ ପରାସ୍ତ ହେବାରୁ ଯୋଜନା ଅଗ୍ରସର ନ ହୋଇ ସର୍ଭେ ରିପୋର୍ଟକୁ ପକାଇ ଦିଆଗଲା। ୨୦୧୪ ଲୋକ ସଭା ନିର୍ବାଚନରେ ମଧ୍ୟ ଚନ୍ଦ୍ରଶେଖର ପରାଜିତ ହେବାରୁ ରେଳପଥ ନିର୍ମାଣ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ୨୦୧୯ ନିର୍ବାଚନରେ ସେ ଦଳ ବଦଳ କରି ବିଜେଡିରୁ ଏମ୍ପି ହୋଇଛନ୍ତି। କେନ୍ଦ୍ର ବଜେଟ ପୂର୍ବରୁ ସେ ଚାପ ପକାଇ ବରାଦ କରିବାର ସଚେତନ ମହଲ ଆଶା କରିଥିଲେ। ତଥାପି ୨୦୧୯-୨୦ ଏବଂ ୨୦୨୦-୨୧ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇନାହାନ୍ତି। ତେଣୁ ବହୁ ପ୍ରତୀକ୍ଷିତ ଏହି ନୂଆ ରେଳପଥ ନିର୍ମାଣ ଅନିଶ୍ଚିତତା ହୋଇଯାଇଛି। ଅପରପକ୍ଷରେ ୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହି ରେଳପଥ ନିର୍ମାଣ ପାଇଁ ଦାବି ପ୍ରସ୍ତାବ ଗୃହୀତ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ନିକଟକୁ ପଠାଯାଇଥିଲା। ଏହାର ଦେଢ଼ ବର୍ଷ ବିତିଛି । ବିଜେଡି ପକ୍ଷରୁ ମଧ୍ୟ ସ୍ବର ଉତ୍ତୋଳନ କରାଯାଉ ନ ଥିବା ରହସ୍ୟ ଘେରକୁ ଆସିଛି।
ସୂଚନାଯୋଗ୍ୟ, ଏହି ରେଳପଥ ଗୋପାଳପୁର ବେଳାଭୂମିରୁ ଆର୍ଯ୍ୟପଲ୍ଲୀ ବନ୍ଦର ପାଖ ଦେଇ କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ମୋହନା ଆଦି ବ୍ଲକ ଅଞ୍ଚଳର ଅନେକ ଗ୍ରାମ ଦେଇ ରାୟଗଡ଼ା ଯିବ। ଫଳରେ ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପକୃତ ହେବେ। ଜଙ୍ଗଲଜାତ ପଦାର୍ଥ ଓ ନାଲକୋର ଉପତ୍ାଦିତ କଞ୍ଚାମାଲ ଗୋପାଳପୁର ବନ୍ଦରକୁ ଆସି ଦେଶ ବିଦେଶକୁ ରପତ୍ାନି ହୋଇପାରିବ। ଏହାଦ୍ୱାରା ବନ୍ଦର ରାଜସ୍ବ ବୃଦ୍ଧିରେ ସହାୟକ ହେବ ଏବଂ ମାଳ ଅଞ୍ଚଳବାସୀଙ୍କୁ ରେଳସେବା ମିଳିପାରିବ। ୨୦୧୨ରେ ସେତେବେଳର କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ୧୩୯୨ କୋଟି ଟଙ୍କା ବ୍ୟୟ ଅଟକଳକୁ ମଧ୍ୟ ମୋହର ଲଗାଇଥିଲେ। ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଇତିମଧ୍ୟରେ ହୋଇଥିବା ୭ ବଜେଟରେ ବରାଦ କରାଯାଉନାହିଁ। ଆଲୋଚନା ପ୍ରସଙ୍ଗରେ ଚନ୍ଦ୍ରଶେଖର କହିଛନ୍ତି, ଏହା କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ପ୍ରୟାସ କରାଯିବ। କେନ୍ଦ୍ର ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯିବ।
Posted inଆମ ଜିଲା ଖବର, ଗଞ୍ଜାମ View All
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
Archives


