ନିର୍ବାଚନରେ ପରାଜିତ ହେବା ପରେ ଭୋଟରଙ୍କୁ ଉପହାର ଫେରାଇବାକୁ କହିଲେ ପ୍ରାର୍ଥୀ

ରାୟପୁର, ୩୦।୧: ଭୋଟରଙ୍କୁ ହାତେଇବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବା ପ୍ରାର୍ଥୀମାନେ ବେଳେବେଳେ କେତେକ ଉପହାର ଦେଇଥାନ୍ତି। କିନ୍ତୁ ନିର୍ବାଚନରେ ପରାଜିତ ହେବାପରେ ଏହାକୁ ଭୋଟରଙ୍କଠାରେ ଫେରାଇ ନେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ଏକ ଘଟଣା ଛତିଶଗଡ଼ ରାୟପୁରରେ ଘଟିଛି। ଏଠାରେ ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରାର୍ଥୀ ହାରିବା ପରେ ଭୋଟରଙ୍କୁ ଦେଇଥିବା ଉପହାର ଫେରାଇବାକୁ କହିଥିଲେ। ଏହା ଶୁଣି ଭୋଟରମାନେ ସମସ୍ତ ଉପହାରକୁ ସ୍ଥାନୀୟ ଏକ ଛକରେ ଆଣି ଜମା କରିଥିଲେ। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ମନ୍ଦିରହସୌଦର ଭାନସୋଜ୍‌ ପଞ୍ଚାୟତରେ ନିର୍ବାଚନରେ ଚନ୍ଦ୍ରହାସ ଦେବାଙ୍ଗନ ଏବଂ ମନୋହର ଦେବାଙ୍ଗନ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ଏଥିରେ ମନୋହର ପରାଜିତ ହୋଇଥିଲେ। ଭୋଟରେ ଜିଣିବା ପାଇଁ ସେ ଭୋଟରଙ୍କୁ ପ୍ରେସର କ୍ରୁକର, ଗ୍ରାଇଣ୍ଡର, ପ୍ୟାଣ୍ଟ-ଶର୍ଟ, ମଦ ବୋତଲ ଆଦି ଦେଇଥିଲେ। ତେବେ ହାରିବା ପରେ ସେ ଲୋକଙ୍କୁ ଧମକ ଚମକ ଦେଇ ଏସବୁ ଫେରାଇବାକୁ କହିଥିଲେ। ଲୋକେ ଏସବୁକୁ ଆଣି ସ୍ଥାନୀୟ ବସ୍‌ଷ୍ଟାଣ୍ଡ୍‌ ଛକରେ ଜମା କରିଥିଲେ। ଳୋକଙ୍କୁ ଧମକ ଚମକ ଦେଇଥିବାରୁ ମନୋହରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri