ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା ଜାନୁୟାରୀ ୧୦ରୁ ଆରମ୍ଭ ହେବ। ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଏହା ଆୟୋଜନ କରିବାକୁ ନିଷ୍ପତି ହୋଇଛି। ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ଓ ଜିଲା ବାହାରୁ ନାଟକ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିତ୍ୱମାନଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଜାଗରଣ ସମ୍ମାନ’ରେ ସମ୍ମାନିତ କରାଯିବ। ସ୍ଥାନୀୟ ଟାଉନ ହଲଠାରେ ୧୦ତାରିଖ ଶୁକ୍ରବାର ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ନାଟକ ଝାରସୁଗୁଡା ଜିଲା ବେଲପାହାଡର ମିରର ଥିଏଟର ଦ୍ୱାରା ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡିଆ ନାଟକ ‘ସ୍ମାଇଲ ପ୍ଲିଜ’ପରିବେଷଣ କରାଯିବ। ସେହିପରି ଝାଡ଼ଖଣ୍ଡର ଝାଡ଼ଖଣ୍ଡ ସାଂସ୍କୃତିକ ମଞ୍ଚ ଦ୍ୱାରା ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ ପରିବେଶିତ ହେବ। ୧୧ ତାରିଖ ଦ୍ୱିତୀୟ ସନ୍ଧ୍ୟାରେ ଜାମସେଦପୁରର ସାଗର ଏକଟିଂ ଇନ୍ସଟିଚ୍ୟୁଟ ଦ୍ୱାରା ଡକ୍ଟର ସରକାର ସେସାଙ୍କ ରଚିତ ଓ ପ୍ରତିତୀ ସାଗରଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଘରୋନ୍ଦା’ ଓ ସୋନପୁରର ବୀଣାପାଣି ସାହିତ୍ୟ କଳା ସଂସଦ ଦ୍ୱାରା ସୁମନ୍ତ ଭୋଇଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ନାଇଟ ହସ୍ପିଟାଲ’ମଞ୍ଚସ୍ଥ ହେବ। ୧୨ ତାରିଖ ତୃତୀୟ ସନ୍ଧ୍ୟାରେ ସମ୍ବଲପୁରର ଆର୍ଟିଷ୍ଟ ଆସୋସିଏଶନ ପରିଚୟ ଦ୍ୱାରା ଶଙ୍କର ତ୍ରିପାଠୀଙ୍କ ରଚିତ ତଥା ପ୍ରଶାନ୍ତ ମହାରଣାଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବାଗଡି’ ଓ ପଦ୍ମପୁରର ‘ଲୁ’ ଦ୍ୱାରା ଅଶୋକ ମିଶ୍ରଙ୍କ ରଚିତ ତଥା ଅଧ୍ୟାପକ କେଶବରଞ୍ଜନ ପ୍ରଧାନଙ୍କ ଅନୁବାଦିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀ ଛକ’,୧୩ ତାରିଖ ଚତୁର୍ଥ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ନିଲେଶ ତିଫ୍ବାରୀ ଶିକ୍ଷା ଏବମ୍ ସମାଜ କଲ୍ୟାଣ ସମିତି ଦ୍ୱାରା ଅଭୟ ଦୁବେଙ୍କ ରଚିତ ଓ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘କେନଛୁଲି’ ଓ ବରଗଡ ଜିଲା ସୋହେଲାର ଡ୍ରାମା ଚେତନା ଦ୍ୱାରା ନାଟ୍ୟରଶ୍ମୀ ଅଶୋକ ବହିଦାରଙ୍କ ରଚିତ ଓ ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ରଘୁପତି ରାଘବ ରାଜାରାମ’ମଞ୍ଚସ୍ଥ ହେବ। ୧୪ ତାରିଖ ପଞ୍ଚମ ସନ୍ଧ୍ୟାରେ ମଣିପୁର ଇମ୍ଫାଲର ଲେଇସାରେମବି ଆର୍ଟ ଏଣ୍ଡା କଲଚୁରାଲ ଏସୋସିଏସନ ଦ୍ୱାରା ଡକ୍ଟର କେ.ବି. ଶର୍ମାଙ୍କ ରଚିତ ଓ ୟୁ.ୟୁ.ସମରେନ୍ଦ୍ରଙ୍କ ନିର୍ଦ୍ଦେଶିତ ମଣିପୁରୀ ନାଟକ ‘ଓମ୍ ଶାନ୍ତି’ ଓ ରାଉରକେଲାର ସ୍ବସ୍ତି ଝଙ୍କାର ଦ୍ୱାରା ସର୍ମିଷ୍ଠା କବି ଶତପଥିଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ ହେବ ା ସେହିପରି ୧୫ ତାରିଖ ଅନ୍ତିମ ସନ୍ଧ୍ୟାରେ ଭୁବନେଶ୍ୱରର ବିଦ୍ୟା କନକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରାଣଭନ୍ଧୁ କରଙ୍କ ରଚିତ ଓ ଜଗଦିଶ ପ୍ରସାଦ ମହାରଣାଙ୍କ ନିର୍ଦ୍ଦେଶିତ ଓଡିଆ (ପ୍ରଦର୍ଶନୀ) ନାଟକ ‘ଆଶାନ୍ତ’ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଲେଖାଏଁ ନାଟକ ମଞ୍ଚସ୍ଥ ହେବା ପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ନାଟକ ପରେ ଦର୍ଶକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ର ସାଧାରଣ ସମ୍ପାଦକ ସୁଜିତ କୁମାର ପାତ୍ର ସୂଚନା ଦେଇଛନ୍ତି।
ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ
Posted inଆମ ଜିଲା ଖବର, ଦେବଗଡ଼ View All
ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ
ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...
ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି
ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...
ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ
ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...
ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ
ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...
ଗଞ୍ଜେଇ ଜବତ, ଜଣେ ଗିରଫ
ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...
ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ
ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ
ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ
ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍ ପକ୍ଷରୁ ଏକ...
Archives


