ମଧ୍ୟସ୍ଥ ଗିରଫ, ୧୦୦ ଗ୍ରାମ ସୁନା ଜବତ

ରାୟଗଡ଼ା ଅଫିସ,୯ା୧: ବିବାହ ପ୍ରସ୍ତାବ ବେଳେ ପୁଅଘର ଦେଇଥିବା ସୁନା ବିସ୍କୁଟକୁ ଫେରାଉ ନ ଥିଲେ ମଧ୍ୟସ୍ଥ। ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି ମଧ୍ୟସ୍ଥଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦୦ ଗ୍ରାମ୍‌ର ସୁନା ବିସ୍କୁଟ ଜବତ କରିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ବିଷମକଟକ ଥାନା ଦୁର୍ଗୀ ଗ୍ରାମର ଭୁନା ତ୍ରିପତି ରାଓ (୭୨) ନିଜ ପୁଅ ବାହାଘର ପାଇଁ ପ୍ରସ୍ତାବ ଠିକ୍‌ କରିଥିଲେ। ଏଥିରେ ଶ୍ରୀକାକୁଲମ ଜିଲା ବାତିଲି ଗ୍ରାମର ଭୁନା ଲକ୍ଷ୍ମୀନାରାୟଣ (୫୭) ମଧ୍ୟସ୍ଥ ସାଜିଥିଲେ। ବିବାହ ସ୍ଥିର ହେବା ପରେ ପରମ୍ପରା ଅନୁସାରେ ଝିଅ ଓ ପୁଅଘର ସୁନା ଅଦଳବଦଳ କରନ୍ତି। ସେହି ଅନୁସାରେ ଅନ୍ୟମାନଙ୍କ ଉପସ୍ଥିତିରେ କନ୍ୟା ଓ ବରଘର ପକ୍ଷରୁ ମଧ୍ୟସ୍ଥ ଲକ୍ଷ୍ମୀନାରାୟଣଙ୍କୁ ୨୦୦ ଗ୍ରାମ୍‌ର ସୁନା ବିସ୍କୁଟ ଦିଆଯାଇଥିଲା। ପରେ କୌଣସି କାରଣରୁ ବିବାହ ଭାଙ୍ଗିଯାଇଥିଲା। ମଧ୍ୟସ୍ଥ ଲକ୍ଷ୍ମୀନାରାୟଣ ଝିଅଘରକୁ ସୁନା ବିସ୍କୁଟକୁ ଫେରାଇ ଦେଇଥିଲେ। କିନ୍ତୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ପୁଅଘରକୁ ସୁନା ଫେରାଇ ନ ଥିଲେ ମଧ୍ୟସ୍ଥ। ଫଳରେ ୧୮ ଏପ୍ରିଲ ୨୦୧୮ରେ ଭୁନା ଲକ୍ଷ୍ମୀନାରାୟଣଙ୍କ ନାଁରେ ବିଷମକଟକ ଥାନାରେ ଏତଲା ଦେଇଥିଲେ ଭୁନା ତ୍ରିପତି ରାଓ। ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ଭୁନା ଲକ୍ଷ୍ମୀନାରାୟଣ ନିଜ ଦୋଷ ସ୍ବୀକାର କରିବା ସହ ୧୦୦ ଗ୍ରାମ୍‌ ସୁନା ବିସ୍କୁଟ ସାକ୍ଷୀଙ୍କ ଉପସ୍ଥିତିରେ ଫେରାଇଥିଲେ। ଏନେଇ ୪୦୬, ୪୨୦, ୫୦୬ ଆଇପିସି ଅନୁଯାୟୀ କେସ୍‌ ନଂ ୧/୨୦ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri