ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ସୋନପୁର, ୮।୧(ନି.ପ୍ର.): ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକନୃତ୍ୟର ତାଳେ ତାଳେ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଲୋକ ବାଦ୍ୟ ଓ ଲୋକ ନୃତ୍ୟରେ ସହରର ରାସ୍ତା ଦୁଲୁକି ଉଠିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହଜାରହଜାର କଳାକାରଙ୍କ ନୃତ୍ୟ ଓ ବାଦ୍ୟରେ ମଶାଲ ଶୋଭାଯାତ୍ରା ତଥା ସାଂସ୍କୃତିକ ଶୋଭାଯାତ୍ରା ବେଶ ଆକର୍ଷଣୀୟ ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ଜନସାଧାରଣ ଓ ସଂସ୍କୃତିପ୍ରେମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପ୍ରଥମ ସନ୍ଧ୍ୟାରେ ଓଡିଶୀ, ବିହୁ, ଛଉ, ଭାଙ୍ଗରା, ଯୋଡିଶଙ୍ଖ ନୃତ୍ୟ, ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ସୋନପୁର ଗାନ୍ଧୀ ପଡିଆର ଫକୀର ମୋହନ ପଟ୍ଟନାୟକ ମୁକ୍ତ ମଞ୍ଚରେ କଳାକାରମାନେ ଲୋକନୃତ୍ୟ, ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ନୃତ୍ୟ ଓ ବାଦ୍ୟର ମହା ସଙ୍ଗମରେ ପ୍ରକମ୍ପିତ ହୋଇ ଉଠିଥିଲା ମଞ୍ଚ। ଭୁବନେଶ୍ୱରର ଭିନ୍ନକ୍ଷମ ନୃତ୍ୟଶିଳ୍ପୀ ଗୁରୁ ନିତ୍ୟାନନ୍ଦ ଦାସଙ୍କ ଓଡିଶୀ ନୃତ୍ୟ, କାଶ୍ମୀର କଳାକାରଙ୍କ କଶ୍ମୀରୀ ନୃତ୍ୟ, ଉତ୍ତର ପ୍ରଦେଶର ମଥୁରା ଡ୍ୟାନ୍ସ ଗ୍ରୁପ, ଭବାନୀପଟଣାର ନୃତ୍ୟଙ୍ଗନା ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ଆସାମର ବିହୁ ନୃତ୍ୟ, ପଞ୍ଜାବ ଭାଙ୍ଗରା ନୃତ୍ୟ, ପଶ୍ଚିମବଙ୍ଗର ପୁରୁଲିଆ ଛଉ ଓ ଗଞ୍ଜାମର ରଣପା ଓ ଯୋଡି ଶଙ୍ଖ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ନୃତ୍ୟର ଛନ୍ଦ ରସରେ ଝୁମିଥିଲେ ଦର୍ଶକ ।
ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲାର କଳା, ସାହିତ୍ୟ ଓ ସଂସ୍କୃତି ଦେଶ ବିଦେଶରେ ପ୍ରସିଦ୍ଧ ବୋଲି କହିବା ସହିତ ସ୍ଥାନ ଟିକୁ ବର୍ଣ୍ଣିଳ ସଂସ୍କୃତିର ନାଭି କେନ୍ଦ୍ର ବୋଲି ଅଭିହିତ କରିଥିଲେ। ସୁବର୍ଣ୍ଣପୁରକୁ ରାଜ୍ୟର ଏକ ସୁନ୍ଦର ସହର କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପଞ୍ଚରଥ ମନ୍ଦିରକୁ ନୂଆ ରୂପ ଦିଆଯିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ରାଜ୍ୟ ଯୋଜନା ଓ ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଲୁପ୍ତପ୍ରାୟ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଲୋକ ମହୋତ୍ସବ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନ୍ୟପକ୍ଷେ ନୂତନ ଜିଲା ହେବା ପରେ ସୁବର୍ଣ୍ଣପୁର ବହୁ ପ୍ରଗତି କରିଛି ବୋଲି କହିଥିଲେ। ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମୋନିଷା ବାନାର୍ଜୀ ସଭାରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ବିଶେଷ ଅତିଥି ଭାବେ ଯୋଗଦାନ କରି ମାଟିର ମହକ ଓ କଳା ସମ୍ପର୍କରେ ଆଲୋକପାତ କରିଥିଲେ । ଏସ୍‌ପି ଦେବୀପ୍ରସାଦ ଦାଶ ତାଙ୍କ ବକ୍ତବ୍ୟରେ ଏହି ଜିଲାର କଳା ଓ ସିଂସ୍କୃତି ମହାନ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଏହି ଉତ୍ସବ ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ ବୋଲି ମତପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri