ଦାୟିତ୍ୱ ନେଲେ ନିର୍ମଳା ସୀଥାରାମନ : ଅର୍ଥନୀତିକୁ ସଜାଡ଼ିବା ଏବେ ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ନିର୍ମଳା ସୀଥାରାମନ ଶୁକ୍ରବାର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାମିଲନାଡୁର ଏକ ସାଧାରଣ ପରିବାରରେ ଜନ୍ମିତ ସୀଥାରାମନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ ଅର୍ଥମନ୍ତ୍ରୀ ଭାବେ ଏବେ ସେ ଅସଲ ପରୀକ୍ଷା ଦେବେ। ତାଙ୍କୁ ଏଭଳି ଏକ ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ୱ ମିଳିଛି, ଯେତେବେଳେ ଦେଶର ଅର୍ଥନୀତି ସମ୍ମୁଖରେ ଏକାଧିକ ଆହ୍ବାନ ରହିଛି। ଅର୍ଥନୀତିକୁ ସଜାଡିବା ଏବଂ ଏହାକୁ ଗତିଶୀଳ କରିବା ଏବେ ତାଙ୍କର ପ୍ରାଥମିକତା ହେବାକୁ ଯାଉଛି। ନିର୍ମଳାଙ୍କ ସମ୍ମୁଖରେ ଥିବା ଆର୍ଥିକ ଆହ୍ବାନଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ।
ଧିମା ପଡ଼ିଛି ଅର୍ଥନୀତି
ଦେଶର ଆର୍ଥିକ ବିକାଶ ହାର ୫ ତ୍ରୈମାସରେ ସର୍ବନିମ୍ନ ସ୍ତର ୬.୬%ରେ ପହଞ୍ଚତ୍ୟାଇଛି। ଏଥିଯୋଗୁ ଗ୍ରାମାଞ୍ଚଳରେ ବ୍ୟୟ ହ୍ରାସ ଏବଂ ତୈଳ ମୂଲ୍ୟ ଧିମା ଗତିରେ ବଢ଼ୁଥିବାରୁ ଅବସ୍ଥା ଆହୁରି ଖରାପ ହେବ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଦେଶର ଆର୍ଥିକ ବିକାଶ ହାରକୁ ୭ ଅଥବା ଏହାଠାରୁ ଅଧିକ କରିବା ସୀଥାରାମନଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।
ତେଲ, ଖାଦ୍ୟପଦାର୍ଥ ଉପରେ ମୁଦ୍ରାସ୍ଫୀତି ମାଡ
ନିଜର ପ୍ରଥମ କାର୍ଯ୍ୟକାଳ ବେଳେ ମୁଦ୍ରାସ୍ଫୀତି ଦୃଷ୍ଟିରୁ ମୋଦି ସରକାରଙ୍କୁୁ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡ଼ି ନ ଥିଲା। ଇନ୍ଧନ ଏବଂ ଖାଦ୍ୟପଦାର୍ଥ ଦର କମ୍‌ ରହିଥିଲା। କିନ୍ତୁ ଆଗକୁ ଏହା ସମ୍ଭବ ହେବ ନାହିଁ। କାରଣ ଏବେ ଠାରୁ ଏସବୁର ଦର ବଢ଼ିବାରେ ଲାଗିଛି। ପଶ୍ଚିମ ଏସିଆରେ ଦ୍ରୁତଗତିରେ ରାଜନୈତିକ ପରିସ୍ଥିତି ବଦଳୁଥିବାରୁ ଅଶୋଧିତ ତେଲ ଦରରେ ନିଆଁ ଲାଗି ପାରେ। ଅନ୍ୟପକ୍ଷରେ ପରିସଂଖ୍ୟାନରୁ ଜଣାପଡୁଛି ଯେ, ଦୀର୍ଘ ଦିନ ପରେ ଖାଦ୍ୟପଦାର୍ଥର ହୋଲସେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି।
ନିଯୁକ୍ତି ସଙ୍କଟ
ନୂଆ ଅର୍ଥମନ୍ତ୍ରୀଙ୍କୁ ନିଯୁକ୍ତି ସଙ୍କଟ ଦୂର କରିବା ଭଳି ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ନିଯୁକ୍ତି ସୃଷ୍ଟି ଏକ ବଡ଼ ପ୍ରସଙ୍ଗ ଥିଲା। ନିଯୁକ୍ତି ସୃଷ୍ଟିର ପ୍ରତିଶ୍ରୁତି ଦେଇ ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିଲେ। ଅଥଚ ରୋଜଗାର ସୃଷ୍ଟିରେ ସଙ୍କଟ ଦେଖାଦେଲା। ବିମୁଦ୍ରୀକରଣ, ଜିଏସ୍‌ଟି ଲାଗୁ କରିବା ଯୋଗୁ କାରଖାନା ବନ୍ଦ ହୋଇଯିବା ଯୋଗୁ ବେକାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ନୂଆ ନିଯୁକ୍ତି ଧିମେଇ ଗଲା। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଏନ୍‌ଡିଏ ସରକାରଙ୍କୁ ଘେରିଥିଲେ। ଏବେ ବିଶ୍ୱରେ ମାନ୍ଦାବସ୍ଥା ମାଡ଼ି ଆସୁଥିବା ବେଳେ ନୂଆ ନିଯୁକ୍ତି ସୃଷ୍ଟି କରିବା ସୀଥାରାମନଙ୍କ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ହେବ।
ମାନୁଫାକ୍‌ଚରିଂ ହ୍ରାସ
ଦେଶର ମାନୁଫାକ୍‌ଚରିଂ ସେକ୍ଟର ଧିମେଇବାରେ ଲାଗିଛି। ଔଦ୍ୟୋଗିକ ଉତ୍ପାଦନ ମାର୍ଚ୍ଚରେ ୨୧ ମାସର ସର୍ବନିମ୍ନ ସ୍ତର(-) ୦.୧%କୁ ଖସି ଆସିଛି। ଚାଇନା ଭଳି ମାନୁଫାକ୍‌ଚରିଂ ସେକ୍ଟର ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ନଗଦ ସଙ୍କଟ ଦୂର କରିବା
ଏନ୍‌ବିଏଫ୍‌ସି ସମେତ ରାଷ୍ଟ୍ରାୟତ୍ତ ଯୋଜନାଗୁଡ଼ିକରେ ଦେଖାଦେଇଥିବା ନଗଦ ସଙ୍କଟ ଦୂର କରିବା ଏବେ ଅର୍ଥମନ୍ତ୍ରୀ ସୀଥାରାମନଙ୍କ ପ୍ରାଥମିକତା ହେବା ଉଚିତ। ଅର୍ଥର ଅଭାବରେ ରେଳ, ସଡ଼କ, ବନ୍ଦର, ଶକ୍ତି କେନ୍ଦ୍ରଗୁଡ଼ିକର କାର୍ଯ୍ୟ ଧିମେଇବାରେ ଲାଗିିଛି। ସରକାରଙ୍କ କୋଷାଗାର ଭର୍ତ୍ତି କରିବାକୁ ହେଲେ ଟେଲିକମ୍‌ ସେକ୍ଟରରେ ସ୍ପେକ୍ଟ୍ରମ ନିଲାମୀ କରିବା ଜରୁରୀ ହୋଇପଡିଛି।
ଜିଏସ୍‌ଟି ୨.୦
୧୮ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍‌କୁ ନେଇ ଏବେ ମଧ୍ୟ କାରବାରକାରୀଙ୍କ ମଧ୍ୟରେ ଅଡ଼ୁଆ ରହିଛି। ଏହି ଦୁଇ ମୁଖ୍ୟ ସ୍ଲାବ୍‌କୁ ମିଶାଇ ଏକ ନୂଆ ସ୍ଲାବ୍‌ କରିବାର ଆବଶ୍ୟକତା ଦେଖାଦେଇଛି। ଭାଜପାର ଇସ୍ତାହାରରେ ମଧ୍ୟ ଜିଏସ୍‌ଟିକୁ ଅଧିକ ସରଳ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି।
ବ୍ୟାଙ୍କ ମିଶ୍ରଣକୁ ଗୁରୁତ୍ୱ
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେତେକ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା। ଆହୁରି କେତେକ ବଡ଼ ବ୍ୟାଙ୍କ ସହ ଛୋଟ ବ୍ୟାଙ୍କକୁ ମିଶାଇବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri