ଜିଏସ୍‌ଟି ସ୍ଲାବ୍‌ ୩କୁ ଖସିପାରେ

ନୂଆଦିଲ୍ଲୀ,୨୬।୧୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଏବେ ୪ଟି ସ୍ଲାବ ରହିଛି। ଏହାକୁ ସରକାର ୩କୁ ହ୍ରାସ କରିପାରନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଜଣେ ସଦସ୍ୟ ନାମ ଗୋପନ ରଖି ଏନେଇ ସୂଚନା ଦେଇଛନ୍ତି। ଜିଏସ୍‌ଟି ସ୍ଲାବ ସଂଖ୍ୟା ହ୍ରାସ କରିବା ନେଇ ସରକାର ଯୋଜନା କରୁଛନ୍ତି। ଜିଏସ୍‌ଟି ହାରରେ ପରିବର୍ତ୍ତନ ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହି ପ୍ରସଙ୍ଗ ଉପରେ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ଆଗାମୀ ଦିନରେ ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଏହା ସଂଶୋଧିତ ଦର ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିବ। ଜିଏସ୍‌ଟି ସଂକ୍ରାନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ କମିଟି ୧୦ ଏବଂ ୨୦% ଟିକସ ସ୍ଲାବ ନେଇ ପ୍ରସ୍ତାବ ଦେଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ଏହାବାଦ ୧୮% ସ୍ଲାବରେ ଥିବା କିଛି ସାମଗ୍ରୀକୁ ୨୮% ସ୍ଲାବକୁ ନିଆଯାଇ ପାରିବ ବୋଲି ଏହି କମିଟି ପ୍ରସ୍ତାବ ରଖିଛି।
ଜିଏସ୍‌ଟିର ଟିକସ ଢାଞ୍ଚାରେ ଥିବା ସମସ୍ୟା ଏବଂ ସିଷ୍ଟମର ସରଳୀକରଣ ଏବଂ ପରୋକ୍ଷ ଟିକସ ରାଜସ୍ବ ବୃଦ୍ଧି ନେଇ ଜିଏସ୍‌ଟି ପରିଷଦ ପରାମର୍ଶ ଦେଇଛି। କିଛି କ୍ଷେତ୍ରରେ କଞ୍ଚାମାଲ ଲାଗି ଅଧିକ ଟିକସ ଏବଂ ଚୂଡାନ୍ତ ପ୍ରଡକ୍ଟ କ୍ଷେତ୍ରରେ ଟିକସ କମିବା ଯୋଗୁ ଇନପୁଟ ଟାକ୍ସ କ୍ରେଡିଟ ବାବଦ ଅଧିକ ଟଙ୍କା ସରକାରଙ୍କୁ ଦେବାକୁ ପଡୁଛି। ଏହି ବାବଦରେ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟବସାୟୀଙ୍କୁ ଦେଉଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬୩,୨୦୦ କୋଟି ଟଙ୍କାର ଜିଏସ୍‌ଟି କମିବ ବୋଲି ଆକଳନ କରାଯାଇଛି। ୨୦୨୧ ପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ହ୍ରାସ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ୧୮ ତାରିଖରେ ହୋଇଥିବା ଜିଏସ୍‌ଟି ପରିଷଦ ବୈଠକରେ ଟିକସ ରାଜସ୍ବ ବଢାଇବା ନେଇ ଆଲୋଚନା ହୋଇଥିଲା। ଜିଏସ୍‌ଟି ଢାଞ୍ଚାରେ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଜିଏସ୍‌ଟିରେ ପରିବର୍ତ୍ତନ ନେଇ ବର୍ତ୍ତମାନ ଠିକ୍‌ ସମୟ ନୁହେଁ ବୋଲି ସେ ମତ ଦେଇଥିଲେ। ମାନ୍ଦାବସ୍ଥା ଲାଗି ରହିଥିବାରୁ ଏବେ ରାଜସ୍ବ କମୁଛି। କେନ୍ଦ୍ର କିମ୍ବା ରାଜ୍ୟ ଏହି ସମୟ ମଧ୍ୟରେ ରାଜସ୍ବ ବୃଦ୍ଧି ସପକ୍ଷରେ ନ ଥିବା ସେ କହିଛନ୍ତି।

ଟିକସଦାତାଙ୍କ ଅଭିଯୋଗ ସମାଧାନ ଲାଗି ଆସିବ ବ୍ୟବସ୍ଥା
ଜିଏସ୍‌ଟି ବ୍ୟବସ୍ଥାରେ ଟିକସଦାତାଙ୍କ ଅଭିଯୋଗ ସମାଧାନ କରିବା ଲାଗି ଜିଏସ୍‌ଟି ପରିଷଦ ପକ୍ଷରୁ ଅଭିଯୋଗ ସମାଧାନ ବ୍ୟବସ୍ଥା ଆସିବ। ନିକଟରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଜିଏସ୍‌ଟି ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଏଭଳି ଏକ ବ୍ୟବସ୍ଥା ଆସିବ ବୋଲି ବୁଧବାର ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜିଏସ୍‌ଟି ପରିଷଦ ପକ୍ଷରୁ ଜୋନାଲ ଏବଂ ରାଜ୍ୟ ସ୍ତରରେ ଗ୍ରିଭାନ୍ସ ରିଡ୍ରେସାଲ କମିଟି(ଜିଆର୍‌ସି) ଗଠନ କରାଯିବ। ଏଥିରେ କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ପ୍ରଶାସନର ଅଧିକାରୀମାନେ ରହିବେ। ଏହା ସହ ବାଣିଜ୍ୟ ଏବଂ ଶିଳ୍ପଜଗତରୁ ପ୍ରତିନିଧିମାନେ ଏଠାରେ ରହିବେ ବୋଲି ସୂଚନା ରହିଛି। କମିିଟିର ସଦସ୍ୟମାନେ ୨ ବର୍ଷ ଲାଗି କାର୍ଯ୍ୟ କରିବେ।

୨ ସ୍ଲାବ୍‌ ନେଇ ନୀତି ଆୟୋଗ ସଦସ୍ୟଙ୍କ ପରାମର୍ଶ
ଜିଏସ୍‌ଟିରେ ୨ ଟିକସ ସ୍ଲାବ ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସଦସ୍ୟ ରମେଶ କୁମାର ଚାନ୍ଦ ବୁଧବାର ପରାମର୍ଶ ଦେଇଛନ୍ତି। ସରକାର ଅନେକ ସ୍ଲାବ ପରିବର୍ତ୍ତେ କେବଳ ଦୁଇ ସ୍ଲାବ ରଖିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ସେହିଭଳି ବାରମ୍ବାର ଟିକସ ପରିବର୍ତ୍ତନ ହେବା ଦ୍ୱାରା ଏହାର ପ୍ରଭାବ ନକାରାତ୍ମକ ହେଉଛି। ଆବଶ୍ୟକତା ହେଲେ ବାର୍ଷିକ ଥରେ ଟିକସ ହାରରେ ପରିବର୍ତ୍ତନ କରାଯାଇପାରିବ ବୋଲି ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

ଭାରତୀୟ ମସଲାରେ କୀଟନାଶକ ସମ୍ପର୍କିତ ସମସ୍ତ ଦାବିକୁ ଖଣ୍ଡନ କଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୫।୫: ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ...

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri