Posted inଖେଳ

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ବସନ୍ତ ମହାନ୍ତି ୬ ଉଇକେଟ ନେଇ ଉତ୍ତରାଖଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଫଳରେ ଉତ୍ତରାଖଣ୍ଡ ପ୍ରଥମ ଇନିଂସ୍‌ରେ ୧୧୭ ରନ୍‌ କରି ଅଲଆଉଟ ହୋଇଯାଇଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୩ ଉଇକେଟ ହରାଇ ୯୮ରନ୍‌ କରିଛି। ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ମାତ୍ର ୧୯ ରନ୍‌ ପଛରେ ରହିଛି। ଏଥିସହ ଘରୋଇ ମାଟିରେ ଇନିଂସ୍‌ ଅଗ୍ରଣୀ ପଥରେ ରହିଛି ଓଡ଼ିଶା ଦଳ।
ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଉତ୍ତରାଖଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଉଥିବାରୁ ପ୍ରାରମ୍ଭରୁ ରକ୍ଷଣାତ୍ମକ ଶୈଳୀରେ ଉତ୍ତରାଖଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଓପ୍‌ନର ତନ୍ମୟ ଶ୍ରୀବାସ୍ତବ ଓ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ପ୍ରଥମ ୧୦ ଓଭରରେ ୧୨ରନ୍‌ କରିଥିଲେ। ଦଳୀୟ ସ୍କୋର ୧୬ ହୋଇଥିବା ବେଳେ ଅଧିନାୟକ ଉନ୍ମୁକ୍ତଙ୍କୁ ୬ ରନ୍‌ରେ ଏଲବିଡବ୍ଲ୍ୟୁ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ ରାଜ୍ୟର ଯୁବ ପେସ୍‌ ତାରକା ରାଜେଶ ମହାନ୍ତି। ଓଡ଼ିଶାର ଦୁର୍ଦ୍ଧର୍ଷ ପେସ୍‌ ବୋଲିଂ ସମ୍ମୁଖରେ ଉତ୍ତରାଖଣ୍ଡ ବ୍ୟାଟ୍ସମ୍ୟାନ୍‌ମାନେ ହାତ ଟେକି ଦେଇଥିଲେ। ଲଗାତର ଭାବେ ଉଇକେଟ ପତନ ଘଟିଥିଲା। ୬୮ ରନ୍‌ରେ ୫ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ସାରିଥିବା ଉତ୍ତରାଖଣ୍ଡ ୧୧୭ ରନ୍‌ରେ ଅଲଆଉଟ ହୋଇଥିଲା। ଦୀକ୍ଷାଂଶୁ ନେଗି ସର୍ବାଧିକ ୩୬ରନ୍‌ କରିଥିବା ବେଳେ ତନ୍ମୟ ୨୪, ଧନରାଜ ଶର୍ମା ଓ ଅଭନିଶ ସୁଧା ୧୭ ରନ୍‌ ଲେଖାଏ କରିଥିଲେ। ପୂର୍ବରୁ ଓଡ଼ିଶା ପକ୍ଷରୁ ଖେଳିସାରିଥିବା ଉତ୍ତରାଖଣ୍ଡର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୌରଭ ରାୱତ ୪ରନ୍‌ରେ ଆଉଟ ହୋଇଥିଲେ। ଏଠାରେ ଖେଳାଯାଇଥିବା ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୬ ଉଇକେଟ ହାସଲ କରିଥିବା ବସନ୍ତ ମହାନ୍ତି ବୁଧବାର ମଧ୍ୟ ସମାନ ସଂଖ୍ୟକ ଉଇକେଟ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଗୋଟିଏ ଇନିଂସ୍‌ରେ ୫ ଉଇକେଟ ଦଖଲ କରିବା କ୍ଷେତ୍ରରେ ବସନ୍ତଙ୍କର ଏହା ୨୩ତମ ସଫଳତା। ୧୯.୪ ଓଭର ବୋଲିଂ କରିଥିବା ବସନ୍ତ ୧୦ ଓଭର ମେଡେନ ସହ ୧୭ ରନ୍‌ ବିନିମୟରେ ଏହି ସଫଳତା ପାଇଛନ୍ତି। ଏହାଛଡ଼ା ଦେବବ୍ରତ ପ୍ରଧାନ ୨ଟି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଛି। ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡ଼ିବା ପରେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓପ୍‌ନିଂ ଦାୟିତ୍ୱ ସମ୍ଭାଳିଥିଲେ। ଗୋବିନ୍ଦ ଓ ଶାନ୍ତନୁ ମିଶ୍ର ଓପ୍‌ନିଂରେ ୧୫ ରନ୍‌ ଯୋଡ଼ିଥିଲେ। ଗୋବିନ୍ଦ ୧୧ରନ୍‌ କରି ସନ୍ନି ରାଣାଙ୍କ ଶିକାର ହୋଇଛନ୍ତି। ପରେ କ୍ରିଜ୍‌କୁ ଆସିଥିବା ଦେବାଶିଷ ସାମନ୍ତରାୟ ଖାତା ଖୋଲିବା ପୂର୍ବରୁ ଓ ଅଧିନାୟକ ଶୁଭ୍ରାଂଶୁ ୧୬ ରନ୍‌ରେ ଆଉଟ ହୋଇଛନ୍ତି। ଶାନ୍ତନୁ ୩୦, ବିପ୍ଳବ ସାମନ୍ତରାୟ ୩୫ ରନ୍‌ରେ ଅପରାଜିତ ଅଛନ୍ତି।
ସଂକ୍ଷିପ୍ତ ସ୍କୋର
ଉତ୍ତରାଖଣ୍ଡ ପ୍ରଥମ ଇନିଂସ୍‌: ୧୧୭/ଅଲଆଉଟ(ଦୀକ୍ଷାଂଶୁ ନେଗି- ୩୬, ତନ୍ମୟ ଶ୍ରୀବାତ୍ସବ-୨୪, ବସନ୍ତ ମହାନ୍ତି-୬/୧୭, ଦେବବ୍ରତ ପ୍ରଧାନ-୨/୩୯, ରାଜେଶ ମହାନ୍ତି-୧/୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୧/୨୭)। ଓଡ଼ିଶା ପ୍ରଥମ ଇନିଂସ: ୯୮/୩(ବିପ୍ଳବ ସାମନ୍ତରାୟ-୩୫*, ଶାନ୍ତନୁ ମିଶ୍ର-୩୦*, ସନ୍ନି ରଣା-୨/୧୮, ଆକାଶ ମଣ୍ଡଓ୍ବାଲ-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri