ଏଇ ଭାରତରେ

ଯେକୌଣସି ବୃତ୍ତିରୁ ଜଣେ କର୍ମଚାରୀ ଅବସର ନେଲେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେବା ପରମ୍ପରା ରହିଛି। ଏହା ଲାଗି କେତେ କ’ଣ ଆୟୋଜନ ହେଉଛି। ଉପହାରଠାରୁ ଆରମ୍ଭ କରି ଭୋଜିର ଆସର ଜମୁଛି। ହେଲେ ଶୁଣିଛନ୍ତି କି କୃଷକଙ୍କ ଅବସର କଥା? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ଭଣ୍ଡରା ଜିଲା ମୋହଗାଁଓର ଜଣେ କୃଷକ ଅବସର ଘୋଷଣା କରିଛନ୍ତି। ତାଙ୍କ ଲାଗି ପାଳିତ ହୋଇଛି ସ୍ବତନ୍ତ୍ର ଉତ୍ସବ। ମୋହଗାଁଓର କାଲେ ପରିବାରରେ ୬୦ ବର୍ଷ ଧରି ଚାଷ କରୁଥିବା ପରିବାରର ମୁଖିଆ ଗଜାନନ କାଲେ କୃଷିରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ। ଅବସର ନେବା ପରେ ସେ ଆଉ ଚାଷ କରିବେ ନାହଁ। ପରିବାର ପକ୍ଷରୁ ତାଙ୍କ ଲାଗି ବିଦାୟ ସମ୍ବଦ୍ଧର୍ର୍ନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ୧୦ ଜଣ କୃଷକଙ୍କୁ ବି ସମ୍ମାନିତ କରାଯାଇଛି। ପରେ ଏହି ଉତ୍ସବରେ ବଳଦଗାଡିରେ ଗଜାନନ ଓ ସମ୍ମାନିତ କୃଷକମାନେ ବସି ଏକ ଶୋଭାଯାତ୍ରାରେ ବାହାରିଥିଲେ। ଗଜାନନଙ୍କ ପରିବାରରେ ଛୋଟବଡ଼ ୧୯ ଜଣ ସଦସ୍ୟ ରହିଛନ୍ତି। ତାଙ୍କର ୨୫ ଏକର ଜମି ରହିଛି। ବୟସ ଅଧିକ ହେବାରୁ ଗଜାନନଙ୍କୁ ଚାଷକାମରୁ ମୁକ୍ତ କରାଯାଇଛି ବୋଲି କହିଛନ୍ତି ତାଙ୍କ ସାନଭାଇ ଯଶବନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri