ହାଇକୋର୍ଟରେ ଏଏସ୍‌ଆଇ ଡିଜିଙ୍କ ବ୍ୟକ୍ତିଗତ ହାଜିରା: ୪ମାସ ମଧ୍ୟରେ ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ମରାମତି ଶେଷ ହେବ

କଟକ ଅଫିସ,୨୪ା୧୨- ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଡିଜି ଉଷା ଶର୍ମା ସୋମବାର ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ଶର୍ମାଙ୍କ ସହିତ ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ(ସଂରକ୍ଷଣ) ଓ ଓଡ଼ିଶା ଅଧୀକ୍ଷକ ମଧ୍ୟ ହାଜର ହୋଇଥିଲେ। ଆସନ୍ତା ୪ ମାସ ମଧ୍ୟରେ ଉଭୟ ମନ୍ଦିରର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‌ଆଇ ଅଧିକାରୀମାନେ ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମରାମତି ନିମନ୍ତେ ସେମାନେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଏବଂ ବିଶେଷଜ୍ଞମାନଙ୍କ ମତାମତ ଓ ପରାମର୍ଶ ନେବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏପରି କି ଆବଶ୍ୟକସ୍ଥଳେ ସରକାରଙ୍କ ସହାୟତା ନେବାକୁ ମଧ୍ୟ ଆଦେଶରେ କୁହାଯାଇଛି। ଆସନ୍ତା ମେ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉକ୍ତ ଦିନ ଏଏସ୍‌ଆଇ ଅଧିକାରୀମାନେ ମରାମତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୋଣାର୍କ ମାମଲା ଉପରେ ଆବେଦନକାରୀ ଦିଲୀପ ମହାପାତ୍ର ଆଉ ଏକ ଅନ୍ତରୀଣ ପିଟିଶନ ଦାଏର କରିଛନ୍ତି। ପିଟିଶନରେ ସେ କୋଣାର୍କକୁ ନବଗ୍ରହ ମୂର୍ତ୍ତି ଫେରାଇ ଆଣିବା ପାଇଁ ଦାବି କରିଛନ୍ତି। ଉକ୍ତ ମୂର୍ତ୍ତିଗୁଡ଼ିକ ଏବେ ଲଣ୍ଡନର ଏକ ସଂଗ୍ରହାଳୟରେ ରହିଛି। ମହାପାତ୍ର ଦର୍ଶାଇଛନ୍ତି, ଉକ୍ତ ନବଗ୍ରହ ମୂର୍ତ୍ତି ମଧ୍ୟରେ ସୂର୍ଯ୍ୟଙ୍କର ମୂର୍ତ୍ତି ରହିଛି। ତେଣୁ ଉକ୍ତ ମୂର୍ତ୍ତିଗୁଡ଼ିକ ଫେରସ୍ତ ଅଣାଗଲେ କୋଣାର୍କର ଶୋଭା ଅଧିକ ବୃଦ୍ଧି ପାଇବ। ସେହିପରି ମହାପାତ୍ର ଦର୍ଶାଇଛନ୍ତି, ରଙ୍ଗନାଥ ସ୍ବାମୀ ମନ୍ଦିର ମରାମତି ପାଇଁ ମାତ୍ର ୧୬ ମାସ ସମୟ ଲାଗିଥିଲା। ମନ୍ଦିରରୁ ୫୦ହଜାର ଟନ୍‌ ଆବର୍ଜନା ବାହାରିଥିଲା। ଏତେ କମ୍‌ ସମୟ ମଧ୍ୟରେ ମନ୍ଦିର ମରାମତି ଶେଷ କରାଯାଇଥିବାରୁ ୟୁନେସ୍କୋ ପୁରସ୍କାର ମିଳିଥିଲା। ମାତ୍ର ଶ୍ରୀମନ୍ଦିର ଓ ସୂର୍ଯ୍ୟମନ୍ଦିର ମରାମତି ପାଇଁ ୨୦୧୦ରୁ କାମ ଜାରି ରହିଛି। ବିଭିନ୍ନ ବାହାନା ଦେଖାଇ ଏହି କାମକୁ ଶେଷ କରାଯାଉନାହିଁ। ଅର୍ଥାତ୍‌ ଏଥିପ୍ରତି ସରକାର କିମ୍ବା ଏଏସ୍‌ଆଇ ଯତ୍ନବାନ ରହୁନାହାନ୍ତି। ସୂଚନାଥାଉ କି, ଶ୍ରୀମନ୍ଦିରକୁ ନେଇ ଅଭିଷେକ ଦାସ ଓ ସୂର୍ଯ୍ୟମନ୍ଦିରକୁ କୋଣାର୍କକୁ ନେଇ ଦିଲୀପ ମହାପାତ୍ର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଉଭୟ ମାମଲାକୁ ବରିଷ୍ଠ ଆଡଭୋକେଟ ଅଶୋକ ମହାପାତ୍ର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri