ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ଶୁକ୍ରବାର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ଗତବର୍ଷ ଗୋଟିଏ ଦିନ ଦ୍ୱାରଫିଟା ନୀତିରେ ବିଳମ୍ବ ହୋଇଥିଲା। ଏଥିପାଇଁ କେଉଁମାନେ ଦାୟୀ, କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜଣାଇବା ଲାଗି ମୁଖ୍ୟ ପ୍ରଶାସକଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏହାର ତଦନ୍ତ ଆରମ୍ଭ ହୋଇଛିି। ୨ଜଣ ଉତ୍ତର ରଖିଥିବା ବେଳେ ଆଉ ୩ ଜଣଙ୍କୁ ଆସନ୍ତା ୩୦ ତାରିଖ ଭିତରେ ଉତ୍ତର ଦେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଜାନୁୟାରୀ ୪ରୁ ଏହାର ଶୁଣାଣି ଆରମ୍ଭ ହେବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀମନ୍ଦିର ଆଇନରେ ଯାହା ପ୍ରାବଧାନ ରହିଛି ତାହାକୁ ଦୃଷ୍ଟିରେ ରଖି ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିି।
ଗତବର୍ଷ ଡିସେମ୍ବର ୨୭ ତାରିଖ ରାତି ପ୍ରାୟ ୮ଟାରେ ୩ ବଙ୍ଗୀୟ ଭକ୍ତ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ଦେଇ ଯିବା ବେଳେ ସେଠାରେ କାର୍ଯ୍ୟରତ ଆଇଆର୍‌ବି ପୋଲିସ ସେମାନଙ୍କୁ ଅଟକାଇଥିଲେ। ବିଦେଶୀ ବୋଲି କହି ସେମାନଙ୍କ ପରିଚୟପତ୍ର ମାଗିଥିଲେ। ହେଲେ ସେମାନେ ବିଦେଶୀ ନୁହନ୍ତି, ତାଙ୍କ ଘର ପଶ୍ଚିମବଙ୍ଗ ବୋଲି କହିଥିଲେ। କିନ୍ତୁ ପୋଲିସ କର୍ମଚାରୀ ଶୁଣି ନ ଥିଲେ। ପରିଚୟପତ୍ର ନ ଦେଖାଇଲେ ଛାଡିହେବ ନାହିଁ ବୋଲି କହିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ଭିତରଚ୍ଛ ମହାପାତ୍ର ପହଞ୍ଚତ୍ ସେମାନେ କଲିକତାରୁ ଆସିଛନ୍ତି ବୋଲି କହିଥିଲେ। ଏହା ସତ୍ତ୍ବେ ପୋଲିସ ତାଙ୍କୁ ଛାଡି ନ ଥିଲା। ଏହାକୁ ନେଇ ଭିତରଚ୍ଛ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ ବୋଲି ଭିତରଚ୍ଛ ଥାନାରେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ପୋଲିସ କର୍ମଚାରୀ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ୨୮ ତାରିଖ ସକାଳୁ ଶ୍ରୀମନ୍ଦିରରେ ଦିନ ତମାମ୍‌ ଜୟ ବିଜୟ ଦ୍ୱାର ଫିଟି ନ ଥିଲା। ଠାକୁର ଦାନ୍ତ ଘଷି ନ ଥିଲେ କି ଗାଧୋଇ ନ ଥିଲେ। ବାହାରିପାରି ନ ଥିଲା ପହିଲି ଭୋଗ। ବନ୍ଦ ରହିଥିଲା ମହାପ୍ରସାଦ। ଭୋକ ଉପାସରରେ ରତ୍ନସିଂହାସନରେ ମହାପ୍ରଭୁ ବସି ରହିଥିବା ବେଳେ ଦର୍ଶନ ନ ପାଇ ସିଂହଦ୍ୱାରରେ ଲୁହ ଗଡାଇଥିଲେ ଭକ୍ତ। ଶେଷରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ଲିଖିତ ଦାବି ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତିି। ପହିଲି ଭୋଗ ଯୋଗୁ ଭୋର ୩ଟା ଦ୍ୱାର ଫିଟାଯିବାକୁ ନୀତି ନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ୧୪ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୫ଟାରେ ଦ୍ୱାର ଫିଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri