ରିପୋର୍ଟ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା: ଅନ୍ତେବାସୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ

ଅନୁଗୋଳ ଅଫିସ, ୨୦।୧୨-ଦୁଇ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ବୁଧବାର ତାଙ୍କ ଗସ୍ତ ଶେଷ କରି ଫେରିଯାଇଛନ୍ତି। ତେବେ ଫେରିବା ପୂର୍ବରୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଏସ୍‌ପି ଜଗମୋହନ ମୀନାଙ୍କୁ ସେ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଗସ୍ତ ଅବସରରେ ଆୟୋଗ ସଦସ୍ୟା ବନ୍ତଳା ଅଞ୍ଚଳର ଦୁଇଟି ହୋଟେଲରେ ଚଢ଼ାଉ କରି ୫ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣଙ୍କ ବୟସ ୧୪ ବର୍ଷ ହୋଇଥିବାରୁ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଇ ସିସିଆଇ ହୋମ୍‌ରେ ରଖାଯାଇଛି। ଅନ୍ୟ ୩ ଜଣଙ୍କ ବୟସ ୧୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ପରିବାର ଆବଶ୍ୟକ ପ୍ରମାଣପତ୍ର ଦେଖାଇବା ପରେ ବନ୍ତଳା ପୋଲିସ ଓ ଜିଲା ଶ୍ରମ ଅଧିକାରୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଦସ୍ୟା କହିଛନ୍ତି।
ବୁଧବାର ପୂର୍ବାହ୍ନରେ ଆୟୋଗ ସଦସ୍ୟା ଶରଧାପୁର ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ କୁନି କୁନି ପିଲାଙ୍କ ସହ ବାର୍ତ୍ତାଳାପ କରିବା ସହ କେନ୍ଦ୍ର କିପରି ଚାଲିଛି ତାର ଅନୁଧ୍ୟାନ କରିଥିଲେ। ଏହାପରେ ଶରଧାପୁର ୟୁପି ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କ ଡ୍ରପ ଆଉଟ୍‌ ନେଇ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଅଭିଭାବକଙ୍କ ସହ ଆଲୋଚନା କରି ପାଠ ଛାଡ଼ିଥିବା ଛାତ୍ରୀଙ୍କୁ ପୁଣି ସ୍କୁଲ ଫେରାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଅନୁଗୋଳ ଜୁଭେନାଇଲ ଜଷ୍ଟିସ ହୋମ (ବାଳସୁଧାର ଗୃହ) ପରିଦର୍ଶନ କରିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ସହ ଖାଦ୍ୟ ଖାଇବା ବେଳେ କାଉନସେଲିଂ କିପରି କରାଯାଉଛି ତାହା ବୁଝିଥିଲେ। ବାଳ ସୁଧାର ଗୃହ ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ସଦସ୍ୟା ଦର୍ଶାଇଥିଲେ। ପରେ ଅନୁଗୋଳ ବାଳିକା ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ମଧ୍ୟ ଡ୍ରପ୍‌ ଆଉଟ୍‌ ଥିବା ଜାଣିବାକୁ ପାଇଥିଲେ। ଏହି ଦୁଇଟି ବିଦ୍ୟାଳୟରୁ ୧୬ ଜଣ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିଥିବା ନେଇ ସେ ଜିଲାପାଳଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ସଦସ୍ୟାଙ୍କ ସହ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ପୂର୍ଣ୍ଣବାସୀ ରଥ, ଶିଶୁ ଯତ୍ନ ସୁରକ୍ଷା ଅଧିକାରୀ ଝରଣା ନାୟକଙ୍କ ସମେତ ସମାଜ ମଙ୍ଗଳ ଓ ଜିଲା ମଙ୍ଗଳ ବିଭାଗର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବନ୍ତଳା ଅଞ୍ଚଳରେ ଥିବା ଦୁଇ ହୋଟେଲରେ ଜିଲା ଶ୍ରମ ଅଧିକାରୀ ଶିବ ଶଙ୍କର ମିଶ୍ର, ବନ୍ତଳା ଏସ୍‌ଆଇ ଅନୁପମା ପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ବେହେରା ଓ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସଞ୍ଜୀବ କୁମାର କରଙ୍କ ସହ ଚଢ଼ାଉ କରିଥିଲେ। ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସମୟରେ ଶିଶୁ ସୁରକ୍ଷା ଅଧିକାରୀ ବେହେରା ଓ ଉପଜିଲାପାଳ ବାସୁଦେବ ଶତପଥୀ ଜିଲାପାଳଙ୍କ ନିକଟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri