ଶ୍ୱେତଗଙ୍ଗା କୂଳରେ ଶ୍ୱେତ ରାଜା

ପରମ ପାବନ ନୀଳାଚଳ କ୍ଷେତ୍ରରେ ରହିଥିବା ପଞ୍ଚତୀର୍ଥ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ଲୋକେ ବିଶ୍ୱାସ ରଖନ୍ତି। ତେବେ ଏହି ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ଶ୍ୱେତଗଙ୍ଗା। ଶ୍ୱେତଗଙ୍ଗା ତୀର୍ଥକୁ ନେଇ ଅନେକ ଐତିହ୍ୟ ରହିଛି। ଏହାର କୂଳରେ ଉପାସିତ ହେଉଛନ୍ତି ଶ୍ୱେତରାଜା। ତେବେ କାହିଁକି ଶ୍ୱେତରାଜା ଏଠାରେ ପୂଜା ପାଉଛନ୍ତି ତାହା ପଛରେ ରହିଛି ଐତିହ୍ୟ।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଆଦି ବ୍ରହ୍ମ ପୁରାଣରେ ଶ୍ୱେତଗଙ୍ଗା ବିଷୟରେ ଚମତ୍କାର ବର୍ଣ୍ଣନା ରହିଛି। କୁଶ ଅଗରେ ଏହି ତୀର୍ଥର ଜଳ ଯେତିକି ଲାଗିଥିବ ତାକୁ ଛୁଇଁଦେଲେ ମହାପ୍ରଭୁଙ୍କ ଭକ୍ତଟିଏ ସ୍ବର୍ଗକୁ ଯିବାରେ ସମର୍ଥ ହୋଇପାରିବ। ଖାଲି ସେତିକି ନୁହେଁ, ଏହି ତୀର୍ଥର ମହିମା ଦେବ ଓ ଦାନବ ଉଭୟେ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ପ୍ରସିଦ୍ଧ ତୀର୍ଥ। ରାସ୍ତାରୁ ପ୍ରାୟ ୩୫ ଫୁଟରୁ ଊର୍ଦ୍ଧ୍ୱ ତଳକୁ ପାହାଚ ଦେଇ ଗଲେ ତୀର୍ଥ କୂଳରେ ପହଞ୍ଚତ୍ବାକୁ ହୁଏ। କୂଳରୁ ଦକ୍ଷିଣ ଦିଗକୁ ଯାଇଥିବା ପାହାଚରେ ଗଲେ ପ୍ରଥମ ପାହାଚର ଡାହଣପଟକୁ ରହିଛି ଏକ ମନ୍ଦିର। ଶ୍ରୀଶ୍ୱେତମାଧବ ଓ ଶ୍ରୀମତ୍ସ୍ୟମାଧବଙ୍କ ସହ ଏହି ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଶ୍ୱେତରାଜା। ତ୍ରେତୟା ଯୁଗରୁ ଏହି ରାଜାଙ୍କ ପାଷାଣ ବିଗ୍ରହ ପୂଜା ପାଉଛନ୍ତି ଶ୍ୱେତମାଧବଙ୍କ ନିକଟରେ।
ରାମାୟଣରୁ ଶ୍ୱେତରାଜାଙ୍କ କଥା ଜଣାପଡ଼େ । ରାଜା ସୁଦେବଙ୍କ ପୁତ୍ର ଶ୍ୱେତ ବହୁବର୍ଷ ଧରି ରାଜ୍ୟ ଶାସନ କରିବା ପରେ ରାଜ୍ୟଭାର ଭାଇ ସୁରଥଙ୍କୁ ଦେଇ ତପ ଆଚରଣ କରିବାକୁ ବଣକୁ ଚାଲିଯାଇଥିଲେ। କଠୋର ତପସ୍ୟା କରି ବ୍ରହ୍ମଲୋକ ପ୍ରାପ୍ତ ହୋଇଥିଲେ। ସେଠାରେ ଯାହା ନ ହେବା କଥା ତାହା ତାଙ୍କର ଅନୁଭବ ହେଲା। ସବୁବେଳେ ଭୋକରେ ଆଉଟୁପାଉଟୁ ହେଲେ। ଭୋକ ମଣିଷକୁ ଆତୁର କଲାଭଳି ଆତୁରିଆ ଭାବ ରହିଲା। ଦିନେ ପ୍ରଜାପତି ବ୍ରହ୍ମାଙ୍କୁ ପଚାରିଲେ ୟେ ଆତୁରତାର କାରଣ କ’ଣ? ପ୍ରଜାପତି କିଛି ସମୟ ଚିନ୍ତା କରି କହିଲେ, ତମେ ଖାଦ୍ୟ ଗ୍ରହଣ କରି ତପସ୍ୟା କରିଥିଲ। କେବଳ ସେତିକି ବି ନୁହେଁ, ତମେ କାହାରିକୁ କିଛି ଦାନ ବି କରିନାହଁ। ସେଥିପାଇଁ ଅଭିଶାପ ପାଇଛ। ତପସ୍ୟା ବଳରେ ସିନା ବ୍ରହ୍ମଲୋକକୁ ଆସିଲ ମାତ୍ର ଅଭିଶାପ ଯୋଗୁ ଏଠି ତମେ ଭୋକରେ ଆତୁର ହେଉଛ। ତମେ ଯେଉଁଠି ତପସ୍ୟା କରୁଥିଲ ସେଠି ଗୋଟିଏ ପୁଷ୍କରିଣୀ ଅଛି। ସେ ପୋଖରୀରେ ଶବଟିଏ ଭାସୁଛି, ଯାଅ ତାକୁ ଖାଉଥାଅ। ସେହି ଅବସ୍ଥାରେ ତମକୁ ମହର୍ଷି ଅଗସ୍ତ୍ୟଙ୍କ ଦର୍ଶନ ମିଳିବ। ଏହାପରେ ଅଭିଶାପରୁ ମୁକୁଳି ପୁଣି ବ୍ରହ୍ମଲୋକଙ୍କୁ ଫେରି ଆସିବ। ତାହା ହିଁ ହେଲା। ମହର୍ଷି ଅଗସ୍ତ୍ୟ ଶବ ଭକ୍ଷଣ କାରଣ ପଚାରିବାରୁ ରାଜା ପୂର୍ବର ସମସ୍ତ କଥା କହିଲେ। ଏହାପରେ ଶାପମୁକ୍ତ ହେଲେ ରାଜା। ଶ୍ୱେତ ରାଜାଙ୍କର ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ଶ୍ରୀକୂର୍ମ ମନ୍ଦିର ସହିତ ସମ୍ପର୍କ ଥିବା ଜଣାଯାଏ। ଏହି ମନ୍ଦିର ପୂର୍ବେ ଓଡ଼ିଶାର ଅଂଶବିଶେଷ ଥିଲା। ସେଠାରେ ଶ୍ୱେତ ରାଜା କଠୋର ତପସ୍ୟା କରିବା ପରେ ଶ୍ରୀବିଷ୍ଣୁ ଶ୍ରୀକୂର୍ମ ଅବତାର ରୂପରେ ଦର୍ଶନ ଦେଇଥିଲେ। ସେଠାରେ ପବିତ୍ର ଶ୍ୱେତ ପୁଷ୍କରିଣୀ ରହିଛି। ଶ୍ରୀକୂର୍ମଙ୍କର ପରିଦୃଶ୍ୟମାନ ମନ୍ଦିର ୧୨୮୧ ମସିହାରେ ନିର୍ମାଣ ହୋଇଥିଲା ବୋଲି ଜଣାଯାଏ। ସେହିପରି ସ୍କନ୍ଦ ପୁରାଣରେ ପରମ ବୈଷ୍ଣବ ଶ୍ୱେତ ରାଜା ଶ୍ରୀଜଗନ୍ନାଥଙ୍କ ପ୍ରସାଦରୁ ଅକ୍ଷୟବଟ ବା କଳ୍ପବଟ ଓ ମହୋଦଧି ମଝିରେ ଥିବା ମୁକ୍ତିକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରଥମ ଅବତାର (ମତ୍ସ୍ୟ ମାଧବ)ଙ୍କ ସାମ୍ନାରେ ବିଜେ କରି ତ୍ରେତୟା ଯୁଗର ସେହି ସ୍ମୃତିକୁ ଉଜ୍ଜୀବିତ ରଖିଥିବା ଉଲ୍ଲେଖ ରହିଛି ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri