ସ୍ବଚ୍ଛ ଭୁବନେଶ୍ୱର ପାଇଁ ଅଭିନବ ନିଷ୍ପତ୍ତି: ୫ଶହ ଗ୍ରାମ୍‌ ପ୍ଲାଷ୍ଟିକ୍‌ ଦେଲେ ‘ଆହାର’ ମିଲ୍‌

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜୋର୍‌ଦାର ଉଦ୍ୟମ ଚଳାଇଛି। ଶୁକ୍ରବାର ସହରବାସୀଙ୍କୁ ସଚେତନ କରିବାକୁ ସ୍ବଚ୍ଛତା ରଥ ପରିକ୍ରମା ଆରମ୍ଭ କରିଥିବାବେଳେ ସହରକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଶନିବାର ଆଉଏକ ଅଭିନବ ନିଷ୍ପତ୍ତି ନିଆଯାଇଛି। ୫ଶହ ଗ୍ରାମ୍‌ ପଲିଥିନ କିମ୍ବା ପ୍ଲାଷ୍ଟିକ୍‌ ଦେଲେ ବିଏମ୍‌ସି ଦ୍ୱାରା ପରିଚାଳିତ ୧୧ ଆହାର କେନ୍ଦ୍ର ମଧ୍ୟରୁ ଯେ କୌଣସିଠାରେ ଗୋଟିଏ ମିଲ୍‌ ଖାଇପାରିବେ। ଆସନ୍ତା ସୋମବାରଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ସହର ଭିତରେ ଏଣେତେଣେ ପ୍ଲାଷ୍ଟିକ ପଡି ପ୍ରଦୂଷଣ ସୃଷ୍ଟି କରୁଛି। ବହୁ ସମୟରେ ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ କରିବା ସହ ଜରିମାନା ଆଦାୟ କରାଯାଉଛି। ଏଥିସହ ସଚେତନତା କରାଯାଉଛି। ତଥାପି ସୁଫଳ ମିଳୁନି। ଏଣିକି ଆହାର କେନ୍ଦ୍ରଗୁଡିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିବ। ଅଧକିଲୋ ପ୍ଲାଷ୍ଟିକ ବର୍ଜ୍ୟ ଦେଲେ ଜଣଙ୍କୁ ଗୋଟିଏ ଆହାର କୁପନ ମିଳିବ। ପ୍ଲାଷ୍ଟିକ ପାଣିବୋତଲ, ପ୍ଲାଷ୍ଟିକ ଜରି କିମ୍ବା ଯେକୌଣସି ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ କରି ଦେବାକୁ ଲୋକଙ୍କୁ ବିଏମ୍‌ସି ଅନୁରୋଧ କରିଛି । ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ବିଏମ୍‌ସି ଏହି ଯୋଜନାରେ ସଫଳତା ପାଇବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା

ଭୁବନେଶ୍ୱର, ୪ା୫(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri