ବିବାଦରେ ଛନ୍ଦି ହୋଇପଡ଼ିଛି ବିଭିନ୍ନ ପ୍ରକଳ୍ପ

ଭଦ୍ରକ ଅଫିସ, ୧୫।୧୨- ଭଦ୍ରକ ଜିଲାରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ଭଳି ସରକାରୀ ଶିଳ୍ପ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଧାମରା ବନ୍ଦରକୁ ବାଦ୍‌ ଦେଲେ ଜିଲାରେ ଅନ୍ୟ କୌଣସି ଶିଳ୍ପ ସଂସ୍ଥା ହୋଇପାରି ନାହିଁ। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଜିଲାରେ ନୂତନ ଜିଲା ଚିକିତ୍ସାଳୟ, ଜିଲାସ୍ତରୀୟ ଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିୟମ୍‌ ଭଳି ପ୍ରକଳ୍ପ କେବଳ କାଗଜ କଲମରେ ଅଟକି ରହିଛି। ସେହିପରି ଜନଆନ୍ଦୋଳନ ମୁଣ୍ଡ ଟେକିବା ସତ୍ତ୍ୱେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, ନର୍ସିଂ ସ୍କୁଲ ପ୍ରତିଷ୍ଠା ଭଳି ଦାବିକୁ ମଧ୍ୟ ଅଣଦେଖା କରାଯାଉଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାରେ ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକଠାରେ ଚିନିକଳ ନିର୍ମାଣ ଲାଗି ୧୯୯୫ରେ ୨୧୭ ଏକର ୭୧ ଡିସିମିଲ ଜାଗା ଅଧିଗ୍ରହଣ କରାଯାଇଥିଲା। ଚିନିକଳ ନ ହେବାରୁ ଅଧିଗୃହୀତ ଜମିରେ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ହେବ ବୋଲି ପରେ ନିଷ୍ପତ୍ତି ନିଆଯାଇଥିଲା। ଏହାମଧ୍ୟରେ ୨୪ବର୍ଷ ବିତିଥିଲେ ବି ସେଠାରେ କୌଣସି ପ୍ରକଳ୍ପ ହୋଇପାରି ନାହିଁ। ସରକାରଙ୍କୁ ଜମି ଛାଡ଼ିଥିବା ଭଣ୍ଡାରିପୋଖରୀ ବ୍ଲକ ପାହିମହୁରା, ମଞ୍ଜୁରିଗଡ଼ିଆ ଓ ହେଲପୁର ଗଁାର ଜମିହରା ଲୋକେ ଏନେଇ ବାରମ୍ବାର ଆନ୍ଦୋଳନ କରି କୌଣସି ସୁଫଳ ପାଇନାହାନ୍ତି। ସେମାନେ ଅଧିଗୃହୀତ ଜମି ଉପରେ ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏହାକୁ ରାତାରାତି ଭାଙ୍ଗି ପକାଇଥିଲେ। ୧୯୯୩ ରେ ଭଦ୍ରକ ନୂତନ ଜିଲା ମାନ୍ୟତା ପାଇଥିଲେ ମଧ୍ୟ ଏଯାଏ ଜିଲାସ୍ତରୀୟ ଷ୍ଟାଡିୟମ ଭଳି କେତେକ ପ୍ରକଳ୍ପ କେବଳ ପ୍ରସ୍ତାବରେ ଅଟକି ରହିଛି। ସ୍ଥାନୀୟ ନେହେରୁ ଷ୍ଟାଡିୟମ୍‌କୁ ଜିଲାସ୍ତରୀୟ କରାଯିବା ଉଦ୍ୟମ ଫେଲ୍‌ ମାରିଛି। ସେଠାରେ ମାଲିକାନା ସ୍ବତ୍ୱକୁ ନେଇ ବିବାଦ ଲାଗିଥିବାରୁ ଷ୍ଟାଡିୟମର ବିକାଶ ହୋଇପାରୁ ନାହିଁ। ଅନ୍ୟତ୍ର ଷ୍ଟାଡିୟମ ନିର୍ମାଣ ସକାଶେ ମଧ୍ୟ ବିକଳ୍ପ ସ୍ଥାନ ଚିହ୍ନଟ ହୋଇପାରୁ ନାହିଁ। ସହର ମଧ୍ୟଭାଗରେ ଥିବା ଜିଲା ଜେଲରେ ସ୍ଥାନାଭାବ ଯୋଗୁ ଅନ୍ୟତ୍ର ନୂତନ ଜେଲ ପ୍ରତିଷ୍ଠା ଯୋଜନା ହୋଇଥିଲା, ଯାହାକି ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ। ବହୁଦରଡ଼ାର ୨୦ ଏକର ଜମିରେ ଜେଲ କରାଯିବାକୁ ସ୍ଥିର ହୋଇଥିଲେ ବି ୭ ବର୍ଷ ହେଲା କାର୍ଯ୍ୟ ଅଟକି ରହିଛି। ଆବଶ୍ୟକ ଭିତ୍ତିଭୂମି ଓ ସ୍ଥାନାଭାବ ଯୋଗୁ ଭଦ୍ରକରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ ଏବଂ ନର୍ସିଂ ସ୍କୁଲ ପ୍ରତିଷ୍ଠା ଦାବିକୁ ଅଣଦେଖା କରାଯାଇ ଆସୁଛି। ଆଇନଜୀବୀ ଗଦାଧର ବଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗୃହୀତ ହୋଇ କାମରେ ଲାଗି ନ ପାରିବା ଏକ ବିଡ଼ମ୍ବନା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଜିଲାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଶ୍ରମିକ ନେତା ସମର ବଳ କହିଛନ୍ତି। ଅଧିଗୃହୀତ ଜମିରେ ପ୍ରସ୍ତାବିତ ଫୁଡ୍‌ ଓ ଟେକ୍ସଟାଇଲ ପାର୍କ ନିର୍ମାଣ ସମ୍ପର୍କରେ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ କେଉଁ କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବ ତାହା ସ୍ଥିର ହୋଇପାରି ନ ଥିବାରୁ ଉକ୍ତ ଜାଗା କାମରେ ଲାଗିପାରି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri