Posted inଫୁରସତ

ସମର୍ପଣର ପ୍ରତୀକ ଆହ୍ଲାଦିନୀ

ଯେତିକି ଧର୍ମପ୍ରାଣା, ସେତିକି ପରୋପକାରୀ ଓ ମିଷ୍ଟଭାଷୀ ଥିଲେ ସ୍ବର୍ଗତା ଆହ୍ଲାଦିନୀ ମିଶ୍ର। ନିଜ କର୍ମମୟ ଜୀବନରେ ସମାଜ ପ୍ରତି ଥିଲା ତାଙ୍କର ଅନେକ ଅବଦାନ। ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ବୋହୂ ଥିଲେ ବି ଘରୁ ଗୋଡ଼ କାଢ଼ି କୁଷ୍ଠରୋଗୀଙ୍କ ସେବା କରିବା ତାଙ୍କ ବିଶାଳ ହୃଦୟର ଥିଲା ଅନ୍ୟ ଏକ ପରିଚୟ। ଆଧ୍ୟାତ୍ମିକତା ଦିଗରେ ମଧ୍ୟ ସେ କରିଥିଲେ ବେଶ୍‌ ଅବିସ୍ମରଣୀୟ କାର୍ଯ୍ୟ, ଯାହା ତାଙ୍କୁ ସର୍ବଦା ବଞ୍ଚାଇ ରଖିବ ଜନମାନସରେ।
୧୯୩୯ ଜୁଲାଇ ୨୯ରେ ଢେଙ୍କାନାଳ ନୂଆଶାସନର ଗଣେଶ୍ୱର ନନ୍ଦ ଓ ନେତ୍ରମଣି ନନ୍ଦଙ୍କ କୋଳମଣ୍ଡନ କରିଥିଲେ ଆହ୍ଲାଦିନୀ। ୧୯୫୪ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ତାଳଚେରର ଜଗନମୋହନ ମିଶ୍ର ଓ ଜଗନମୋହିନୀ ମିଶ୍ରଙ୍କ ପୁତ୍ର ଦ୍ୱାରିକାମୋହନ ମିଶ୍ରଙ୍କ ସହ ବିବାହ ବନ୍ଧନରେ ସେ ଆବଦ୍ଧ ହୋଇଥିଲେ। ସ୍ବାମୀ ଜଣେ କମ୍ୟୁନିଷ୍ଟ ନେତା ତଥା ବହୁ ଶ୍ରମିକ ଆନ୍ଦୋଳନରେ ବ୍ୟସ୍ତ ରହୁଥିବାରୁ ତାଙ୍କ ଯୌଥ ପରିବାରର ଦାୟିତ୍ୱ ପଡ଼ିଥିଲା ଆହ୍ଲାଦିନୀଙ୍କ କୋମଳ କାନ୍ଧ ଉପରେ। ଏହାବାଦ ନିଜର ୯ ସନ୍ତାନସନ୍ତତିଙ୍କ ଲାଳନପାଳନର ଗୁରୁଦାୟିତ୍ୱ ମଧ୍ୟ ସେ ସୁଚାରୁରୂପେ ନିର୍ବାହ କରିଥିଲେ। ବେଶି ପାଠ ପଢ଼ି ନ ଥିଲେ ମଧ୍ୟ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷିତ ଓ ସଂସ୍କାର ସମ୍ପନ୍ନ କରାଇବାର ସଂକଳ୍ପ ତାଙ୍କର ସଫଳ ହୋଇଥିଲା। କେବଳ ପରିବାର ଭିତରେ ସେ ନିଜକୁ ସୀମିତ ନ ରଖି ସମାଜ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ମଧ୍ୟ ଅନୁଭବ କରିଥିଲେ। ତେଣୁ ପରୋପକାର ତାଙ୍କ ଜୀବନର ବ୍ରତ ପାଲଟି ଯାଇଥିବାବେଳେ ସେବା ଓ ସମର୍ପଣ ଏକ ଅଂଶ ହୋଇଯାଇଥିଲା। ଢେଙ୍କାନାଳ ଜିଲା ସତ୍ୟସାଇ ସେବା ସଂଘର ମହିଳା ସଙ୍ଗଠନ ଆବାହିକା, ତାଳଚେରର ନାରାୟଣ ସେବା ପ୍ରତିଷ୍ଠାନର ଆବାହିକା ଭାବେ ତାଙ୍କ କାର୍ଯ୍ୟଧାରା ବେଶ୍‌ ପ୍ରଶଂସନୀୟ ଥିଲା। ଦତ୍ତାତ୍ରେୟ ଓ ସାଇଙ୍କୁ ସେ ଗଭୀର ଭକ୍ତି କରୁଥିବାରୁ ତାଙ୍କ ପ୍ରଭାବରେ ପରିବାରର ସମସ୍ତେ ଶିରିଡି ସାଇବାବାଙ୍କ ଆଶ୍ରିତ ହୋଇଥିଲେ। ତାଙ୍କ ପ୍ରେରଣାରେ ଢେଙ୍କାନାଳର କପିଳାସ ନିକଟରେ ଗଢ଼ି ଉଠିଥିବା ଦତ୍ତାତ୍ରେୟ ସାଇ ଆଶ୍ରମ ସାରା ରାଜ୍ୟର ସାଇ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପରିବେଶକୁ ଖୁବ୍‌ ଭଲ ପାଉଥିବା ଆହ୍ଲାଦିନୀ ନିଜ ଜୀବଦ୍ଦଶାରେ ଦତ୍ତାତ୍ରେୟ ଆଶ୍ରମ ପରିସରକୁ ସବୁଜିମାମୟ କରିଥିବାରୁ ଏହା ଏକ ଶାନ୍ତ ସାଧନାର ପୀଠ ଭାବେ ପ୍ରତିଷ୍ଠା ଲାଭ କରିପାରିଛି। ଏହି ଆଶ୍ରମକୁ ନାରାୟଣ ସେବା ଓ ଆଧ୍ୟାତ୍ମିକ ସାଧନାର ପୀଠ ଭାବେ ଗଢ଼ି ତୋଳିବା ତାଙ୍କ ସ୍ବପ୍ନ ଥିଲା। ପଢ଼ା ବେଶୀ ନ ଥିଲେ ବି ଓଡ଼ିଶାର ସଂସ୍କୃତି, ରୀତିନୀତି, ଧର୍ମଶାସ୍ତ୍ର ଉପରେ ତାଙ୍କ ବେଶ୍‌ ଦଖଲ ଥିଲା। ମୃତ୍ୟୁ ପରେ ଦତ୍ତାତ୍ରେୟ ସାଇ ଆଶ୍ରମ ପରିସରରେ ତାଙ୍କ ସମାଧି ହେଉ ବୋଲି ତାଙ୍କ ଶେଷ ଇଚ୍ଛା ଥିଲା, ଯାହା ୨୦୧୮ ଡିସେମ୍ବର ୨୪ରେ ଇହଧାମ ତ୍ୟାଗ ପରେ ପୂରଣ ହୋଇଛି। ମୃତ୍ୟୁ ପରେ ମଣିଷର ଯଶ, ପ୍ରତିଷ୍ଠାକୁ ଯେପରି କେହି ଲିଭାଇ ପାରେନି ଠିକ୍‌ ସେହିପରି କେବଳ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ନୁହେଁ, ଆହ୍ଲାଦିନୀଙ୍କ ସତ୍‌କର୍ମ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ।
– ଅଖିଳ କୁମାର ଜେନା
ଆବାହକ, ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମ ଟ୍ରଷ୍ଟ, କପିଳାସ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri