୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୨ ଲୁହାପଥର, ୨ ମାଙ୍ଗାନିଜ୍‌ ଓ ୬ ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିର ନିଲାମ କରାଯିବ। ସେହି ଖଣିଗୁଡ଼ିକ ହେଲା ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍‌, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରୋଇଡା-୨, ଜୁରୁରି ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌, ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍‌, ଗାନୁଆ, ଗୋରୁମହିଷାଣି, ବାଦାମପାହାଡ଼, ଯଯାଙ୍ଗ ଲୁହାପଥର, ନଦୀଡିହ ଲୁହାପଥର (ବିଆଇସିଓ), ବଲଦା ଲୁହାପଥର, କଟାସାହି ମାଙ୍ଗାନିଜ୍‌, କାନ୍ଥେର-କୋଇଡା ମାଙ୍ଗାନିଜ୍‌, ନଦୀଡିିହ ଲୁହାପଥର ଓ ମାଙ୍ଗାନିଜ୍‌, ତେହେରାଇ ଲୁହାପଥର ଓ ମାଙ୍ଗାନିଜ୍‌, କୋଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ଇତ୍ୟାଦି।
ତେବେ ରାଜ୍ୟ ସରକାର ଠାକୁରାଣୀ, ରୋଇଡା-୨, ଗାନୁଆ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌ ଖଣିକୁ ସ୍ପଞ୍ଜ୍‌ ଆଇରନ ଉତ୍ପାଦନ, ପିଗ୍‌ ଆଇରନ ଷ୍ଟିଲ୍‌ ଓ ପିଲେଟ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ପାଇଁ ସଂରକ୍ଷିତ ରଖିଛନ୍ତି। ଏହି ଖଣିଗୁଡ଼ିକ ଇ-ନିଲାମ ଜରିଆରେ କରାଯିବ। ଖଣିଗୁଡ଼ିକ ପାଇଁ ଫାଇନାନ୍ସିଆଲ ବିଡ୍‌ କେବଳ ଅନ୍‌ଲାଇନ କିମ୍ବା ଡିଜିଟାଲ ଫର୍ମାଟ୍‌ରେ ଆବେଦନ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କଠାରୁ ବୈଷୟିକ ବିଡ୍‌ ଉଭୟ ଡିଜିଟାଲ ଏବଂ ଫିଜିକାଲ ଫର୍ମାଟ୍‌ରେ ଗ୍ରହଣ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ (https:www.mstccommerce.com/auctionhome/mlcl/index.jsp) ଓ୍ବେବ୍‌ସାଇଟରେ ପଞ୍ଜୀକୃତ ହେବାକୁ ପଡ଼ିବ। ଯେଉଁମାନେ ଏହି ପ୍ରକ୍ରିୟାରେ ସଫଳ ହେବେ ସେମାନଙ୍କୁ ଇ-ନିଲାମରେ ଅଂଶଗ୍ରହଣ କରିବାକୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ଓ୍ବାର୍ଡ ପ୍ରଦାନ କରାଯିବ। ୨୦୧୯ ଡିସେମ୍ବର ୩୦ ସୁଦ୍ଧା ନିଲାମ ସମ୍ପର୍କିିତ କାଗଜପତ୍ର କିଣିବାକୁ ଶେଷତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ୨୦୨୦ ଜାନୁୟାରୀ ୩ ମଧ୍ୟାହ୍ନ ୧୨ଟା ସୁଦ୍ଧା ଟେଣ୍ଡର ପାଇଁ ଆବେଦନ କରିବାକୁ ସ୍ଥିର କରାଯାଇଛି। ଯେଉଁ ଆବେଦନକାରୀ ୨୦୧୯ ଅକ୍ଟୋବର ୪ ଓ ୧୪ରେ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଟେଣ୍ଡର କାଗଜପତ୍ର କିଣିଥିଲେ ସେମାନଙ୍କୁ ଆଉ ଟେଣ୍ଡର ଫି’ ଦେବାକୁ ପଡ଼ିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ୨୦ ଖଣିର ନିଲାମ ପାଇଁ ୨୦୧୯ ଅକ୍ଟୋବର ୪ ଓ ୧୪ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୧୭୬ ଜଣ ବିଡର ଭାଗନେଇଥିଲେ। ରୋଇଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବା ବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରି ପାଇଁ ୨୨, ଗାନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷି ପାଇଁ ୧୨, ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଥିଲେ। ୨୦୧୯ ନଭେମ୍ବର ୧୮ରେ ଏହିସବୁ ଖଣି ପାଇଁ ଟେକ୍ନିକାଲ ବିଡ୍‌ ଖୋଲାଯାଇଥିଲା। ଏହି ବିଡ୍‌ ଖୋଲିବା ପରେ ଜଣାପଡ଼ିଲା ଯେ, ଗୋଟିଏ ଖଣି ପାଇଁ ଜଣେ ବିଡର ବିଭିନ୍ନ ନାମରେ ୫ରୁ ୬ଟି ଟେଣ୍ଡର ପକାଇଛନ୍ତି। ଫଳରେ ଖଣି ନିଲାମରେ ସ୍ବଚ୍ଛତା ରହି ନ ଥାଆନ୍ତା। ଖଣି ପାଇବାକୁ ପ୍ରତିଯୋଗିତା ସୀମିତ ରହିଯାଇଥାଆନ୍ତା। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଇବାକୁ ପଡ଼ିଥାଆନ୍ତା। ଏହି ଘଟଣା ଜଣାପଡ଼ିବା ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଦୁଇଟି ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଖଣି ବିଭାଗ ଉକ୍ତ ନିଲାମ ପ୍ରକ୍ରିୟାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲୋଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ୨୦୧୯ ଡିସେମ୍ବର ୨ରେ ଟେଣ୍ଡରକୁ ଇସ୍ପାତ ଓ ଖଣି ବିଭାଗ ବାତିଲ କରିଦେଇଥିଲା। ତେବେ ଯେଉଁ ବିଡରମାନେ ଖଣି ପାଇଁ ଅମାନତ ରାଶି ବାବଦରେ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ, ସେମାନଙ୍କୁ ତାହା ଫେରାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri