ରାଜଧାନୀର ୨୩ ଛକରେ ଟ୍ରାଫିକ ଯାଞ୍ଚ: ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୨।୧୨(ବ୍ୟୁରୋ): କଡ଼ାକଡ଼ି ହୋଇଛି ନୂଆ ମୋଟର ଯାନ ଆଇନ। ଆର୍‌ଟିଓ ସଂକ୍ରାନ୍ତ କାଗଜପତ୍ରକୁ ଛାଡ଼ି ଦେଲେ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକୁ ଗୁରୁତ୍ୱ ଦିଆଯାଇଛି। ତେବେ ୩ ମାସର କୋହଳ ଓ ଚକୋଲେଟ, ଫୁଲତୋଡ଼ା ଦେଇ ସଚେତନ କରିବା ପରେ ବି ବହୁ ଲୋକ ପୁରୁଣା ଅଭ୍ୟାସ ଛାଡ଼ି ନ ପାରି ଧରାପଡିଛନ୍ତି। ରାଜଧାନୀର ରାଜମହଲ, ରସୁଲଗଡ, ମାଷ୍ଟରକ୍ୟାଣ୍ଟିନ, ଲକ୍ଷ୍ମୀସାଗର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ବାଇପାସ୍‌ ରୋଡ଼ର ସାଇମନ୍ଦିର ଛକ, ନାଲକୋ ଛକ, ପଟିଆ ଛକ, ଖଣ୍ଡଗିରି ଛକ ଆଦି ୨୩ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଯେଉଁ ଗାଡ଼ି ଚାଳକମାନେ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ, ସିଟ୍‌ ବେଲ୍ଟ ବାନ୍ଧି ନ ନ ଥିଲେ, ରଙ୍ଗ୍‌ ସାଇଡ୍‌ରେ ଯାଉଥିଲେ ସେମାନଙ୍କୁ ପୋଲିସ ଅଟକାଇ ଜରିମାନା କରିଥିଲା। ଗାଡ଼ି ଚାଳକ ମଦ୍ୟପାନ କରିଥିଲେ କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ଅଧିକାଂଶ ଲୋକ ଜରିମାନାରୁ ମୁକୁଳିବାକୁ ଚେଷ୍ଟା କରିଥିଲେ। ନିୟମ ଉଲ୍ଳଂଘନ କରି ଖସି ଯାଉଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ରାଜମହଲ ଛକରେ ଯାଞ୍ଚରେ ଅଧିକ ପୋଲିସ ଓ ଟ୍ରାଫିକ କର୍ମଚାରୀ ନିୟୋଜିତ ଥିଲେ। ପୂର୍ବରୁ ଉକ୍ତ ସ୍ଥାନରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଲାଗିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ସେହିଭଳି ଜାତୀୟ ରାଜପଥର ପଳାଶୁଣୀରୁ ବାଲିକୁଦା ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଜଗି ରହିଥିଲା। ବିଶେଷକରି ଅଧିକ ବେଗରେ ଯାଉଥିବା ଗାଡ଼ି ଉପରେ ପଦକ୍ଷେପ ନିଆଯାଇଥିଲା। ଜାତୀୟ ରାଜପଥର ଏହି ପରିସୀମା ମଧ୍ୟରେ ସ୍ପିଡ୍‌ ଲିମିଟ୍‌ ହାଲୁକା ଯାନ ପାଇଁ ୫୦ କେଏମ୍‌ପିଏଚ୍‌ ରଖାଯାଇଥିବାବେଳେ ଭାରିଯାନ ପାଇଁ ୭୦ କିମି ରହିଛି। ସେହିଭଳି ଦୁଇଚକିଆ ଯାନ ପାଇଁ ୫୦ କେଏମ୍‌ପିଏଚ୍‌ ରଖାଯାଇଛି।
ଜରିମାନା ଆଦାୟ ଉଦ୍ଦେଶ୍ୟ ନୁହେଁ : ଟ୍ରାଫିକ ଡିସିପି
ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଯାଞ୍ଚ ସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଡିସିପି ନାଥ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ଯାଞ୍ଚ ଚାଲିଛି। ଜରିମାନା ଆଦାୟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଲୋକଙ୍କ ସୁରକ୍ଷିତ ଯାତ୍ରା ପୋଲିସର ମୁଖ୍ୟ ଦାୟିତ୍ୱ। ସଡ଼କ ନିୟମ ମାନିବାକୁ ପୋଲିସ ପକ୍ଷରୁ ଏଭଳି କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି।
ଏଣିକି ମଦୁଆ ଗାଡ଼ି ଚାଳକଙ୍କୁ ଜେଲ
ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେଣୁ ମଦୁଆ ଗାଡି ଚାଳକଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ସହରରେ ପାଟ୍ରୋଲଂ କରି ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରି ସିଧା କୋର୍ଟ ଚାଲାଣ କରିବେ। ରଙ୍ଗ ସାଇଡ୍‌ ଗାଡ଼ି ଚାଳନା ରୋକିବାକୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ। ଜାତୀୟ ରାଜପଥରେ ବିଶେଷକରି କଟକ ଓ ଭୁବନେଶ୍ୱରୁ ଯୋଡୁଥିବ ଲିଙ୍କ୍‌ ରୋଡରେ ଓଭର ସ୍ପିଡ୍‌ ରୋକିବାକୁ ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଡିସିପି ସାଗରିକା ନାଥ କହିଛନ୍ତି। ସେ କହିଛନ୍ତି, ବାଇକ୍‌ରେ ବସୁଥିବା ଲୋକେ ବିଶେଷକରି ୪ରୁ ୧୨ ବର୍ଷ ମଧ୍ୟରେ ପିଲାକୁ ନେଉଥିଲେ ହେଲ୍‌ମେଟ ପିନ୍ଧାନ୍ତୁ। ଆଗକୁ ଏପରି ଯାଞ୍ଚ କଡାକଡି ହେବ ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri