ମା’ଠୁ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇଛି

ବ୍ରହ୍ମପୁର ଅଫିସ୍‌,୨ା୧୨-ବ୍ରହ୍ମପୁର ପ୍ରଜ୍ଞାନ ହଲ୍‌ରେ ରବିବାର ଜିଲାସ୍ତରୀୟ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିଲେ। ଚଳିତ ବର୍ଷର ବାର୍ତ୍ତା ‘ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା’ ଉପରେ ନିଜର ମତ ରଖିଥିଲେ । ଏଡ୍‌ସକୁ ନେଇ ଆମ ସମାଜରେ ଭୟ ରହିଛି।
ଆକ୍ରାନ୍ତଙ୍କୁ ଏକ ପ୍ରକାର ସାମାଜିକ ବାସନ୍ଦ କରାଯାଉଛି। ଏଣୁ ଥରେ କିଏ ଯଦି ଆକ୍ରାନ୍ତ ହେଉଛନ୍ତି, ତେବେ ଭୟରେ କାହାକୁ କହୁନାହାନ୍ତି କି ଚିକିତ୍ସିତ ହେଉନାହାନ୍ତି। ଫଳରେ ତାଙ୍କର ମୃତ୍ୟୁ ହେଉଛି। ଏଡ୍‌ସକୁ ନେଇ ନକରାତ୍ମକ ଭାବନାକୁ ବଦଳାଇବାକୁ ପଡ଼ିବ। ଆକ୍ରାନ୍ତଙ୍କୁ ଭଲ ବ୍ୟବହାର ଦେଖାଇବା।
ରୋଗର କାରଣ ଏବଂ ନିରାକରଣ ବିଷୟରେ ଜାଣିବା। ତେବେ ଯାଇ ଆମ ଦେଶରୁ ଏଡ୍‌ସକୁ ହଟେଇ ଦେଇପାରିବ।
କେବଳ ସରକାର କିମ୍ବା ସ୍ବେଚ୍ଛାସେବୀ ସଂଗଠନ ନୁହଁ, ସମାଜର ପ୍ରତ୍ୟେକ ବର୍ଗର ଏ ଦିଗରେ କର୍ତ୍ତବ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଥିଲେ, ଗଞ୍ଜାମ ଏକ ଏଡ୍‌ସ ପ୍ରବଣ ଜିଲା। ଗର୍ଭବତୀଙ୍କଠାରୁ ଶିଶୁଙ୍କୁ ଆକ୍ରାନ୍ତ ହାର ଏକଦା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଥିଲା। କିନ୍ତୁ ଗଞ୍ଜାମ ଜିଲାରେ ଗର୍ଭବତୀଙ୍କ ଏଚ୍‌ଆଇଭି ପରୀକ୍ଷାକୁ କଡ଼ାକଡ଼ି କରାଗଲା। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ହେଲେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଣୁ ନବଜାତକ ଆଉ ଏଚ୍‌ଆଇଭି ସଂକ୍ରମିତ ହେଉନାହାନ୍ତି। ମା’ ଠାରୁ ଶିଶୁଙ୍କୁ ସଂକ୍ରମଣ, ଗଞ୍ଜାମରେ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲାରେ ଏଡ୍‌ସ ଏବଂ ଟିବି ନିରାକରଣ ଏବଂ ସଚେତନତା ଦିଗରେ ଅବଦାନ ପାଇଁ ଡାକ୍ତର ଏବଂ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଯଥା ଡା. ରବି କୁମାର ଶତପଥୀ, ଡା. ପ୍ରତାପ ଚନ୍ଦ୍ର ମଣ୍ଡଳ, ଡା. ଗୋପାଳକୃଷ୍ଣ ବେହେରା, ବିଦେଶୀ ଜେନା, ସନ୍ତୋଷ କୁମାର, ଶ୍ରଦ୍ଧାଞ୍ଜଳି ମିଶ୍ର, ମନୋଜ କୁମାର ସାହୁ, ରଞ୍ଜନା ପଣ୍ଡା, ସନୋଜ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଡ୍‌ସ ସଚେତନତା ରଥ ‘ପରିବର୍ତ୍ତନ ଯାତ୍ରା’କୁ ଜିଲାପାଳ କୁଲାଙ୍ଗେ ଶୁଭାରମ୍ଭ କରିଥିଲେ। ଉପଜିଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଜିଲା ମ୍ୟାଲେରିଆ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଜିଲା ଯକ୍ଷ୍ମା ଅଧିକାରୀ ଡା. ମନୋଜ କୁମାର ପଣ୍ଡା, ଡିଏପିସିୟୁ ଜିଲା ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାଶ, ଜିଲା ଟିଭି ସେଲ୍‌ର ବିଦେଶୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri