କଦଳା ଗଣ୍ଡର ପୁନରୁଦ୍ଧାର, ଦଳ ନିଷ୍କାସନ ଦାବି

ରସୁଲପୁର,୨୯।୧୧(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ନରସିଂହପୁର ପଞ୍ଚାୟତ ସୀମାଦେଇ ବହିଯାଇଥିବା କଦଳା ଗଣ୍ଡ (ଗୋବରୀ ନାଳ)ର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ  ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବର୍ଷତମାମ ଏହି ଜଳଧାରା ସଚଳ ରହେ। ଏହି ନାଳ ଉପରେ ନରସିଂହପୁର ପଞ୍ଚାୟତ ଲୋକଙ୍କ ବ୍ୟତୀତ ଯାଜପୁର ବ୍ଲକର ମହେଶ୍ୱରପୁର ପଞ୍ଚାୟତ ବ୍ରାହ୍ମଣବାଚ୍ଚପୁର, ଗୋପିନାଥପୁର, ନିଶ୍ଚନ୍ତା, ବେଣାପୁର, ଜଗଦିଶପୁର ଗ୍ରାମର ଲୋକମାନେ ନିର୍ଭର କରି ଚଳନ୍ତି। ଖରାଦିନରେ ଏହି ନାଳ ସ୍ଥାନୀୟ ଅଞ୍ଚଳର ଜଳ ସମସ୍ୟା ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଗୋରୁଗାଈଙ୍କ ପାଇଁ ତାହାକୁ ପାଣି ପିଇବାର ବିକଳ୍ପ ବ୍ୟବସ୍ଥା ଭାବରେ ଧରାଯାଏ। ବର୍ଷବର୍ଷ ଧରି ଏହି ନାଳର ଜଳ ଉତ୍ସ ବିଲାତି ଦଳରେ ଭର୍ତ୍ତି ହୋଇଛି। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ନାଳର ପାଣି ଦୂଷିତ ହୋଇଯାଇଛି। ଏହି ପାଣି ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ଏହି ନାଳରୁ ବିଲାତି ଦଳ ଉଦ୍ଧାର କରିବା ସହ ଦୂଷିତ ପାଣି ନିଷ୍କାସନ କରି ସାଧାରଣ ବ୍ୟବହାର ଯୋଗ୍ୟ କରିବା ପାଇଁ ଗ୍ରାମବାସୀ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

କାର୍‌ରୁ ୨୬ ଲକ୍ଷ ଜବତ

ବଡ଼ବିଲ/ନୂଆପଡ଼ା,୪ା୫ (ଦେବପ୍ରିୟ ରଣା/ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲକଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri