ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରରୁ ଆରମ୍ଭ ହୋଇଛି ‘ପାଣିପିଆ ଘଣ୍ଟା’ ଅଭିଯାନ। ବ୍ରହ୍ମପୁର ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିଥିଲେ। ଛାତ୍ରୀମାନଙ୍କୁ ପାଣି ବୋତଲ ବାଣ୍ଟିବା ସହ ନିୟମିତ ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଲାପାଳ କୁଲାଙ୍ଗେ କହିଥିଲେ, ନିୟମିତ ପାଣି ପିଇବା ଦ୍ୱାରା ଚର୍ମରୋଗ, ପେଟ ରୋଗ ଏବଂ କିଡ୍‌ନୀ ରୋଗ ଭଳି ଅନେକ ରୋଗକୁ ଦୂର କରାଯାଇପାରିବ। ଦେଖିବାକୁ ମିଳୁଛି, ପିଲାମାନେ ଠିକ୍‌ ସମୟରେ ପାଣି ପିଇବାକୁ ଭୁଲି ଯାଉଛନ୍ତି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେମାନେ ସୁସ୍ଥ ନ ରହିଲେ ଭଲ ପାଠ ପଢ଼ିପାରିବେ ନାହିଁ। ସେଥିପାଇଁ ‘ପାଣି ପିଅନ୍ତୁ ସୁସ୍ଥ ରହୁନ୍ତୁ’ ସ୍ଲୋଗାନ୍‌ ଦିଆଯାଇଛି । ୱାଟର୍‌ ବେଲ୍‌ ବା ପାଣିପିଆ ଘଣ୍ଟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ିଗୁଡ଼ିକୁ ଏଥିରେ ସାମିଲ୍‌ କରାଯାଇଛି। ବେଲ୍‌ ବାଜିଲେ ପିଲା ଏବଂ ଶିକ୍ଷକମାନେ ପାଣି ପିଇବେ। ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ସଚେତନତା ବୋର୍ଡ଼ ମରାଯାଇଛି। ଶରୀର ପାଇଁ ପାଣିର ଆବଶ୍ୟକତା ସମ୍ପର୍କରେ କୁହାଯିବ। ଏହି ଅଭିଯାନ ନିୟମିତ ଚାଲୁ ରହିବ। ଯେଉଁ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ନାହିଁ, ସେଠାରେ ଖୁବ୍‌ ଶୀଘ୍ର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ। ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଥିଲେ, ଦିନକୁ ୩ଥର ଘଣ୍ଟା ବାଜିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟା ୪୦ମିନିଟ୍‌, ଅପରାହ୍ନ ସାଢ଼େ ଗୋଟାଏ ଏବଂ ୩ଟା ୧୫ମିନିଟ୍‌ରେ, ସେହିଭଳି ଶନିବାର ସକାଳ ୮ଟା, ପୂର୍ବାହ୍ନ ସାଢ଼େ ୯ଟା ଏବଂ ୧୦ଟା ୫୦ମିନିଟ୍‌ରେ ଘଣ୍ଟା ବାଜିବ। ସମସ୍ତେ ଏକାକାଳୀନ ପାଣି ପିଇବେ । ୫ମିନିଟ୍‌ ପାଇଁ ଏହି ବିରତି ରହିବ । ପିଲାମାନେ ବିଦ୍ୟାଳୟକୁ ଯିବା ବେଳେ ଅଭିଭାବକମାନେ ପାଣି ବୋତଲ ଦେଇ ପଠାଇବେ। ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ମହାପାତ୍ର, ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗୀରଥି ସ୍ବାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବିଦ୍ୟାଳୟରେ ୱାଟର୍‌ ବେଲ୍‌ ଅଭିଯାନ ପ୍ରଥମ ଥର ପାଇଁ କେରଳରେ କାର୍ଯ୍ୟକାରୀ କରାଯାଇଥିଲା। ପରବର୍ତ୍ତୀ ସମୟରେ କର୍ନାଟକ ଏବଂ ତେଲଙ୍ଗାନାରେ କାର୍ଯ୍ୟକାରୀ କରାଯାଇଛି। ଆନ୍ଧ୍ରପ୍ରଦେଶ ସରକାର କାର୍ଯ୍ୟକାରୀ ପାଇଁ ଘୋଷଣା କରିଛନ୍ତି। ଓଡ଼ିଶାରେ ପ୍ରଥମ ଜିଲା ଭାବେ ଗଞ୍ଜାମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏପରିକି ପିଲାମାନଙ୍କୁ ବୋତଲ ଯୋଗାଇଦେବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ପୁରାତନ ଛାତ୍ର ଏବଂ ବଦାନ୍ୟ ବ୍ୟକ୍ତିମାନେ ବୋତଲ ଯୋଗାଇ ଦେବାକୁ ‘ମୋ ସ୍କୁଲ ଅଭିଯାନ’ରେ ଅର୍ଥରାଶି ପ୍ରଦାନ କରିବାକୁ ଜିଲାପାଳ କୁଲାଙ୍ଗେ ଆହ୍ବାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri