କ୍ଷୟ ହେବାରେ ଲାଗିଛି ବିକ୍ରମଖୋଲ ଗୁମ୍ଫାର ପ୍ରାଚୀନ ଶିଳାଲିପି

ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବଞ୍ଜାରୀ ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଛି ପ୍ରାଚୀନ ବିକ୍ରମଖୋଲ ଗୁମ୍ଫା। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହି ଗୁମ୍ଫାରେ ହଜାର ହଜାର ବର୍ଷ ପୂର୍ବେ ଆଦିମାନବ ବସବାସ କରୁଥିବା ବିଶ୍ୱାସ ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ଦେଖିବାକୁ ମିଳେ, ଯାହା ବର୍ଷତମାମ ପର୍ଯ୍ୟଟକ, ଗବେଷକ ତଥା ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକ୍ରମଖୋଲକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଛି। ମାତ୍ର ଗମନାଗମନ ବ୍ୟବସ୍ଥା, ପାରିପାର୍ଶି୍ବକ ଉନ୍ନତି ଓ ପ୍ରଚାର ପ୍ରସାର ଅଭାବରୁ ଆଜି ପର୍ଯ୍ୟନ୍ତ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି।

ଝାରସୁଗୁଡ଼ା ସଦର ମହକୁମାରୁ ୨୫ କି.ମି. ଦୂର ତଥା ବେଲପାହାଡ଼-ସୁନ୍ଦରଗଡ଼ ରାସ୍ତା ପାଶର୍‌ବ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ମନୋରମ ପରିବେଶରେ ରହିଛି ଏହି ପ୍ରାଚୀନ ଗୁମ୍ଫା। ଏଠାକୁ ଯିବାକୁ ହେଲେ ମାଣିକେଶ୍ୱରୀ ମନ୍ଦିରଠାରୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ଏହି ପର୍ଯ୍ୟଟନସ୍ଥଳୀ ବିକ୍ରମଖୋଲରେ ୧୧୫ ଫୁଟ ଦୈର୍ଘ୍ୟ ଓ ୨୭.୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରାଚୀନ ଗୁମ୍ଫା ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ରହିଛି, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସକ୍ଷମ ହୋଇପାରିନାହାନ୍ତି। ଅତୀତରେ କିଛି ଗବେଷକ, ଐତିହାସିକ ଗୁମ୍ଫା ଅନୁଧ୍ୟାନ କରି ଶିଳାଲିପି ଉପରେ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରିଛନ୍ତି। କେତେଜଣ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୪ ହଜାରରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବିକ୍ରମଖୋଲରେ ଆଦିମାନବ ବାସ କରୁଥିଲେ। ୧୯୫୮ ମସିହାରେ ଏହି ଗୁମ୍ଫା ଲୋକଲୋଚନକୁ ଆସିଥିଲା। ୧୯୯୫ ମସିହାରେ ଏକ ପ୍ରତ୍ନତତ୍ତ୍ୱବିତ ଦଳ ସର୍ବେକ୍ଷଣ ପାଇଁ ଗୁମ୍ଫାକୁ ଯାଇଥିଲେ। ସେମାନେ ରାସାୟନିକ ପ୍ରଲେପ ଦେଇ ଶିଳାଲିପିର ସଂରକ୍ଷଣ ପାଇଁ ଉଦ୍ୟମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଖରା, ବର୍ଷା, ପବନରେ ଗୁମ୍ପାରେ ଖୋଦିତ ଶିଳାଲିପିଗୁଡ଼ିକ କ୍ଷୟ ହେବାରେ ଲାଗିଛି। ୨୦ ବର୍ଷ ପୂର୍ବେ ଶିଳାଲିପିରେ ଯେପରି ସ୍ପଷ୍ଟ ଥିଲା ଏବେ ତାହା ଆଉ ଦେଖିବାକୁ ମିଳୁନି। ପର୍ଯ୍ୟଟନ ବିଭାଗ କେବଳ ଗୁମ୍ଫାର ଉପର ମୁଣ୍ଡରୁ ବହୁଥିବା ବର୍ଷାପାଣିକୁ ରୋକିବା ପାଇଁ କଂକ୍ରିଟ କାନ୍ଥ ଏବଂ ଗୁମ୍ଫାକୁ ଯିବା ଆସିବା ପାଇଁ ପାହାଚ ନିର୍ମାଣ କରିଛି। ମାତ୍ର ସମ୍ମୁଖ ଭାଗ ଜଙ୍ଗଲରୁ ଗୁମ୍ଫାକୁ ପଶୁଥିବା ବର୍ଷାପାଣି ଓ ପବନକୁ ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରିନାହାନ୍ତି। ସମୟ ଥାଉ ଥାଉ ଏହି ପ୍ରାଚୀନ ଗୁମ୍ଫାର ସଂରକ୍ଷଣ ଅନିବାର୍ଯ୍ୟ ହୋଇପଡ଼ିଛି। ଯଥାଶୀଘ୍ର ଗୁମ୍ଫାର ସଂରକ୍ଷଣ ଦିଗରେ ପଦକ୍ଷେପ ନ ନେଲେ କିଛିବର୍ଷ ପରେ ଏହି ପ୍ରାଚୀନ ଶିଳାଲିପି ସମୂହ ନିଶ୍ଚିହ୍ନ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

-ରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri