Posted inଭଦ୍ରକ

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ ମନର ଆଶା, ବିଶ୍ୱାସକୁ ଊର୍ଦ୍ଧ୍ୱଗାମୀ କରି ଏକ ଚେତନ ସ୍ତରରେ ସମ୍ମିଳିତ ହୋଇଥାଏ। ଓଡ଼ିଆ ଭାଷା ସାହିତ୍ୟରେ ଭକ୍ତି ସଙ୍ଗୀତର ଧାରା ଶୀର୍ଷସ୍ଥାନ ମଣ୍ଡନ କରି କାହିଁ କେଉଁ କାଳରୁ ଜନମାନସକୁ ପ୍ରଭାବିତ କରିଆସିଛି। ଏହି ଭକ୍ତି ସଙ୍ଗୀତର ଧାରାକୁ ନୂଆ ରୂପ ଦେଇ ନୂତନ କଳାକାର ସୃଷ୍ଟି ଲକ୍ଷ୍ୟରେ କାର୍ଯ୍ୟ କରି ଚାଲିଛନ୍ତି ଯୁବ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ରମାଧବ। ସେ ନିଜେ ଗୀତ ରଚନା କରି ତାକୁ ସ୍ବରରେ ସଜାଇ ଦିଅନ୍ତି। ଏହି କାର୍ଯ୍ୟରେ ତାଙ୍କ ଜୀବନ ସଙ୍ଗିନୀ ମଧୁସ୍ମିତା ସହାୟତା କରିଥାନ୍ତି। ଏହି ଦମ୍ପତି କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଗୀତ ଲେଖି ବୋଲିବାରେ ନିଜ ପ୍ରତିଭାକୁ ସୀମିତ ରଖିନାହାନ୍ତି ରୁଦ୍ରମାଧବ। ଭକ୍ତିସଙ୍ଗୀତର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ପରିବେଷିତ ଗୀତକୁ ସେ ମଧ୍ୟ ଅବିକଳ ସ୍ବରରେ ଗାଇ ପାରନ୍ତି। ଜଗନ୍ନାଥଙ୍କ ଭଜନ ସମେତ ମା’ ଘଟଗଁା ତାରିଣୀ, ଭଦ୍ରକର ଆଖଣ୍ଡଳମଣି, ମା’ ଧାମରାଈ, ଭଦ୍ରକାଳୀ, ଶ୍ରୀଲୋକନାଥ, ମା’ ବଙ୍କବାସୁଳୀ, ବୁଢ଼ାଗଣେଶଙ୍କୁ ନେଇ ଅନେକ ଭଜନ ଅଡିଓ ଏବଂ ଭିଡିଓ ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି।
ରୁଦ୍ରମାଧବଙ୍କ ଘର ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ। ତାଙ୍କ ବାପା ରଘୁନାଥ ବାରିକ ଓ ମା’ ମଞ୍ଜୁଲତା। ବାପା ମଧ୍ୟ ଜଣେ ଗୀତିକାର ଓ କଣ୍ଠଶିଳ୍ପୀ। ମା’ବାପାଙ୍କଠାରୁ ପ୍ରେରଣା, ପ୍ରୋତ୍ସାହନ ପାଇ ସଙ୍ଗୀତ ଦୁନିଆରେ ସେ ପାଦ ରଖିଥିବା କହନ୍ତି। ବିବାହ ପରେ ପତ୍ନୀ ମଧୁସ୍ମିତା ତାଙ୍କ ସଙ୍ଗୀତ ଦୁନିଆରେ ସାଥୀ ପାଲଟିଛନ୍ତି। ରୁଦ୍ରମାଧବଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ, ଓଡ଼ିଶୀ କଣ୍ଠ ସଙ୍ଗୀତରେ ବିଶାରଦ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ଡିପ୍ଲୋମା। ସେ ହରିବନ୍ଧୁ ସାହୁ, ଧନେଶ୍ୱର ଦାସ ଓ ରଞ୍ଜିତ ମହାପାତ୍ରଙ୍କୁ ଗୁରୁ ଭାବେ ଗ୍ରହଣ କରି ବିଭିନ୍ନ ସଙ୍ଗୀତ ଜ୍ଞାନ ଆହରଣ କରିଛନ୍ତି। ୪୨ ବର୍ଷରେ ପଦାର୍ପଣ କରିଥିବା ରୁଦ୍ରମାଧବ ଏକ କ୍ୟାସେଟ କମ୍ପାନୀ ପ୍ରତିଷ୍ଠା କରି କଣ୍ଠଶିଳ୍ପୀ ଭାବେ ନୂଆ ଯୁବ ପ୍ରତିଭା ଅନ୍ବେଷଣ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୨୦ରୁ ଊର୍ଦ୍ଧ୍ୱ କ୍ୟାସେଟ ବଜାରରେ ଲୋକପ୍ରିୟତା ହାସଲ କରିଛି। ସେ କହନ୍ତି, ବିଭିନ୍ନ ମନ୍ଦିର, ସଭା, ଭଜନସ୍ଥଳୀ ଏବଂ ବିଦ୍ୟାଳୟରେ ଗୀତ ବୋଲୁ ବୋଲୁ ସେ ତାଙ୍କ ଭିତରର ପ୍ରତିଭାକୁ ଚିହ୍ନିଥିଲେ। ଏହାପରେ ସେ ଭଦ୍ରକ ମନମୋହନ ସଙ୍ଗୀତ ପରିଷଦରୁ ଧାରାବାହିକ ସଙ୍ଗୀତ ଶିକ୍ଷା କରିଥିଲେ। ଜଣେ ଆଗଧାଡ଼ିର ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ଜିଲା ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମୟରେ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି। ଭକ୍ତିସଙ୍ଗୀତ ତାଙ୍କ ଜୀବନ। ଏହି ସଙ୍ଗୀତର ସୁରେ ସୁରେ ନିଜେ ହଜି ଅନ୍ୟକୁ ହଜେଇବା ପ୍ରୟାସ କରିଥାନ୍ତି। ଯୁବପିଢ଼ି ନିଜ ଭାଷା, କଳା ଓ ସଂସ୍କୃତିକୁ ଭଲପାଇବା ଶିଖିଲେ ଜୀବନରେ ସାର୍ଥକତା ହାସଲ କରିପାରିବେ ବୋଲି ସେ ଦୃଢ଼ତାର ସହ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri