ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ

ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମରେ ୩ଟି ପ୍ରୋସିଡିଂ ଥିବ ଏବଂ ୫୦ବର୍ଷ ବୟସରୁ ଅଧିକ ହୋଇଥିବେ କିମ୍ବା ଅପାରଗ ହୋଇଥିବେ ସେଭଳି କର୍ମଚାରୀଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ କାର୍ଯ୍ୟରେ ଖିଲାପ କରି ସରକାରୀ ନିୟମ ପାଳନରେ ଟାଳଟୁଳ ମନୋଭାବ ପୋଷଣ କରୁଛନ୍ତି, ସମୟାନୁବର୍ତ୍ତିତା ପାଳନ କରୁନାହାନ୍ତି କିମ୍ବା ଜନସାଧାରଣଙ୍କୁ ଉଚିତ୍‌ ସେବା ପ୍ରଦାନ କରୁନାହାନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ତାଲିକା ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ବୈଠକରେ ସର୍ବ ଶିକ୍ଷା ଅଭିଯାନର ସମୀକ୍ଷା କରାଯାଇ ମଧ୍ୟାହ୍ନଭୋଜନ ଓ ୟୁନିଫର୍ମ ପ୍ରଦାନ ଉପରେ ନାନା ଅଭିଯୋଗ ଆସୁଥିବାରୁ ସେଥିରେ ସ୍ବଚ୍ଛତା ଆଣିବାକୁ କୁହାଯାଇଥିଲା। ସେହିପରି ସମାଜ ମଙ୍ଗଳ ବିଭାଗ ଦ୍ୱାରା ଶିଶୁଙ୍କୁ ଦିଆଯାଉଥିବା ଛତୁଆ ଏବଂ ୟୁନିଫର୍ମ ବଣ୍ଟନକୁ ୧୦ ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅନ୍ୟ ଉନ୍ନୟନ କାର୍ଯ୍ୟ ସଂକ୍ରାନ୍ତ ଆଲୋଚନା ବେଳେ ପୋଖରୀ ଖୋଳା ଆବେଦନ ପତ୍ରଗୁଡ଼ିକୁ ବହୁତ ଦିନ ନ ପକାଇ ତୁରନ୍ତ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଥିଲା। ଏଥିସହିତ ରାସ୍ତା ଓ ଗୃହ ବିଭାଗ ଦ୍ୱାରା ରାସ୍ତାଗୁଡ଼ିକରେ ନିର୍ମାଣାଧୀନ କଲଭର୍ଟ ପାଖରେ ଖାଲ ରହିବା ଏବଂ କେତେକ ସ୍ଥାନରେ ମାଟି ଜମା ରଖାଯିବା ଯୋଗୁ ପ୍ରତ୍ୟହ କିଛି ନା କିଛି ଦୁର୍ଘଟଣା ଘଟୁଥିବାରୁ ସେଥିପ୍ରତି ଦୃଷ୍ଟି ଦେବାକୁ ତାଗିଦ୍‌ କରାଯାଇଥିଲା।
ଚାଷୀଙ୍କଠାରୁ ଧାନ କିଣିବା ଲାଗି ଆସନ୍ତା ୨୫ତାରିଖରୁ ଜିଲାରେ ମଣ୍ଡି ଖୋଲାଯିବା ନେଇ ଆଲୋଚନା କରାଯାଇଥିଲା। ଟୋକନ୍‌ ପ୍ରସ୍ତୁତିରେ ଅନ୍ୟ ଜିଲାରେ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ଯେପରି ଏ ଜିଲାରେ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ା ଜିଲା ଯୋଗାଣ ବିଭାଗ ତରଫରୁ ମିଲର୍ସମାନେ ଯୋଗାଉଥିବା ନିକୃଷ୍ଟମାନର ଚାଉଳ ଓ ମଧ୍ୟବର୍ତ୍ତୀ ଗୋଦାମ ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ ଉପରେ ନଜର ରଖିବାକୁ ତାଗିଦ୍‌ କରାଯାଇଥିଲା। ଡାକ୍ତରଖାନାରେ ରୋଗୀଙ୍କୁ ବାହାର ଔଷଧ କିଣିବା ଲାଗି ଡାକ୍ତରମାନେ ଚିରକୁଟ୍‌ ଲେଖିବା ଓ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗର ଯାଞ୍ଚ କରିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟସ୍ଥ ସାଜୁଥିବା କେତେକ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିବା ସହ କିପରି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦଲାଲମୁକ୍ତ ହେବ ସେ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଯେଉଁ ଧରପଗଡ଼ କରାଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି। ତେଣୁ ବେନିୟମ ମଦ ଓ ନିଶା କାରବାର ବନ୍ଦ କରିବା ଦିଗରେ ବିଭାଗ ଅଧିକ ପ୍ରଭାବୀ ପଦକ୍ଷେପ ନେବାକୁ କୁହାଯାଇଥିଲା। ଜିଲା ଶ୍ରମ କାର୍ଯ୍ୟାଳୟରେ ଅନୁରୂପ ଦଲାଲଙ୍କ ପ୍ରାଦୁର୍ଭାବ ନଜରକୁ ଆସିଥିବାରୁ ସେଠାରେ ସ୍ବଚ୍ଛତା ରକ୍ଷା କରି କାର୍ଯ୍ୟ ପରିଚାଳନା କରିବାକୁ ତାଗିଦ କରାଯାଇଥିଲା।
୫-ଟି ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ସମସ୍ତ କର୍ମଚାରୀ ଏଥିପ୍ରତି ସତର୍କ ଏବଂ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଯେଉଁସବୁ କାର୍ଯ୍ୟାଳୟ ଅବହେଳା କରୁଛନ୍ତି ସେମାନେ ସେଥିରେ ଉନ୍ନତି ଆଣିବା ସହ ସ୍ବତଃପ୍ରବୃତ ସୂଚନା ପ୍ରଦାନ କରିବାକୁ କହିଥିଲେ। ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା ଅନୁରୂପ ମନ୍ତବ୍ୟ ରଖି ସମଗ୍ର ଜିଲାରେ ସବୁ କର୍ମଚାରୀ ଏକ ଟିମ୍‌ ଭାବେ କାର୍ଯ୍ୟ କଲେ ସରକାରଙ୍କ ୫-ଟି ଆଭିମୁଖ୍ୟ ପୂରଣ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ା ବୈଠକରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କ ସମେତ ସମସ୍ତ ବିଭାଗୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri