ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଜିରା ପଞ୍ଚାୟତର ୧୬ଟି ଗ୍ରାମର ଗ୍ରାମବାସୀ ୧୯୫୪ ମସିହାରୁ ଜମିଦାରୀ ଉଚ୍ଛେଦ ପରେ ଯେଉଁମାନଙ୍କୁ ହାତପଟ୍ଟା ଦିଆଯାଇଥିଲା ଓଡ଼ିଶା ସରକାର ତାହା ତହସିଲ ମାଧ୍ୟମରେ ଜମା ଧାର୍ଯ୍ୟ କରି ଆରଆଇଙ୍କ ଦ୍ୱାରା ରାଜସ୍ବ ଆଦୟ କରୁଥିଲେ। ସେହିମାନଙ୍କ ନାମରେ ଟିଏଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସେବେଠାରୁ ଏହି ଜମି ମାଲିକମାନେ ନିଜ ଜମିକୁ ବିକ୍ରି, ବଦଳି, ବ୍ୟାଙ୍କରେ ବନ୍ଧକ ଆଦି କରିଆସୁଥିଲେ। ୧୯୮୪ ମସିହାରେ ରିଭିଜନ୍‌ ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବଳରାମପୁର ସର୍କଲରେ ୩୦/୪୦ଟି ମୌଜା କାର୍ଯ୍ୟ କରାଯାଉଥିବାବେଳେ ୧୯୯୭-୯୮ ମସିହା ମଧ୍ୟରେ ୫ଟି ମୌଜା ବ୍ୟତୀତ ଅନ୍ୟ ସମସ୍ତ ମୌଜା ବନ୍ଦୋବସ୍ତ କାର୍ଯ୍ୟ ସମାପ୍ତ ହୋଇ ସେମାନଙ୍କ ନାମରେ ରେକର୍ଡ କରାଯାଇଛି। ୨୦୧୩ରେ ଅଞ୍ଜିରା ସମେତ ୪ଟି ମୌଜା ପଟ୍ଟା ପ୍ରଦାନ କରାଯାଇଥିଲା ଯାହାକି ସମସ୍ତ ଅନାବାଦି ଖାତାରେ ରଖାଯାଇଥିଲା। ଫଳରେ ଏହି ମୌଜାବାସୀ ପଟ୍ଟା ପାଇବାକୁ ବଞ୍ଚତ୍ତ ହେଲେ। ବିଶେଷ କରି ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର, ଗୋଡିପାଟିଆ, ବାଉଁଶଡ଼ୋଳ , ମୁରାରୀପୁର, ଗମ୍ଭାରିଆ, ଗୁରୁସାହି, ବାଲିସାହି ସମେତ ୧୨ଟି ଗ୍ରାମର ଲୋକଙ୍କ ଜମି ପତିତ/ଅନାବାଦି ଖାତାଭୁକ୍ତ କରାଯାଇଛି। ଦଖଲ କରୁଥିବା ଲୋକଙ୍କ ପାଖରେ ଜମିଜମା ମାଲିକାନାର କୌଣସି କାଗଜ ନ ଥିବାରୁ ସେମାନେ ନିଜ ନାମରେ ଘରବାରୀରୁ ବଞ୍ଚତ୍ତ ହୋଇଛନ୍ତି। ଅଞ୍ଜିରା ମୌଜାର ହଜାର ହଜାର ଲୋକଙ୍କ ଜମି ତ୍ରୁଟିପୂର୍ଣ୍ଣ ବନ୍ଦୋବସ୍ତ ଯୋଗୁ ସରକାରୀ ଖାତାକୁ ଚାଲିଯାଇଛି ବୋଲି ଅଭିଯୋଗ କରାଯାଇ ପୁନଃ ବନ୍ଦୋବସ୍ତ କରାଯାଇ ଜମି ମାଲିକାନା, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ଆରଡିସିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଅଞ୍ଜିରା ଗ୍ରାମପଞ୍ଚାୟତର ସରପଞ୍ଚ ଜ୍ୟୋର୍ତିମୟୀ ସେଠୀ, ଜିଲା ପରିଷଦ ସଭ୍ୟା ସୁରେଖା ନାୟକ, ଦେବକୀ ସ୍ବାଇଁ, ବାସନ୍ତି ଦଳାଇ ପ୍ରମୁଖ ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ପ୍ରାର୍ଥିପତ୍ର ଦାଖଲ କଲେ ପରିଣୀତା ମିଶ୍ର

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ପରିଣୀତା ମିଶ୍ର ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । ଏହି...

ଭଟଲି ଆସନ ପାଇଁ ନାମାଙ୍କନ ଭରିଲେ ବ୍ରହ୍ମାନନ୍ଦ ମହାକୁଡ଼

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ବ୍ରହ୍ମାନନ୍ଦ ମହାକୁଡ଼ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି।...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri