ସପ୍ତଶଯ୍ୟା ମହୋତ୍ସବ ଉଦ୍‌ଘାଟିତ: ‘ସହଯୋଗ ମିଳିଲେ ଆଗକୁ ବଢ଼ିବ ସଂସ୍କୃତି’

ଢେଙ୍କାନାଳ ଅଫିସ, ୧୧ା୧୧: ଢେଙ୍କାନାଳ ମାଟିର ଐତିହ୍ୟ ଯେତିକି ମହାନ୍‌ ସେତିକି ଗରିମାମୟ ଏହାର ସଂସ୍କୃତି। ଏଠାକାର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପରମ୍ପରାକୁ ଶୀର୍ଷସ୍ଥାନ ଦେବାକୁ ଯେଉଁ ଉଦ୍ୟମ ଚଳାଇଛନ୍ତି, ତାହା ବାସ୍ତବିକ୍‌ ପ୍ରଶଂସନୀୟ। ଏ କ୍ଷେତ୍ରରେ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ମଧ୍ୟ ସାମିଲ ହୋଇଛି। ଅନୁଷ୍ଠାନ ପକ୍ଷରୁ ୫ବର୍ଷ ହେଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ସପ୍ତଶଯ୍ୟା’ ନାମରେ ମହୋତ୍ସବ ଆୟୋଜିତ ହୋଇଆସୁଛି। ଏହି ଧାରାକୁ ଆଗକୁ ନେବାକୁ ହେଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓ। ରବିବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତଶଯ୍ୟା ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଏହି ଅବସରରେ ଅଭିନେତା ସୁକାନ୍ତ ରଥ, ଅଭିନେତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ସପ୍ତଶଯ୍ୟା ସଙ୍ଗୀତ ସମ୍ମାନରେ ଛନ୍ଦା ମିଶ୍ର, ନାଟକରେ ଶରତ ମାଝି, ନୃତ୍ୟରେ ମନଶ୍ରୀ ମଧୁସ୍ମିତା, ବାଦ୍ୟରେ ଦୀପ୍ତିଶ କୁମାର ମହାପାତ୍ର, ସେବାରେ ପୁଷ୍ପାଞ୍ଜଳି ଜେନା, ସଂସ୍କୃତିରେ ସତ୍ୟପ୍ରିୟ ଶରଣ ଏବଂ ନୃତ୍ୟଶିଳ୍ପୀ ଅସୀମା ଅଶ୍ୱିରିକା ଜେନା ସମ୍ମାନିତ ହୋଇଥିଲେ। ଏଥିସହ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ କଣ୍ଠ ଶିଳ୍ପୀ ତାନସେନ ସିଂ, ଶାନ୍ତିଲତା ଛୋଟରାୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଦାସ, ନୃତ୍ୟଗୁରୁ ଡ. ମନୋଜ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଣୀ ସାବିତ୍ରୀ ଦେବୀ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ନିଉଟ୍ରିମାକ୍ସ ନିର୍ଦ୍ଦେଶକ ଦୀପ୍ତିମୟ ପରିଜା, ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ, ଉତ୍କଳ ଆଜବେଷ୍ଟସ ଲିମିଟେଡ୍‌ର ଜିଏମ୍‌ ରଘୁନାଥ ସିଂ, ନିଖିଳ ଭାରତ ଆଇଟିଆଇ ଆସୋସିଏଶନ ଫେଡେରେସନ ଜୋନାଲ ସମ୍ପାଦକ ତାରାପ୍ରସନ୍ନ ଶତପଥୀ, ସାମାଜିକ କର୍ମୀ ଶୁଚିସ୍ମିତା ପୃଷ୍ଟି, ଇନ୍‌କମଟ୍ୟାକ୍ସର ଅବସରପ୍ରାପ୍ତ ପ୍ରିନ୍ସିପାଲ କମିଶନର ଶରତ କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହି ଜିଲାର ସଂସ୍କୃତିକୁ ଭୂୟସୀ ପ୍ରଶଂସା କରିଥିଲେ।
ଅନୁଷ୍ଠାନର ସଭାପତି ଶାନ୍ତି ମିଶ୍ର ସମାରୋହରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଗୌରୀଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri