ଏସବୁ କାରଣ ଯୋଗୁ ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନୋମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ସାଧାରଣ କଥା। ହେଲେ ଅନେକ ସମୟରେ ଏହି ଝଗଡ଼ା ସମ୍ପର୍କ ଭାଙ୍ଗିଦେଇଥାଏ। ସାମାନ୍ୟ କଥାରେ ଅଲଗା ହୋଇଯିବା ଯୋଗୁ ପ୍ରେମୀଯୁଗଳଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଝଗଡ଼ା ପରି ଆଉ କିଛି କାରଣ ରହିଛି ଯାହା ସମ୍ପର୍କକୁ ଭାଙ୍ଗିଦେଇଥାଏ। ଜାଣନ୍ତୁ ସେ ସମ୍ପର୍କରେ।

ଅନ୍ୟ ସ୍ଥାନକୁ ଯିବା ମାତ୍ରେ ସାଥୀକୁ ଭୁଲିଯିବା: କେତେଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ଖାଲି ସମୟରେ ବୁଲିଯିବାକୁ ପସନ୍ଦ କରୁଥିଲେ ହେଁ ନିଜର ସାଥୀଙ୍କୁ ପୂରା ଭୁଲିଯାଆନ୍ତି। ମାତ୍ର ପ୍ରେମରେ ଥିବା ବେଳେ ଅନ୍ୟ ସ୍ଥାନକୁ ଯାଇ ନିଜର ପାର୍ଟନରଙ୍କୁ ଭୁଲିଯାଆନ୍ତୁ ନାହିଁ। କାରଣ ଏହି ଅଭ୍ୟାସ ଆପଣଙ୍କ ସାଥୀ ସହ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କକୁ ଭାଙ୍ଗିଦିଏ।

ବ୍ୟସ୍ତତା: ନିଜ କାମକୁ ନେଇ ବ୍ୟସ୍ତ ରହିବା ସ୍ବାଭାବିକ କଥା। ନିଜ କାମକୁ ପ୍ରାଥମିକତା ଦେବା ଜରୁରୀ ହୋଇଥାଏ। ମାତ୍ର ବେଳେବେଳେ ଆବଶ୍ୟକତାଠାରୁ ଆପଣଙ୍କ ଅଧିକ ବ୍ୟସ୍ତତା ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ସୃଷ୍ଟି କରିଥାଏ, ଯାହା ସମ୍ପର୍କ ଭାଙ୍ଗିବାର କାରଣ ପାଲଟେ।

ମେସେଜର ଉତ୍ତର ନ ଦେବା: ଆଜିକାଲିର ଇଣ୍ଟରନେଟ୍‌ ଯୁଗରେ ଅନ୍‌ଲାଇନ୍‌ ଥାଇ ମଧ୍ୟ ପାର୍ଟନରଙ୍କ ମେସେଜ୍‌କୁ ଦେଖି ଅଣଦେଖା କରିବା ଅଥବା କୌଣସି ମେସେଜ ନ ଦେବା ସମ୍ପର୍କରେ ତିକ୍ତତା ଆସିବାର ଅନ୍ୟତମ ପ୍ରମୁଖ କାରଣ।

ଗୁରୁତ୍ୱ: ଏପରି କେତେଜଣ ପାର୍ଟନର ଅଛନ୍ତି ଯେଉଁମାନେ ପାର୍ଟନରଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥାନ୍ତି । ସେହି ପରିସ୍ଥିତିରେ ସମ୍ପର୍କରେ ତିକ୍ତତା ଆସିବା ସହ ଭାଙ୍ଗିଯିବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri