‘ଅନ୍ଧ ପରମ୍ପରା ଉଚ୍ଛେଦ ହେବ’:ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ

ପୁରୀ ଅଫିସ, ୬-୧୧:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ମହାପ୍ରଭୁଙ୍କ ଜମିଜମାର ହିସାବ ଏହିଭଳି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଠାକୁରଙ୍କ ସେବାପୂଜାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ଏହି ରାୟକୁ ନେଇ ମଙ୍ଗଳବାର ଗୋବର୍ଦ୍ଧନ ପୀଠ ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୀଠ ମୁଖପାତ୍ର ମନୋଜ କୁମାର ରଥ ଏହି ଅନ୍ତରୀଣ ରାୟକୁ ସ୍ବାଗତ କରି କହିଥିଲେ ଯେ, ପୂଜ୍ୟପାଦ ଶଙ୍କରାଚାର୍ଯ୍ୟଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଐତିହାସିକ। ଏହି ରାୟ ଫଳରେ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ଅଙ୍ଗ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଏବେ ସାମ୍ନାକୁ ଆସିଲେ। ଆଜି ପର୍ଯ୍ୟନ୍ତ ସବୁ ସରକାର ଓ ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱ ଏବଂ ଭୂମିକାକୁ ଗୌଣ ଭାବେ ଦେଖିଆସୁଥିଲେ। ହେଲେ ସୁପ୍ରିମ୍‌କୋର୍ଟ ଗୁରୁଜୀଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି।
ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ପୁରୀ ଆସିଥିବାବେଳେ ଶଙ୍କରାଚାର୍ଯ୍ୟ ତାଙ୍କୁ ଶ୍ରୀମନ୍ଦିରର ରୀତିନୀତି ଠିକ୍‌ ଢଙ୍ଗରେ ହେଉ ନ ଥିବା କହିଥିଲେ। ଏହାକୁ ଆମିକସ୍‌ କ୍ୟୁରି ଗମ୍ଭୀରତାର ସହ ଗ୍ରହଣ କରିଥିବା ସୁପ୍ରିମ୍‌କୋର୍ଟଙ୍କ ରାୟରେ ସ୍ପଷ୍ଟ ହୋଇଛି। ଆମିକସ୍‌ କ୍ୟୁରିଙ୍କୁ ଶଙ୍କରାଚାର୍ଯ୍ୟ ୩୦ଟି ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟପାଠ ମାଧ୍ୟମରେ ପୀଠ ପକ୍ଷରୁ ମଧ୍ୟ କୋର୍ଟରେ ଏହି ପ୍ରସ୍ତାବ ଦାଖଲ କରାଯାଇଥିଲା। ଏଥିରୁ ଅନେକ ପ୍ରସ୍ତାବ କୋର୍ଟ ଗ୍ରହଣ କରିବା ସହ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। କେଉଁ ଗ୍ରନ୍ଥ ଆଧାରରେ ସେବାପୂଜା, ରୀତିନୀତି କରାଯିବା ତାହା ବି ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏକ ବିଶାଳ ହୃଦୟର ପ୍ରମାଣ ଦେଇ ଶଙ୍କରାଚାର୍ଯ୍ୟଙ୍କୁ ମାର୍ଗଦର୍ଶକ ଭାବେ ଗୁରୁତ୍ୱ ଦେବେ ବୋଲି ଆଶା କରୁଛୁ। ସମସ୍ତ ଧାର୍ମିକ ପରିଚାଳନାରେ ଗୁରୁଜୀଙ୍କ ସହଯୋଗ ଲୋଡି କାର୍ଯ୍ୟ କରିବେ ବୋଲି ମୁଖପାତ୍ର ରଥ କହିଥିଲେ। ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟଙ୍କ ମତକୁ ଆଧାର କରି ଶ୍ରୀମନ୍ଦିରରେ ଯେଉଁ ବିଭ୍ରାଟ ଚାଲିଛି ଏବଂ ବିଭିନ୍ନ ପ୍ରକାର ଅନ୍ଧ ପରମ୍ପରା ମନ୍ଦିର ସହିତ ଯୋଡି ଦିଆଯାଇଛି ତାହାର ଉଚ୍ଛେଦ ହେବ। ନୀତିକାନ୍ତି ଠିକ୍‌ ଭାବେ ଚାଲିବ ଏବଂ ଭକ୍ତମାନେ ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି ରଥ କହିଥିଲେ। ତେବେ ଆବଶ୍ୟକ ପଡିଲେ ସଂସ୍କାର ମାମଲାର ଚୂଡ଼ାନ୍ତ ରାୟ ପୂର୍ବରୁ ପୀଠ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇପାରେ ବୋଲି ସମ୍ମିଳନୀରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗବେଷକ ପ୍ରଫୁଲ୍ଲ କୁମାର ରଥ, ଆଦିତ୍ୟବାହିନୀ ମୁଖ୍ୟ ଜିତେନ୍ଦ୍ର ମହାପାତ୍ର ଓ ବିଜୟ କୁମାର ବ୍ରହ୍ମା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri