ପୂର୍ବାଞ୍ଚଳ ଆଇଜିଙ୍କ ସମୀକ୍ଷା: ମାସକ ମଧ୍ୟରେ ବିଦା ହେବେ ବିଶୃଙ୍ଖଳିତ ପୋଲିସ ଅଧିକାରୀ

ବାରିପଦା ଅଫିସ,୨୬ା୧୦- ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ଧରି ସେ ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ଜିଲାରେ ବିିଭିନ୍ନ ଥାନାରେ ତ୍ରୁଟି ବିଚ୍ୟୁତି ଥିବା ତାଙ୍କ ନଜରକୁ ଆସିଥିଲା। ଆସନ୍ତା ମାସକ ମଧ୍ୟରେ ଜିଲାରେ ଥିବା ବିଶୃଙ୍ଖଳିତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିଦା ହେବେ। ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଶୁକ୍ରବାର ବାରିପଦା ସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଜି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଲୋକେ କିପରି ଭାବେ ପୋଲିସ ସେବା ଠିକ ଭାବେ ପାଇ ପାରିବେ ଏବଂ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଠିକ ରହିବ ସେ ନେଇ ସମୀକ୍ଷା ବେଳେ ଅଧିକାରୀମାନଙ୍କୁ ପୋଲିସ ଆଇଜି ପଟ୍ଟନାୟକ ପାଠ ପଢ଼ାଇଛି।
ଏହି ଅବସରରେ ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂତନ ପିସିଆର ମୋଟର ସାଇକଲର ଶୁଭାରମ୍ଭ କରିବା ସହିତ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଟ୍ରାଫିକ ପାଠ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ସର୍ବପୁରାତନ ସହର ବାରିପଦାର ମୁଖ୍ୟ ରାସ୍ତା ଗୁଡିକ ଜବର ଦଖଲରେ ରହିଛି। ଏହା ଛଡା ଜନସଂଖ୍ୟା ଓ ମୋଟର ଯାନ ବୃଦ୍ଧି ଫଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖା ଯାଉଛି। ବାରିପଦା ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ଥିବା ବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ହୋମଗାର୍ଡମାନଙ୍କୁ ନେଇ ସହରରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରାଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ପୂର୍ବ କର୍ମଚାରୀମାନଙ୍କ ସହିତ ବର୍ତ୍ତମାନ ୩୦ ଜଣ ପୋଲିସ କର୍ମଚାରୀ ସହରର ଟ୍ରାଫିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ପୂର୍ବରୁ ଦୁଇଟି ଟ୍ରାଫିକ ମୋଟର ସାଇକେଲ ଥିବା ବେଳେ ଶୁକ୍ରବାର ଆହୁରି ୨ଟି ମୋଟର ସାଇକେଲ ପ୍ରଦାନ କରାଯାଇଛି। ଗୋଟିଏ ପିସିଆର ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗକୁ ପିସିଆର ମୋଟର ସାଇକଲ ଓ ପିସିଆର ଭ୍ୟାନ ସଂଖ୍ୟା ବୃଦ୍ଧି କରାଯିବ। ଏହି ସମସ୍ତ ଗାଡିରେ ଜିପିଏସ ଲଗାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯିବ ବୋଲି ଆଇଜି ପଟ୍ଟନାୟକ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷ ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri