Odisha Elections 2024
Posted inଜାତୀୟ

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ ଆସିଯାଇଥିବା ସେ କହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୦୧ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି। ସେହିପରି ଶିବସେନା ୫୭ ଆସନ ଅକ୍ତିଆର କରିଛି। ଭାଜପା ଏକାକୀ କୁହୁକ ଅଙ୍କ (୧୪୫) ହାସଲ କରିବାକୁ ଲକ୍ଷ୍ୟ ରଖିଥିଲାବେଳେ ଏଥିରେ ବିଫଳ ହୋଇଛି। ଫଳରେ ଶିବସେନାକୁ ମୂଲଚାଲ କରିବା ଲାଗି ସୁଯୋଗ ମିଳିଯାଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବରଦାତା ପ୍ରଶ୍ନ କରିବାରୁ ଉଦ୍ଧବ ଉପରୋକ୍ତ ସୂତ୍ର କଥା କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଘରକୁ ଆସିଥିଲାବେଳେ ମେଣ୍ଟ ପାଇଁ ୫୦-୫୦ ସୂତ୍ର ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ସେ ଭାଜପାକୁ ମନେପକାଇଦେବାକୁ ଚାହାନ୍ତି ବୋଲି ଶିବସେନା ମୁଖ୍ୟ କହିଛନ୍ତି। ମେଣ୍ଟରେ ଶିବସେନା ଭାଜପାଠାରୁ କମ୍‌ ଆସନରେ ଲଢ଼ିବା ପାଇଁ ରାଜି ହୋଇଥିଲା। ତେବେ ନିଜ ଦଳକୁ ବଢ଼ାଇବାକୁ ହେବ ବୋଲି ଉଦ୍ଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ-ପୂର୍ବୋତ୍ତରରେ ଏକାଠି ପହଞ୍ଚିଲା ମୌସୁମୀ, ୟୁପି, ବିହାର ସମେତ ଏହବୁ ରାଜ୍ୟରେ ସମୟ ପୂର୍ବରୁ ହେବ ବର୍ଷା

ନୂଆଦିଲ୍ଲୀ,୩୦।୫: ଉତ୍ତର ଭାରତର ଜଳୁଥିବା ତାପମାତ୍ରା ପାଇଁ ଦକ୍ଷିଣ ଭାରତ ଆଶ୍ୱସ୍ତି ଆଣିଦେଇଛି। କୃଷି ପାଇଁ ଏହା ଏକ ଖୁସି ଖବର ଯେ ପୂର୍ବାନୁମାନ କରାଯାଇଥିବା...

ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀକୁ ନେଇ ଉଠିଲା ପ୍ରଶ୍ନ, ଭାଜପା ପାଇବ ୨୭୨ରୁ କମ ଆସନ

ନୂଆଦିଲ୍ଲୀ,୩୦।୫: ଜୁନ ୧ରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଗୋଟିଏ ପଟେ ଭାଜପା ୪୦୦ ଟି ଆସନ ଜିତିବାର ଆତ୍ମବିଶ୍ୱାସ...

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ

ଭୋପାଳ,୩୦ା୫: ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍‌ଲିମ୍‌ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ...

ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାକୁମାରୀରେ ଧ୍ୟାନ କରିବା ପାଇଁ ପହଞ୍ଚିସାରିଛନ୍ତି। ଆସନ୍ତା ୨ ଦିନ ଯାଏ ଏଠାରେ ପ୍ରଧାନମନ୍ତ୍ରୀ ରହିବେ। ଆପଣଙ୍କୁ କହିରଖୁଛୁ ଯେ...

୪୮ ଘଣ୍ଟାରେ ଫାଇନାଲ ହେବ କିଏ ହେବେ ପ୍ରଧାନମନ୍ତ୍ରୀ, ଇଣ୍ଡିଆରେ ସାମିଲ ହେବେ ଅଧିକାଂଶ ଏନଡିଏ ଦଳ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର କହିଛନ୍ତି ଯେ ଲୋକ ସଭା ନିର୍ବାଚନ ଫଳାଫଳରେ ଇଣ୍ଡିଆ ମିଳିତ ମଞ୍ଚ ଏକ ସଂଖ୍ୟାଗରିଷ୍ଠତା ହାସଲ କରିବ...

ଟାଇମ ମାଗାଜିନର ୧୦୦ ପ୍ରଭାବଶାଳୀ କମ୍ପାନୀରେ ଭାରତର ଦବଦବା, ସାମିଲ ହେଲେ ରିଲାଏନ୍ସ, ଟାଟା, ସିରମ

ନୂଆଦିଲ୍ଲୀ,୩୦।୫: ଆମେରିକାର ଟାଇମ ମାଗାଜିନ ୨୦୨୪ର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରିଛି। ତିନୋଟି ଭାରତୀୟ କମ୍ପାନୀ ମଧ୍ୟ ଏହି ତାଲିକାରେ ସ୍ଥାନ...

ମୋଦି ୪୨୧ଥର ମନ୍ଦିର-ମସଜିଦ, ୨୨୪ ଥର ମୁସଲମାନ-ପାକିସ୍ତାନର ନାମ ନେଇଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। ସପ୍ତମ ପର୍ଯ୍ୟାୟ ଅଭିଯାନ ଶେଷ ହେବାର କିଛି ଘଣ୍ଟା...

‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri