ଅଣ ତୈଳ କମ୍ପାନୀ ସ୍ଥାପନ କରିପାରିବେ ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୨୪-୧୦:କେନ୍ଦ୍ର ସରକାର ପେଟ୍ରୋଲ ପମ୍ପ ସ୍ଥାପନ କ୍ଷେତ୍ରରେ ରହିଥିବା ନିୟମକୁ ବୁଧବାର କୋହଳ କରିଛନ୍ତି। ନୂଆ ନିଷ୍ପତ୍ତି ମୁତାବକ ଏବେ ଅଣ ତୈଳ କମ୍ପାନୀଗୁଡ଼ିକ ଦେଶରେ ଏହି ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହା ଦ୍ୱାରା ଘରୋଇ କ୍ଷେତ୍ର ଏବଂ ବିଦେଶୀ ଫାର୍ମଗୁଡିକ ଉକ୍ତ କ୍ଷେତ୍ରରେ ବାଣିଜ୍ୟ ସ୍ଥାପନ ଦିଗରେ ମନ ବଳାଇବେ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଭାବେ ଉଭା ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବବୃହତ୍ତ ବୋଲି ଜଣାପଡ଼ିଛି। ଭାରତର ତୈଳ ବିପଣନ କ୍ଷେତ୍ରରେ ପ୍ରବେଶ କରିବାକୁ ଇଛୁକ ଥିବା କମ୍ପାନୀଗୁଡ଼ିକ ଲାଗି ବର୍ତ୍ତମାନ ଯାଏ ଭିନ୍ନ ନିୟମ ରହିଥିଲା।
ଏକ୍ଷେତ୍ରରେ କମ୍ପାନୀଗୁଡିକ ଲାଇସେନ୍ସ ଲାଭ କରିବା ଲାଗି ଭାରତରେ ୨,୦୦୦ କୋଟି ଟଙ୍କାର ନିବେଶର ଆବଶ୍ୟକତା ପଡୁଥିଲା। ଏହି ନିବେଶ ଉଭୟ ହାଇଡ୍ରୋକାର୍ବନ ଉତ୍ତୋଳନ ଏବଂ ଉତ୍ପାଦନ, ରିଫାଇନିଂ, ପାଇପଲାଇନ, କିମ୍ବା ଏଲଏନ୍‌ଜି ଟର୍ମିନାଲ କ୍ଷେତ୍ରରେ ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ଏକ୍ଷେତ୍ରରେ ନିୟମ ପରିବର୍ତ୍ତନକୁ ମଞ୍ଜୁରି ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, କମ୍ପାନୀଗୁଡିକର କାରବାର ୨୫୦ କୋଟି ଟଙ୍କା ରହିଥିଲେ ସର୍ତ୍ତମୂଳକ ଭାବେ ପେଟ୍ରୋଲ, ଡିଜେଲ ବିକ୍ରି ଲାଗି ଅନୁମତି ଦିଆଯିବ।
ଏହି କମ୍ପାନୀଗୁଡିକ ଆସନ୍ତା ୩ ବର୍ଷ ମଧ୍ୟରେ ଅନ୍ତତଃ ପକ୍ଷେ ସିଏନ୍‌ଜି, ଏଲ୍‌ଏନଜି, ଜୈବ ଇନ୍ଧନ ଏବଂ ଇ-ଯାନ ଚାର୍ଜିଂ ଭଳି ବର୍ଗରେ ଗୋଟିଏ ବିକଳ୍ପ ଇନ୍ଧନ ବିପଣନର ଫାସିଲିଟି ସ୍ଥାପନ କରିବେ। ସେହିଭଳି କୌଣସି ରିଟେଲର ସ୍ଥାପନ କରିବାକୁ ଥିବା ମୋଟ ଆଉଟଲେଟର ୫% କେବଳ ଗ୍ରାମାଞ୍ଚଳରେ ବସାଇବେ। ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଦେଶରେ ନିବେଶ ବୃଦ୍ଧି, ଅଧିକ ରିଟେଲ ଆଉଟଲେଟ ସ୍ଥାପନ, ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ଲୋକଙ୍କୁ ସେବା ଯୋଗାଣ କ୍ଷେତ୍ରରେ ସହାୟତା କରିବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରମୁଖ କମ୍ପାନୀ ଫ୍ରାନ୍ସର ଟୋଟାଲ ଏସ୍‌ଏ, ସାଉଦିଆରବର ଆରାମକୋ, ୟୁକେର ବିପି ପିଏଲ୍‌ସି ଏବଂ ପୁମା ଏନର୍ଜି ଭଳି କମ୍ପାନୀ ଷ୍ଟେଶନସ୍ଥାପନ ନେଇ ଆଗେଇ ଆସିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଦେଶରେ ଏବେ ମୋଟ ୬୫ ହଜାର ପେଟ୍ରୋଲ ପମ୍ପ ରହିଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ଏବଂ ହିନ୍ଦୁସ୍ତାନ ପେଟ୍ରୋଲିମୟ ଭଳି କମ୍ପାନୀଗୁଡିକର ମାଲିକାନାରେ ଏହା ରହିଛି। ସେହିଭଳି ଘରୋଇ କ୍ଷେତ୍ରର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନାୟରା ଏନର୍ଜି ଏବଂ ରୟାଲ ଡଚ୍‌ ସେଲ ଭଳି କମ୍ପାନୀ ରହିଛି। ଘରୋଇ କ୍ଷେତ୍ର କମ୍ପାନୀ ମଧ୍ୟରେ ରିଲାଏନ୍ସର ୧୪୦୦ ଫିଲିଂ ଷ୍ଟେଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁନ୍ଧତୀ ରାଉରକେଲା ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୫:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ରାଉରକେଲା ଷ୍ଟୋର ପରିସରରେ ‘ଅରୁନ୍ଧତୀ ରାଉରକେଲା ଷ୍ଟୋର’ର ୨ୟ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି।...

ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ

ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍‌ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି...

୫୪୦୦ କୋଟି ନିବେଶ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୩।୫ (ଅଭୟ ଦାଶ):ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ମେଲ୍ଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ...

ଲାଲ୍‌ଚାନ୍ଦ୍‌ର ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୩।୫:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ବତନ୍ତ୍ର ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri