ଆର୍ଥିକ ମାନ୍ଦାବସ୍ଥା ପ୍ରତିବାଦରେ ସିପିଏମର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୧୯ା୧୦-ସିପିଏମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଶାସନରେ ଦେଶର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡଥିବାରୁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ଏହା ପ୍ରତିବାଦରେ ମିଳିତ ବାମପନ୍ଥୀ ଦଳ ଆହ୍ବାନରେ ବିକ୍ଷୋଭ ସମାବେଶ ହୋଇଥିଲା। ଶତାଧିକ କର୍ମୀ ଲାଲ ପତାକା ଧରି ଏଥିରେ ସାମିଲ ହୋଇଥିଲେ। ମାନ୍ଦାବସ୍ଥା ଦୂର କରି ପୂର୍ବ ସ୍ଥିତି ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ରାଜ୍ୟ ସିପିଏମ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏଥିରେ ଯୋଗଦେଇ ମୋଦି ସରାକରଙ୍କ ଦେବାଳିଆ ଆର୍ଥିକ ନୀତିର କଡ଼ା ସମାଲୋଚନା କରିଥିଲେ। ବିମୁଦ୍ରୀକରଣ, ଜନ ବିରୋଧୀ ଜିଏସଟି ଲାଗୁ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଉପୁଜିଛି ଓ ଏହା ଫଳରେ ଦେଶ ସଂକଟ ମଧ୍ୟରେ ଗତି କରୁଥିବା ସେ ଅଭିଯୋଗ କରିିଥିଲେ । ସରକାରଙ୍କ ପୁଞ୍ଜିପତି ତୁଷ୍ଟିକରଣ ନୀତି ଦ୍ୱାରା ବେକାରୀ ସମସ୍ୟା ବଢ଼ି ଚାଲିଥିବା ଦର୍ଶାଇ ଏହାର ପ୍ରତିରୋଧ ନିମନ୍ତେ ବାମପନ୍ଥୀ ଦଳ ଚଳାଇଥିବା ଆନ୍ଦୋଳନରେ ଜନସାଧାରଣ ସାମିଲ ହେବାକୁ ସିପିଏମ ନେତା ଆହ୍ବାନ ଦେଇଥିଲେ। ସେହିପରି ସିଟୁ ଜେନା ତଥା ବ୍ରହ୍ମପୁର ଆଞ୍ଚଳିକ କମିଟି ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଅଶୋକ ଦାସ, ବାବୁଲା ନାୟକ, ଗୋପାଳ ପାଣିଗ୍ରାହୀ ଓ ହରି ନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ । ବାମପନ୍ଥୀ ନେତାମାନେ ଏହି ପରିପ୍ରେକ୍ଷୀରେ ମହାନଗର ସମସ୍ୟା ଉପସ୍ଥାପନ କରିଥିଲେ । ବ୍ରହ୍ମପୁରରେ ଆରଟିଓ ଅଫିସ ଖୋଲାଯିବା, ବଡ଼ ମେଡିକାଲରେ ନିଅଣ୍ଟିଆ ଔଷଧ ସମସ୍ୟାର ସମାଧାନ, ଆଙ୍କୁଲି ଓଭରବ୍ରିଜ ନିର୍ମାଣ ଅବିଳମ୍ବେ ସମ୍ପୂର୍ଣ୍ଣ କରାଯିବା, ଟଙ୍କିକିଆ ଚାଉଳ ଯୋଗାଣରେ ଆଧାର ଲିଙ୍କ ବନ୍ଦ କରାଯିବାକୁ ଦାବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଲେ ଅତିରିକ୍ତ ଜିଲା ଦୌରାଜଜ୍‌

ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri