୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟ୍ରାଭେଲ ବଜାର ଦେଶ ବାହାରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅନ୍ତର୍ଜାତୀୟ ମେଗା ଟ୍ରାଭେଲ ବଜାରରେ ଚଳିତବର୍ଷ ମୋଟ ୧୬ ରାଷ୍ଟ୍ରରୁ ୨୫ଜଣ ଆଗଧାଡ଼ିର ବିଦେଶୀ ଟୁର୍‌ ଅପରେଟରଙ୍କ ସହ ଭାରତର ୧୯ ରାଜ୍ୟରୁ ୬୦ ଟୁର୍‌ ଅପରେଟର ଯୋଗଦେବେ। ଯେଉଁମାନେ ୨୪୦୦ଟି ପୂର୍ବ ନିର୍ଦ୍ଧାରିତ ବିଟୁବି ବୈଠକରେ ଓଡ଼ିଶାର ଟୁରିଜମ୍‌ ବିକ୍ରେତା, ଟୁର୍‌ ଅପରେଟର ତଥା ହୋଟେଲିୟର୍‌ମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସମ୍ପୂର୍ଣ୍ଣ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରାଜ୍ୟ ଏବଂ ଦେଶ ବାହାରୁ ଆସିବାକୁ ଥିବା କ୍ରେତା ଓ ଓଡ଼ିଶାର ବିକ୍ରେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଓ ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଅନ୍ତର୍ଜାତୀୟ ବିମାନ କମ୍ପାନୀର ପ୍ରତିନିଧିଙ୍କ ସହ ଜଣାଶୁଣା ଟ୍ରାଭେଲ ରାଇଟର୍‌ ତଥା ଭ୍ରମଣ ଲେଖକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନ ଉପତ୍ାଦ ଓ ବଜାର ସୁଯୋଗକୁ କ୍ରେତାଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ଏଥର ଡୋମେଷ୍ଟିକ୍‌ ଟୁର୍‌ ଅପରେଟରଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ କୋଚିନ୍‌ ଓ ମୁମ୍ବାଇର ସର୍ବାଧିକ ପ୍ରତିନିଧି ଯୋଗଦେବେ। ସେହିଭଳି ଚାଇନା ଓ ଇଟାଲୀରୁ ସର୍ବାଧିକ ବିଦେଶୀ ଟୁର୍‌ ଅପରେଟର୍‌ ଭାଗନେବାକୁ ଥିବାବେଳେ ସ୍ପେନ୍‌, ଜର୍ମାନୀ, ଶ୍ରୀଲଙ୍କା, ନେଦରଲାଣ୍ଡ ଓ ଥାଇଲାଣ୍ଡ ଅପରେଟର ମଧ୍ୟ ଫୋକସରେ ରହିବେ। ଓଡ଼ିଶାର ପର୍ଯ୍ୟଟନ ଉପତ୍ାଦକୁ ବିଦେଶରେ ତଥା ଦେଶ ମଧ୍ୟରେ ପ୍ରଦର୍ଶନ ଓ ବିକ୍ରି କରିବା ପାଇଁ ଟ୍ରାଭେଲ୍‌ ଏଜେନ୍ସି ଓ ହୋଟେଲିୟର୍‌ମାନଙ୍କ ସହ ଓଡ଼ିଶାର ୫୦ ସେଲର୍‌ ଆଲୋଚନା କରିବେ। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ହସ୍ତକଳା ଓ ହସ୍ତତନ୍ତ ପର୍ଯ୍ୟଟନ, ପରିବେଶ ଓ ବନ୍ୟଜନ୍ତୁ ପର୍ଯ୍ୟଟନ ପ୍ରସାରକୁ ଏଥିରେ ଗୁରୁତ୍ୱ ଦିଆଯିବ। ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରିବା ମଧ୍ୟ ଏହାର ଆଉ ଏକ ଲକ୍ଷ୍ୟ ରହିବ। ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଷୟରେ ଅବଗତ କରାଇବା ଲାଗି ପ୍ରତିନିଧିମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଫ୍ୟାମ୍‌ ଟ୍ରିପ୍‌ରେ ନିଆଯିବ। ଏନେଇ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ସଚିବ ବିଶାଲ ଦେବ ଏବଂ ଫିକି ନ୍ୟାଶନାଲ ଟୁରିଜମ୍‌ କମିଟି ସହ ଅଧ୍ୟକ୍ଷ ଜେ.କେ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri