ଧରିତ୍ରୀ ପ୍ରଭାବ: ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିଲେ ଡବ୍ଲ୍ୟୁସିଡିଓ 

ବିଞ୍ଝାରପୁର,୧୩ା୧୦(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗର କାର୍ଯ୍ୟକଳାପକୁ ନେଇ ‘ଧରିତ୍ରୀ’ରେ ଗତ ୧୯ତାରିଖରେ ଖବର ପ୍ରକାଶିତ ହୋଇଥିଲା। ସେଥିରେ ବିଞ୍ଝାରପୁର ବ୍ଲକରେ ଚାଲୁଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଓ ଏଥିରେ ହେଉଥିବା ଅନିୟମିତତା ସମ୍ପର୍କରେ ପ୍ରକାଶ ପାଇଥିଲା। ଏହାର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି। ଏହି ଖବରର ସତ୍ୟାସତ୍ୟ ଜାଣିବାକୁ ଶୁକ୍ରବାର ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ (ଡବ୍ଲ୍ୟୁସିଡିଓ) ବିଜୟାଲକ୍ଷ୍ମୀ ପଣ୍ଡା ବିଞ୍ଝାରପୁର ବ୍ଲକର ଉକ୍ତ ୨ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଆସି ତଦନ୍ତ କରି ଫେରିଯାଇଛନ୍ତି। ଏହି ଦୁଇଟି କେନ୍ଦ୍ର ହେଲା ଆଉଁରୀ ପଞ୍ଚାୟତର କରପଦା-୧ ଓ ଉଦ୍ରଙ୍ଗ ପଞ୍ଚାୟତର ସାଇକୂଳ-୧ କେନ୍ଦ୍ର। ଡବ୍ଲ୍ୟୁସିଡିଓଙ୍କ ଏହି ତଦନ୍ତ ସମୟରେ କରପଦା ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ସମ୍ପର୍କରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା। ଧରିତ୍ରୀରେ ପ୍ରକାଶିତ ଖବରରେ ସତ୍ୟତା ଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ। ଏହି ତଦନ୍ତ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିଲା। କରପଦା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଜଣକ ଅନ୍ୟ ବିଦ୍ୟାଳୟର ୫ରୁ ୬ଜଣ ପିଲାଙ୍କୁ ବସାଇ କେନ୍ଦ୍ର ଖୋଲା ରଖୁଥିଲାବେଳେ ପ୍ରକୃତରେ କେନ୍ଦ୍ର ଆଦୌ ଖୋଲାଯାଏ ନାହିଁ ଓ କେନ୍ଦ୍ରରେ ହେଉଥିବା ଅନିୟମିତତା ସମ୍ପର୍କରେ ଡବ୍ଲ୍ୟୁସିଡିଓଙ୍କ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ। ଏପରିକି ଏହି କେନ୍ଦ୍ରରୁ ଶିଶୁଙ୍କ ଭୋଜନ ପାଇଁ ଆସୁଥିବା ଚାଉଳ, ଡାଲିକୁ କେତେଜଣ ରାଜନୈତିକ ବ୍ୟକ୍ତି ନେଇଯାଉଥିବା ଜାଣିବାକୁ ମିଳିଥିଲା। ଏହି ତଦନ୍ତ ସମୟରେ ଡବ୍ଲ୍ୟୁସିଡିଓ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ରର ସମସ୍ତ କାଗଜପତ୍ର ଜବତ କରି ନେଇଥିଲେ। ସେହିପରି ଉଡ୍ରଙ୍ଗ ଗ୍ରାପର ସାଇକୁଳ-୧ ଅଙ୍ଗନୱାଡି କେନ୍ଦ୍ର ତଦନ୍ତ ସମୟରେ ବହୁ ଅନିୟମିତତା ହୋଇଥିବା ଡବ୍ଲ୍ୟୁସିଡିଓ ଜାଣିବାକୁ ପାଇଥିଲେ। ତଦନ୍ତ ସମ୍ପର୍କରେ ଡବ୍ଲ୍ୟୁସିଡିଓ ବିଜୟାଲକ୍ଷ୍ମୀ ପଣ୍ଡାଙ୍କୁ ପଚାରିବାରେ, ବିଞ୍ଝାରପୁର ବ୍ଲକରେ ‘କାଗଜକଲମରେ ଚାଲିଛି ମହିଳା ଓ ଶିଶୁ ବିକାଶ’ ଶୀର୍ଷକ ଧରିତ୍ରୀରେ ପ୍ରକାଶିତ ପରେ ତଦନ୍ତ କରିବାକୁ ଆସିଥିଲେ। ତେବେ ତଦନ୍ତର ବିବରଣୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri