ନୂଆ ଟ୍ରେଣ୍ଡ୍‌ : ଟ୍ରାଇବାଲ ଆର୍ଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍‌ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍‌ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ଟ୍ରାଇବାଲ ଆର୍ଟର ଆକର୍ଷଣୀୟ ଚିତ୍ରକଳା। ସଉରା ହେଉ କି ଗଣ୍ଡ ପେଣ୍ଟିଂ, ଧୀରେ ଧୀରେ ଲୋକଙ୍କ ମଧ୍ୟରେ ଏହି ପାରମ୍ପରିକ ଚିତ୍ରକଳାର ଲୋକପ୍ରିୟତା ଦେଖିବାକୁ ମିଳୁଛି। ବିଶେଷକରି ରାଜ୍ୟ ବାହାରେ ଏବଂ ବିଦେଶରେ ଓଡ଼ିଶା ଟ୍ରାଇବାଲ ଆର୍ଟର ବିଶେଷ ଚାହିଦା ଦେଖିବାକୁ ମିଳୁଛି। ଏପରି କି ନିଫ୍ଟ ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ କନ୍ଧ, ଜୁଆଙ୍ଗ, ଗଣ୍ଡ, ସାନ୍ତାଳ ଓ ସଉରା ଭଳି ଜନଜାତିଙ୍କ ଚିତ୍ରକଳାକୁ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ସାମିଲ କରିଛନ୍ତି। ଯାହାକି କେବଳ ଜନଜାତି କଳାକାରଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିନି, ବରଂ ଓଡ଼ିଶାର ପାରମ୍ପରିକ ଜନଜାତି କଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ସୁଯୋଗ ଆଣିଦେଇଛି।
ଇଣ୍ଟେରିୟର ଡେକୋରେଶନ ବା ଘରସଜ୍ଜାରେ ପେଣ୍ଟିଂର ଡିମାଣ୍ଡ ସବୁଠାରୁ ଆଗରେ ରହୁଥିବାବେଳେ ଏହା ଏକ ଆଭିଜାତ୍ୟ ପରମ୍ପରାରେ ପରିଣତ ହୋଇଛି। ପୂର୍ବରୁ କିଛି ଶିଳ୍ପପତି ଓ ହୋଟେଲିୟରଙ୍କ ପାଇଁ ଚିତ୍ରକଳା ରଖିବା ଏକ ସଉକ୍‌ ଥିବାବେଳେ ଏବେ ଏହା ଅଧିକାଂଶଙ୍କ ଆକର୍ଷଣ ପାଲଟିଛି। ଆଜିକାଲି ସବୁକ୍ଷେତ୍ରରେ କ୍ଲାସିକ୍‌ ଟ୍ରେଣ୍ଡ୍‌ ଚାଲିଥିବାବେଳେ ଚିତ୍ରକଳା କ୍ଷେତ୍ରରେ ମଧ୍ୟ କ୍ଲାସିକ୍‌ ବା ପାରମ୍ପରିକ କଳାର ଲୋକପ୍ରିୟତା ପୁଣିଥରେ ଫେରିଛି। ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଟ୍ରାଇବାଲ ଆର୍ଟ। ଟ୍ରାଇବାଲ ଜୁଏଲେରି, ଟ୍ରାଇବାଲ୍‌ ହ୍ୟାଣ୍ଡଲୁମ୍‌ ଭଳି ଟ୍ରାଇବାଲ ଚିତ୍ରକଳା ବହୁଳ ଲୋକପ୍ରିୟତା ହାସଲ କରିଛି। ଯେଉଁଥିପାଇଁ ଓ୍ବାଲ୍‌ପେଣ୍ଟିଂ, ଫ୍ୟାବ୍ରିକ୍‌ ଆର୍ଟ, ହୋମ୍‌ ଡେକୋର୍‌, ଫ୍ୟାଶନ ଆପାରେଲ୍‌ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାର କରାଯାଉଛି। ତେବେ ଧୀରେ ଧୀରେ କିଛି ଜନଜାତି ଚିତ୍ରକଳା ଲୋପ ପାଇଯାଉଥିବାରୁ ଏହି ବିରଳ କାରିଗରିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏହାକୁ ହସ୍ତଶିଳ୍ପର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗ ଅଧୀନରେ ଥିବା ‘ଆଦିଶା’ ମାଧ୍ୟମରେ ଗଣ୍ଡ, ସଉରା, ସାନ୍ତାଳ ଆଦି ଜନଜାତି ଚିତ୍ରକଳାର ବିକ୍ରିବଟା କରାଯାଉଛି।

ଆଗ୍ରହ ଦେଖାଉଛନ୍ତି ବିଦେଶୀ ବ୍ରାଣ୍ଡ୍‌
ବିଶ୍ୱସ୍ତରରେ ଓଡ଼ିଶା ଟ୍ରାଇବାଲ ଆର୍ଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଯୁବପିଢି ଏବଂ କଳାପ୍ରେମୀଙ୍କୁ ଜନଜାତି ଚିତ୍ରକଳା ଶିଖାଇବା ଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି। ବହୁ ବିଦେଶୀ ବ୍ରାଣ୍ଡ୍‌ ଓଡ଼ିଶା ଟ୍ରାଇବାଲ ଆର୍ଟ ପାଟର୍ନକୁ ବ୍ୟବହାର କରିବାକୁ ଆଗ୍ରହ ଦେଖାଉଥିବାରୁ ଏହା ଯୁବ କଳାକାରଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ଏହାସହ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନ ବର୍ତ୍ତମାନର ଚାହିଦା ଓ ଡିଜାଇନ୍‌କୁ ଦୃଷ୍ଟିରେ ରଖି ଜନଜାତି କଳାକାରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପାରମ୍ପରିକ ଜନଜାତି ଚିତ୍ରକଳାର ମୌଳିକତାକୁ କ୍ଷୁଣ୍ଣ ନ କରି ମଧ୍ୟ ଏହାକୁ କିଭଳି ବର୍ତ୍ତମାନର ପିଢିଙ୍କ ପାଇଁ ଆକର୍ଷଣୀୟ କରିହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

ପ୍ରତି ଚିତ୍ର ପଛରେ ଥାଏ କାହାଣୀ
ଓଡ଼ିଶାରେ ୬୨ ଭିନ୍ନ ସମ୍ପ୍ରଦାୟର ଜନଜାତି ବସବାସ କରୁଥିବାବେଳେ ସେମାନଙ୍କ କଳା, ସଂସ୍କୃତି, ପରମ୍ପରା ଏକ ଉତ୍କୃଷ୍ଠ ବାର୍ତ୍ତା ପ୍ରଦାନ କରିଥାଏ। ବିଶେଷକରି ଜନଜାତି ଚିତ୍ରକଳା ଓ ଏହାର ସୂକ୍ଷ୍ମ କାରିଗରି କୌଶଳ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରତି ସମ୍ପ୍ରଦାୟର ନିଜ ନିଜର ସ୍ବତନ୍ତ୍ର ଚିତ୍ରକଳା ଶୈଳୀ ରହିଥିବାବେଳେ ଏହା ବିଭିନ୍ନ ସାମାଜିକ କଥା କାହାଣୀ ଉପରେ ପର୍ଯ୍ୟବସିତ ଥାଏ। ଜନଜାତି ସଂସ୍କୃତି ଓ ପରମ୍ପରା ସହ ଏହି ଚିତ୍ରକଳାର ନିବିଡ଼ ସମ୍ପର୍କ ରହିଥିବାବେଳେ ଏହାକୁ ସେମାନେ ପବିତ୍ର ବୋଲି ମନେକରିଥାନ୍ତି। ସଉରା, ଡଙ୍ଗରିଆ କନ୍ଧ, କିସାନ୍‌ ଓ ଜୁଆଙ୍ଗ ଆଦି ସମ୍ପ୍ରଦାୟର ଚିତ୍ରକଳା ପରସ୍ପରଠାରୁ ଭିନ୍ନ ଏବଂ ହଜାର ହଜାର ଜନଜାତି କାରିଗର ଏହି ଚିତ୍ରକଳା ସହ ଏବେ ଜଡ଼ିତ ରହିଛନ୍ତି। ମଣିଷ, ହାତୀ, ଘୋଡ଼ା, ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷଲତା ଆଦିକୁ ନେଇ ଅଙ୍କାଯାଉଥିବା ସଉରା ଚିତ୍ରକଳାର ଆଦୃତି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ରହିଛି। ପ୍ରାକୃତିକ ରଙ୍ଗ ଓ ପ୍ରାକୃତିକ ସାମଗ୍ରୀକୁ ବ୍ୟବହାର କରି ଅଙ୍କାଯାଉଥିବା ଜନଜାତି ଚିତ୍ରକଳା ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରିଥାଏ। ସଉରା ଚିତ୍ରକଳା ବିଭିନ୍ନ ଭାବନା ଓ ପରିସ୍ଥିତିକୁ ବର୍ଣ୍ଣନା କରୁଥିବାବେଳେ କନ୍ଧ ଜନଜାତିଙ୍କ ଚିତ୍ରକଳା ଜିଓମେଟ୍ରିକ୍‌ ପାଟର୍ନରେ ହୋଇଥାଏ। ସେହିଭଳି ସାନ୍ତାଳ ଚିତ୍ରକଳାରେ ଆଳଙ୍କରିକ ଡିଜାଇନ୍‌, ପାଉଡିଭୂୟାଁାଙ୍କ ଚିତ୍ରକଳାରେ କୃଷି ଓ ଚାଷ ସମ୍ପର୍କିତ କାହାଣୀ ଏବଂ ଜୁଆଙ୍ଗମାନଙ୍କ ଚିତ୍ରକଳାରେ ପଶୁପକ୍ଷୀ ଏବଂ ଫୁଲଫଳ ଦେଖିବାକୁ ମିଳିଥାଏ।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri