Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ
ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ। ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ରାହୁ ପ୍ରଭାବରେ ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ରବି ଓ ମଙ୍ଗଳଜନିତ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଛି ଓ ରହିବ ତଥାପି କୌଣସି ଦୃଢ଼ ପଦକ୍ଷେପ ନେଲେ ଝମେଲା ଅଧିକ ବଢ଼ି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ।
କର୍କଟ
କର୍କଟ
ରାହୁ ଦ୍ୱାଦଶସ୍ଥ ଯୋଗୁ ପୂର୍ବରାଗ ଶୁଝାଇବାକୁ ଯାଇ ହଠାତ୍‌ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ କିଛି କରିପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ।
ସି˚ହ
ସି˚ହ
ଧନସ୍ଥାନସ୍ଥ ଗ୍ରହ ପ୍ରଭାବରେ ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିପାରେ। ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କଳା, ସାହିତ୍ୟ, ସଂଗଠନ, ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା
ଚନ୍ଦ୍ରଙ୍କ ପ୍ରଭାବରୁ ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନ ଏକପ୍ରକାର ଖୁସି ହୋଇଯିବ। ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝିବିଚାରି କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ଭଳି କାମ ହେବ। ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଜିନିଷଟି ପାଇଯିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ଦିନରୁ ରହିଥିବା ସମସ୍ୟାର ସମାଧାନ ହୋଇଯିବ ା ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବା ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାମାଜିକ ସ୍ତରରେ ଥିବା ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ବିଛା
ବିଛା
ଚତୁର୍ଥଚନ୍ଦ୍ର ଯୋଗୁ ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବା ହିଁ ସମସ୍ୟାର କାରଣ ହେବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ।
ଧନୁ
ଧନୁ
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କିତ ଅଯଥା ଚିନ୍ତା କରିପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯତ୍ନ କରିପାରନ୍ତି।
ମକର
ମକର
ଆପଣ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ ଏବଂ ଅତି କମ୍‌ ସମୟରେ ତାହା ସୁବିଧାରେ ସମ୍ପନ୍ନ ହୋଇ ପାରିବ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମଟି ସହଜରେ ହାସଲ କରିବେ।
କୁମ୍ଭ
କୁମ୍ଭ
ପାପଗ୍ରହ ପ୍ରଭାବରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ,ଏଣୁ ସତର୍କ ରହିବା ଭଲ। କଠିନଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ
ଆଜି ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା କାରଣରୁ ମନ ହାଲୁକା ହୋଇଯିବ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri