ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ବର୍ଷେ ପୂରିଲା: ଇଟା ଖଣ୍ଡିଏ ଯୋଡ଼ା ହେଲାନି

ପୁରୀ ଅଫିସ/ସାକ୍ଷୀଗୋପାଳ, (ଡି.ଏନ.ଏ.)୧୦ା୧୦: ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତାହାକୁ ଆହୁରି ଆଗକୁ ନେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଠିକ୍‌ ବର୍ଷକ ତଳେ ପଞ୍ଚସଖାଙ୍କ କର୍ମପୀଠ ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଥିଲେ। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ଯୋଡ଼ା ଯାଇପାରିଲା ନାହିଁ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏକପ୍ରକାର ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଥିବା ବେଳେ ପୁଣି ଆଶା ଦେଖାଇଛନ୍ତି ସରକାର। ଗତ ୩ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନୀଲ କୁମାର ସାମଲ ଏବଂ ଜିଲାପାଳ ବଲୱନ୍ତ ସିଂ ପ୍ରସ୍ତାବିତ ଜମି ବୁଲି ଦେଖିଥିବାବେଳେ ଗୁରୁବାର ବିଶ୍ୱବିଦ୍ୟାଳୟ ନିମନ୍ତେ ଜମି କିଣାଯିବା ଲାଗି ଦିନ ଧାର୍ଯ୍ୟ ହୋଇଛି। ତେବେ ଏହି ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷାପ୍ରେମୀ।
ଗତବର୍ଷ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହା ପ୍ରତିଷ୍ଠା କରାଯିବାକୁ ସ୍ଥିର ହୋଇଥିଲା। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ତିଆରି କରାଯିବା ଲାଗି ପ୍ରଥମରୁ ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କରିଥିଲେ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା-୧୯ ମୁତାବକ ଜମି କିଣିବା ଲାଗି ଆବେଦନ ହୋଇଥିଲା । ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବାକୁ ସତ୍ୟବାଦୀର ଅଧୀବାସୀମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ଗତ ମେ ୩୧ ତାରିଖରେ ଏକ ବୈଠକ ବସିଥିଲା। ଜନସାଧାରଣଙ୍କ ଅନୁରୋଧକୁ ରକ୍ଷା କରାଯାଇ ବକୁଳବନକୁ ବାଦ୍‌ ଦିଆଯାଇ ଖାତା ନଂ. ୧୦୦ରେ ରହିଥିବା ବାକି ୯ ଏକର ୬୦ ଡେସିମିଲ ଜମିରେ ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ଜମି କ୍ରୟ ପାଇଁ ଉଚ୍ଚଶିକ୍ଷା ବିଭାଗ ୧୧ କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ପ୍ରଦାନ କରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ୧୩/୨୦୧୯ ରିଭିଜନ ପିଟିଶନ ଦେବୋତ୍ତର କମିଶନରଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟ ଆଇନ ବିଭାଗ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ସାକ୍ଷୀଗୋପାଳ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କବଲା କରାଯିବ। ସାକ୍ଷୀଗୋପାଳ ୟୁନିୟନ ବ୍ୟାଙ୍କ ଶାଖାରେ ଉଚ୍ଚଶିକ୍ଷା ବିଭାଗ ଗତ ୪ତାରିଖରେ ୧୧ କୋଟି ୩୩ଲକ୍ଷ ୫୮ ହଜାର ଟଙ୍କା ଜମା କରିଛି। ଜମି କିଣାବିକା ନିମନ୍ତେ ସରକାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଛାଡ଼ କରିଛନ୍ତି । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଗୋପୀନାଥ ଦେବଙ୍କ ପକ୍ଷରୁ ଜମି ବିକ୍ରେତା ଭାବେ ଦଲିଲ ସମ୍ପାଦନ କରିବେ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ଜୟନ୍ତ କୁମାର ଷଡ଼ଙ୍ଗୀ ଜମିର କ୍ରେତା ଭାବେ ରହିବା ଲାଗି ବିକ୍ରି ପତ୍ର ନକଲ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ତେବେ ଏହି ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷା ସଂଗ୍ରାମ ସମିତିର ଆବାହକ ତଥା ଓଡ଼ିଆରେ ଶାସନ ମନ୍ତ୍ରୀସ୍ତରୀୟ ସଭାର ସଂଯୋଜକ ସଦସ୍ୟ ଶଙ୍କର୍ଷଣ ପରିଡ଼ା। ସେ କହିଛନ୍ତି, ଏ ସରକାର ଗୋଟିଏ ପ୍ରତିଶ୍ରୁତିର ସରକାର। ଓଡ଼ିଶାରେ ପ୍ରଥମଥର ଲାଗି ପୁରୀରେ ଭାଷା ଓ ସାହିତ୍ୟ ପାଇଁ ସମର୍ପିତ ସ୍ବତନ୍ତ୍ର ମନ୍ତ୍ରୀ ସଭାରେ ଗୃହୀତ ବିଂଶସୂତ୍ରୀ କାର୍ଯ୍ୟକ୍ରମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଛି। ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ଗଠିତ ଐତିହ୍ୟ କ୍ୟାବିନେଟ ଏବଂ ଓଡ଼ିଆ ଭଷାରେ ଓଡ଼ିଶାରେ ଶାସନ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି କାହାରି ପରାମର୍ଶ ନ ନେଇ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ରାଜନୈତିକ କର୍ମୀଙ୍କ ଗହଣରେ ଉଦ୍‌ଘାଟନ କରାଇବା ଯେତିକି ଲଜ୍ଜାଜନକ ତା’ଠୁ ବେଶି ଲଜ୍ଜାଜନକ ବର୍ଷେ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଇଟାଖଣ୍ଡିଏ ଯୋଡ଼େଇ ନ ହେବା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri