ଢେଙ୍କାନାଳ ଅଫିସ, ୧୦।୧୦ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଈ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ମିଳିତ ଭସାଣି ଶୋଭାଯାତ୍ରାରେ ୧୦ ମେଢ଼ ସାମିଲ ହୋଇଥିଲେ। ବାଜାବାଣ, ପାରମ୍ପରିକ ନୃତ୍ୟରେ ଅଞ୍ଚଳ ଦୁଲୁକି ଉଠିଥିଲା। ସିମିନଈ ତଥା ଏହାର ଆଖପାଖ ଗ୍ରାମରେ ୭୦ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ସିମିନଈ ବଡ଼ବଜାର ପୂଜା ସଙ୍ଗଠନ, ଦୋଳମଣ୍ଡପସାହି, ଶିଶୁସଂଘ ପୂଜା ପ୍ରତିଷ୍ଠାନ, ତରୁଣ ଦୁର୍ଗାପୂଜା ପ୍ରତିଷ୍ଠାନ, ଗାନ୍ଧୀବଜାର, ଜଗନ୍ନାଥ ମଣ୍ଡପ, ଭଗବାନପୁର, ନୂଆସାହି, ଭାଗବତ ମନ୍ଦିର ସାହିରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ମୂଳିସିଂହ, ଅଙ୍କରାନ୍ତିପୁର, ନୀଳାମ୍ବରପୁର, ମହେନ୍ଦ୍ରପୁର, ସାଇଁବିରି, ଗଦାଶିଳା, ଚାଇଁପୁରରେ ୧୨ ମଣ୍ଡପରେ ମା’ ବିରାଜିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର ମଜା ନେଇଥିଲେ।
ନିର୍ଦ୍ଧାରିତ ସମୟରେ ମେଢ଼ଗୁଡିକ ସିମିନଈ ଯାତ୍ରା ପଡ଼ିଆରେ ପହଞ୍ଚତ୍ଥିଲେ। ସେଠାରୁ ଶୋଭାଯାତ୍ରା ବାହାରି ଦାଣ୍ଡିମାଳ ହାଇସ୍କୁଲ ଯାଏ ଯାଇଥିଲା। ଏହାପରେ ୫୫ନଂ. ଜାତୀୟ ରାଜପଥ ଦେଇ କେନାଲରେ ବିସର୍ଜନ କରାଯାଇଥିଲା। ସଦର ଏବଂ ଝାରଗାଡ଼ିଆ ପୋଲିସ ସମେତ ପୂଜା କମିଟି କର୍ମକର୍ତ୍ତା ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିଲେ।
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…
ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...
Archives


