ବଜ୍ରପାତ ମୃତ୍ୟୁ ରୋକିବ ତାଳ ଗଛ, ଚଳିତ ବର୍ଷ ପୋତାଯାଉଛି ୭୮ ହଜାର ତାଳ ମଞ୍ଜି

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗତବର୍ଷ ବର୍ଷା ଋତୁରେ ମୂଜାଗଡ, ଗାଲେରି, ତାରସିଂ, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳ ଅଧିନରେ ୬୮ ହଜାର ତାଳଗଛ ଲଗାଯାଇଥିଲା। ଚଳିତ ବର୍ଷ ଆଉ ୭୮ ହଜାର ତାଳଗଛ ଲଗାଇବା ପ୍ରକ୍ରିୟା ଚାଲିଛି। ଗତବର୍ଷ ଯେଉଁ ମଞ୍ଜି ପୋତା ହୋଇଥିଲା ତାହା ଆଶାନୁରୂପକ ସଫଳତା ମିଳିନଥିବା ଜଣାପଡିଛି । ତେଣୁ ଚଳିତ ବର୍ଷ ଆଉ ଅଧିକ ଏ ବାବଦରେ ୨୦ ପ୍ରତିଶତ ମଞ୍ଜି ପୋତିବା ଯୋଜନା ଅଛି। ଗତବର୍ଷ ମଞ୍ଜି ଲଗାଇବା ସମୟରେ ବିଭାଗ ବହୁ ବିଳମ୍ବ କରିଥିଲା। ସେତେବେଳକୁ ବର୍ଷା ପ୍ରାୟ କମିଯାଇଥିଲା । ଅନ୍ୟପଟେ ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରିନଥିଲା। ତେଣୁ ୫୦ ପ୍ରତିଶତରୁ ଅଧିକ ମଞ୍ଜି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଭାଗ ଆଶଙ୍କା କରୁଛି ୨୦ ପ୍ରତିଶତ ମଧ୍ୟରେ ମଞ୍ଜି ନଷ୍ଟ ହୋଇଥିବ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଚଳିତ ବର୍ଷ ତାଳ ମଞ୍ଜି ଲଗାଇବା ପ୍ରକ୍ରିୟା ଚାଲିଛ। ଯୋଜନା କିଭଳି ସଫଳ ହେବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ , ରାଜ୍ୟରେ ଦିନକୁ ଦିନ ବଜ୍ରପାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ତାଳ ଗଛ ହିଁ ଏକମାତ୍ର ବିକଳ୍ପ ବୋଲି ସରକାର ତିନିବର୍ଷ ପୂର୍ବେ ହୃଦବୋଧ କରିଥିଲେ। ଏହାପରେ ଗତବର୍ଷ ରାଜ୍ୟର ସମସ୍ତ ବନଖଣ୍ଡରେ ତାଳ ମଞ୍ଜି ବିଭିନ୍ନ ଯୋଜନାରେ ପୋତା ଯାଇଥିଲା। ଗତବର୍ଷ ଯୋଜନାର ସଫଳତାକୁ ଦେଖି ସରକାର ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ପାଚେରୀ କଡ଼, ପୋଖରୀ ଆଢ଼ୀ ଗୁଡିକରେ ମଧ୍ୟ ମଞ୍ଜି ପୋତିବା ଲକ୍ଷ୍ୟ ରଖିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ମଞ୍ଜି ପୋତା ଚାଲିଛି। ଏହିଭଳି ଶନିବାର ଗାଲେରି ରେଞ୍ଜ ଏବଂ ଗାଲେରୀ ଦଣ୍ଡପାଣି ମହାର୍ଥା ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ତାଳ ମଞ୍ଜି କଲେଜ ପାଚେରୀ ଚାରିପଟେ ଲଗାଯାଇଥିଲା। ରେଞ୍ଜର ଆଶାଲତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନା ଅଧିକାରୀ ଦୁର୍ଗା ମାଧବ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri