ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ ଜାତକଙ୍କ ଜୀବନରେ ବଡ଼ ପ୍ରଭାବ ପକାଇପାରେ ବୋଲି ଜ୍ୟୋତିଷବିତ୍‌ମାନେ ମତ ଦିଅନ୍ତି।

ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ, ଅକ୍ଟୋବର ୩, ୨୦୨୬ରେ ରାହୁ ଧନିଷ୍ଠା ନକ୍ଷତ୍ରର ତୃତୀୟ ଚରଣରେ ପ୍ରବେଶ କରିଛନ୍ତି। ଧନିଷ୍ଠା ନକ୍ଷତ୍ରର ସ୍ବାମୀ ମଙ୍ଗଳ ହୋଇଥିବାରୁ ରାହୁ ଓ ମଙ୍ଗଳଙ୍କ ଶକ୍ତିର ଏହି ସଂଯୋଗକୁ ବିଶେଷ ମନେ କରାଯାଉଛି।

ଏହାର ପ୍ରଭାବରେ କିଛି ରାଶିର ଲୋକଙ୍କ ସାହସ ଓ ପରାକ୍ରମ ବଢ଼ିବା ସହ ଜୀବନରେ ନୂଆ ସୁଯୋଗ ଏବଂ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଆସନ୍ତୁ ଜାଣିବା କେଉଁ ୩ ରାଶି ପାଇଁ ଏହି ସମୟ ଶୁଭ ରହିପାରେ।

କର୍କଟ ରାଶି

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ପାଇଁ ମାନ-ସମ୍ମାନ ବଢ଼ାଇପାରେ। ଆପଣଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଛବି ପୂର୍ବାପେକ୍ଷା ଭଲ ହୋଇପାରେ। ଏହି ସମୟରେ ଧନଲାଭ ଏବଂ ଯାତ୍ରାର ଯୋଗ ମଧ୍ୟ ରହିପାରେ। ବିଭିନ୍ନ କ୍ଷେତ୍ରରୁ ଆୟ କରିବାର ନୂଆ ସୁଯୋଗ ମିଳିପାରେ। କ୍ୟାରିୟର କିମ୍ବା ଆର୍ଥିକ ନିଷ୍ପତ୍ତି ନେବାବେଳେ ଭଲ ଭାବେ ବିଚାର କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ।

ସିଂହ ରାଶି

ସିଂହ ରାଶିର ଲୋକଙ୍କୁ ଏହି ସମୟରେ ବଡ଼ ସଫଳତା ମିଳିବାର ଯୋଗ ରହିଛି। ଘର କିଣିବାର ଦୀର୍ଘଦିନର ସ୍ବପ୍ନ ପୂରଣ ହେବାର ସମ୍ଭାବନା ରହିଛି। କ୍ୟାରିୟର ଓ ବ୍ୟବସାୟକୁ ବିସ୍ତାର କରିବା ପାଇଁ ସମୟ ଅନୁକୂଳ ରହିପାରେ। ଚାକିରି ପାଇଁ କରୁଥିବା ପ୍ରୟାସରେ ସଫଳତା ମିଳିପାରେ। ପରିବାରରେ ସୁଖ-ସୁବିଧା ବଢ଼ିବା ସହ ନିଜ ଲୋକଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରିପାଇବାର ଯୋଗ ରହିଛି। କୋର୍ଟ-କଚେରୀ ସମ୍ପର୍କିତ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିପାରେ।

କୁମ୍ଭ ରାଶି

କୁମ୍ଭ ରାଶି ପାଇଁ ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ଅନେକ ନୂଆ ସୁଯୋଗ ନେଇ ଆସିପାରେ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି ନୂଆ ସମ୍ପର୍କ ମାଧ୍ୟମରେ ଆଗକୁ ବଢ଼ିବାର ନୂଆ ରାସ୍ତା ଖୋଲିପାରେ। ଧନ ସମ୍ପର୍କିତ ମାମଲାରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ଦୀର୍ଘଦିନ ଧରି ଅଟକିଥିବା କାମଗୁଡ଼ିକ ଶୀଘ୍ର ପୂରଣ ହୋଇପାରେ। କ୍ୟାରିୟର ଓ ବ୍ୟବସାୟରେ ନିଜ ସମ୍ପର୍କର ପୂରା ଲାଭ ମିଳିପାରେ। ନିବେଶ ସମ୍ପର୍କିତ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ସଙ୍କେତ ମିଳିବାର ଯୋଗ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?