Posted inଖେଳ

ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍‌: ଜାଣନ୍ତୁ କ’ଣ ପାଇଁ…

ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍‌ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ, ଯେଉଁଥିରେ ଏକାସମୟରେ ୧୦୦୦ ମ୍ୟାଚ୍‌ ଆୟୋଜନ କରାଯିବ। ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ମ୍ୟାଚ୍‌ ଖେଳାଯିବ। ଏଥିରେ ମୋଟ ଉପରେ ୩୬,୦୦୦ ଖେଳାଳି ଭାଗ ନେବେ। ଦେଶର ପ୍ରତ୍ୟେକ କୋଣରୁ ହକି ଖେଳାଳିଙ୍କୁ ଏକତ୍ରିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଜାତୀୟ ଓ ତୃଣମୂଳସ୍ତରରେ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଦିଆଯାଉଥିବା ଆର୍ଥିକ ସହାୟତାରେ ଆଖିଦୃଶିଆ ବୃଦ୍ଧି କରାଯାଇଛି। ଏବେଠାରୁ ଜାତୀୟ ସିନିୟର ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ଆୟୋଜନ ଲାଗି ୭୦ ଲକ୍ଷ ଦିଆଯିବ। ସେହିଭଳି ଜୁନିୟର ବାଳକ, ବାଳିକା, ସବ୍‌-ଜୁନିୟର ବାଳକ ଓ ସବ୍‌-ଜୁନିୟର ବାଳିକା ଜାତୀୟ ଚାମ୍ପିୟନଶିପ୍‌ ଲାଗି ୩୦ ଲକ୍ଷ ଲେଖାଏ ଫେଡେରେଶନ ପକ୍ଷରୁ ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ଜିଲା ସଂଗଠନକୁ ସମର୍ଥନ କରିବା ପାଇଁ ୨୫ ଲକ୍ଷ ଲେଖାଏ ଦିଆଯିବ ବୋଲି ଏଚ୍‌ଆଇ ପକ୍ଷରୁ ଘୋଷଣା କରାଯାଇଛି।

ସ୍ଥାନୀୟ ସ୍ତରରେ ଆର୍ଥିକ ବାଧାକୁ ହ୍ରାସ କରି ଭିତ୍ତିଭୂମିକୁ ସଶକ୍ତ କରିବା, ପ୍ରତିଯୋଗିତାର କ୍ୱାଲିଟିରେ ବୃଦ୍ଧି ଓ ଅଧିକରୁ ଅଧିକ ଦଳକୁ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଅନୁଦାନରେ ବୃଦ୍ଧି କରାଯାଇଛି। ଏହାଦ୍ୱାରା ହଜାର ହଜାର ଉଦୀୟମାନ ଖେଳାଳି, କୋଚ୍‌, ତୃଳମୂଳ ସ୍ତରର ଅଧିକାରୀ ଲାଭବାନ ହେବେ, ଯେଉଁମାନେ ଭାରତୀୟ ହକିର ଭବିଷ୍ୟତର ମେରୁଦଣ୍ଡ ବୋଲି ଏଚ୍‌ଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଏଚ୍‌ଆଇ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ୧୦୦ ବର୍ଷ ପୂରିବାକୁ ଯାଉଥିବାରୁ ସାରା ଦେଶରେ ଉତ୍ସବ ଜରିଆରେ ଭାରତୀୟ ହକିକୁ ଆଗକୁ ନେଇଥିବା ପ୍ରତ୍ୟେକ ଖେଳାଳି, କୋଚ୍‌ ଓ ପ୍ରଶଂସକଙ୍କ ପ୍ରତି ସମ୍ମାନ ପ୍ରଦର୍ଶିତ କରାଯିବ। ଘୋଷଣା ହୋଇଥିବା ଆର୍ଥିକ ସମର୍ଥନ ଜରିଆରେ ଆମେ ଭବିଷ୍ୟତ ପିଢ଼ିର ସ୍ବପ୍ନ ଉପରେ ନିବେଶ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri