Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି । IPL ୨୦୨୭ରେ ପ୍ରଥମ ଥର ପାଇଁ ଗାଙ୍ଗୁଲି ଦିଲ୍ଲୀ ଟିମ୍‌ର ହେଡ୍ କୋଚ୍ ଭୂମିକାରେ ନଜର ଆସିବେ।

ଗାଙ୍ଗୁଲି ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ସହ ଜଡ଼ିତ ରହିଛନ୍ତି । ସେ ପୁରୁଷ ଓ ମହିଳା ଦଳର ଡାଇରେକ୍ଟର୍ ଭୂମିକା ମଧ୍ୟ ତୁଲାଇଛନ୍ତି । ୨୦୧୯ରୁ ସେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ସହ ଜଡ଼ିତ ଥିବା ଜଣାପଡ଼ିଛି। ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ହେଡ୍ କୋଚ୍ ହେମଙ୍ଗ ବଦାନୀଙ୍କ ସ୍ଥାନ ନେବେ। ବଦାନୀ ଗତ ଦୁଇ ସିଜନ୍ ଧରି ଦଳର ହେଡ୍ କୋଚ୍ ଥିଲେ।

ତେବେ ଦିଲ୍ଲୀ ଫ୍ରାଞ୍ଚାଇଜ୍ କୋଚିଂ ଷ୍ଟାଫ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି । ବୋଲିଂ କୋଚ୍ ମୁନାଫ ପଟେଲ, ଆସିଷ୍ଟାଣ୍ଟ କୋଚ୍ ଇଆନ୍ ବେଲ୍ ଏବଂ ଟିମ୍ ଡାଇରେକ୍ଟର୍ ବେଣୁଗୋପାଳ ରାଓଙ୍କୁ ରିଟନ ନ କରିବାକୁ ଦିଲ୍ଲୀ ନିଷ୍ପତ୍ତି ନେଇଛି। ଗାଙ୍ଗୁଲି ନିଜ ପସନ୍ଦର ସପୋର୍ଟ ଷ୍ଟାଫ୍ ସହ ଦଳ ଗଢ଼ିବାକୁ ଚାହୁଁଥିବା କୁହାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚିଂ ଷ୍ଟାଫ୍‌ରେ ପୂର୍ବତନ ଭାରତୀୟ ଷ୍ଟାର୍ କ୍ରିକେଟର୍ ଯୁବରାଜ ସିଂଙ୍କୁ ମଧ୍ୟ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

ଗାଙ୍ଗୁଲିଙ୍କ ପାଇଁ କୋଚିଂ ଭୂମିକା ନୂଆ ନୁହେଁ। ଗତ ବର୍ଷ SA20ରେ ସେ ପ୍ରିଟୋରିଆ କ୍ୟାପିଟାଲ୍ସର ହେଡ୍ କୋଚ୍ ଦାୟିତ୍ୱ ନେଇଥିଲେ ଏବଂ ତାଙ୍କ ଦଳ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ଦାୟିତ୍ୱ ମିଳିବା ପରେ ସୌରଭ ଗାଙ୍ଗୁଲି ଖୁସି ପ୍ରକାଶ କରିଛନ୍ତି। IPLରେ ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ହେବାକୁ ନେଇ ସେ ଉତ୍ସାହିତ ବୋଲି କହିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ତାଙ୍କ ହୃଦୟର ଅତି ନିକଟତର। ଗତ କିଛି ବର୍ଷ ଧରି ଫ୍ରାଞ୍ଚାଇଜ୍ ସହ ତାଙ୍କ ସମ୍ପର୍କ ଆହୁରି ମଜବୁତ ହୋଇଛି। ଏବେ ଏକ ଶକ୍ତିଶାଳୀ ଓ ନିର୍ଭୀକ ଦଳ ଗଢ଼ିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଗତ ଦୁଇଟି IPL ସିଜନ୍‌ରେ ପ୍ଲେଅଫ୍‌ରେ ପହଞ୍ଚି ପାରିନଥିଲା। IPL 2025ରେ ଦଳ ପଞ୍ଚମ ସ୍ଥାନରେ ରହିଥିବା ବେଳେ 2026 ସିଜନ୍‌ରେ ଷଷ୍ଠ ସ୍ଥାନରେ ରହିଥିଲା। ଏବେ ଗାଙ୍ଗୁଲିଙ୍କ ଆଗମନ ପରେ ଦଳ ପୁଣିଥରେ ପ୍ଲେଅଫ୍‌କୁ ଫେରିବା ଲକ୍ଷ୍ୟରେ ନୂଆ ଯୋଜନା ସହ ଆଗକୁ ବଢ଼ିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?